ବ୍ୟାନ୍ ହେବା ପରେ ବ୍ୟବହାର କରୁଛନ୍ତି କି ଟିକଟକ୍ ? ବଢିପାରେ ସମସ୍ୟା

1 min read

ନୂଆଦିଲ୍ଲୀ: ଚୀନ୍‌ର ବହୁ ଲୋକପ୍ରିୟ ସର୍ଟ ଭିଡିଓ ଆପ୍ ଟିକଟକ୍ ଭାରତରେ ବ୍ୟାନ୍ ହେବା ସତ୍ତ୍ୱେ କିଛି ଲୋକେ ଏଯାଏଁ ଏହି ଆପ୍ ବ୍ୟବହାର କରୁଛନ୍ତି । ସରକାର ଏହି ଆପକୁ ବ୍ୟାନ୍ କରିଛନ୍ତି ସତ କିନ୍ତୁ ଏହି ଆପ୍ ଅନେକ ଲୋକଙ୍କ ଫୋନରୁ ଅନଇନଷ୍ଟଲ୍ କରାଯାଇନାହିଁ । ଏବଂ ଅନେକ ଉପଭୋକ୍ତା ଏହାକୁ ବ୍ୟବହାର  କରୁଛନ୍ତି । ତେବେ ନିଷେଧ ହେବା ପରେ ଏହି ଆପ୍ ଲୋକଙ୍କ ଫୋନରେ ଉପସ୍ଥିତ ରହିବା ସହ ଏହାକୁ ବ୍ୟବହାର କରିବା ନିରାପଦ କି ନୁହେଁ ଜାଣନ୍ତୁ ।

ବାସ୍ତବରେ, ଟିକଟକ୍ ବ୍ୟାନ୍ ହେବା ପରେ ଏହାକୁ ବ୍ୟବହାର କରିବା ପାଇଁ ଲୋକେ ବିଭିନ୍ନ ଉପାୟ ଖୋଜୁଛନ୍ତି । ସେମାନଙ୍କ ମଧ୍ୟରୁ କିଛି ଜଣ ଏହାକୁ ଏକ APK ଫାଇଲ୍ ମାଧ୍ୟମରେ ଡାଉନଲୋଡ୍ କରୁଛନ୍ତି । ଏହା ବ୍ୟତୀତ କିଛି ଜଣ VPN ମାଧ୍ୟମରେ ଆପକୁ ଆକ୍ସେସ୍ କରିବାକୁ ଚେଷ୍ଟା କରୁଛନ୍ତି । ଅଧିକାଂଶ ମିଡିଅମ୍ ରେ ଏହା କାମ କରୁନାହିଁ ।

ତେବେ ନିକଟରେ ହ୍ୱାଟ୍ସଆପରେ ଏକ APK ଫାଇଲ୍ ର ଲିଙ୍କ୍ ଦିନକୁ ଦିନ ଭାଇରାଲ୍ ହେବାରେ ଲାଗିଛି । ଯେଉଁଥିପାଇଁ ଲୋକଙ୍କ ଫୋନରେ ଟିକଟକ୍ ଡାଉନଲୋଡ୍ ହେଉଛି । ଉପଭୋକ୍ତା ଏହି ଲିଙ୍କରେ କ୍ଲିକ୍ କରିବା ମାତ୍ରେ ଫୋନ୍ ରେ ଆପ୍ ଇନଷ୍ଟଲ ନେଇ ଅନୁମତି ଅପ୍ସନ ଆସିଥାଏ । ଉପଭୋକ୍ତା ସେଟିଂକୁ ଯାଇ ପରମିସନ ଅନ୍ କଲେ ଆପ୍ ଟି ସହଜରେ ଫୋନରେ ଇନଷ୍ଚଲ ହୋଇଥାଏ । ଏହା ସହ ଆପ୍ କାମ କରିବା ମଧ୍ୟ ଆରମ୍ଭ କରେ । ତେବ ଡାଉନଲୋଡ୍ ହେବା ପରେ ଲୋକମାନେ ଏହାକୁ ପୂର୍ବ ଭଳି ବ୍ୟବହାର କରିପାରିବେ । ଯେଉଁଥିରେ କୌଣସି ଟ୍ରିକ୍ ବ୍ୟବହାର କରିବାକୁ ପଡିବ ନାହିଁ ।

ଯେଉଁମାନେ ବ୍ୟାନ୍ ସତ୍ତ୍ୱେ ଟିକଟକ୍ ବ୍ୟବହାର କରୁଛନ୍ତି ସେମାନେ ବିପଦରେ ପଡିପାରନ୍ତି । ସୂଚନାଯୋଗ୍ୟ ଯେ, ଯେତେବେଳେ ଏକ ଫାଇଲ୍ ଆନୁଷ୍ଠାନିକ ଭାବରେ ଉପଲବ୍ଧ ନାହିଁ । ଏବଂ ୟୁଜର୍ସ ଏହାର apk ଫାଇଲ୍ ବ୍ୟବହାର କଲେ, ଏଥିରେ କଣ ମଡିଫିକେସନ୍ କରାଯାଇଛି ତାହା ଜଣାପଡିବ ନାହିଁ  । ତେବେ ଏହା ଦ୍ୱାରା ସହଜରେ ଫୋନରେ ମାଲୱେର୍, ସ୍ପାଏୱେର୍ ପ୍ରବେଶ କରିପାରିବ । ଏହା ପରେ ୟୁଜର୍ସଙ୍କ ପ୍ରାଇଭେଟ୍ ଡାଟା apk ଫାଇଲ୍ ଡେଭଲପର୍ କୁ ଟ୍ରାନ୍ସଫର ହୋଇପାରେ ।

କେବଳ ସେତିକି ନୁହେଁ, ଯେତେବେଳେ ବି ଏକ ନୂଆ ଆପ୍ ଡାଉନଲୋଡ୍ କରାଯାଏ ସେତେବେଳେ ଅନେକ ପରମିସନ୍ ଆକ୍ସେପ୍ଟ ଆସେ । ଆପ୍ କ୍ୟାମେରା, ଅଡିଓ, ଗ୍ୟାଲେରୀ, କନଟାକ୍ଟ, ଲୋକେସନ୍ ଭଳି ବିକଳ୍ପ ସହିତ ଅନେକ ଜିନିଷର ଅନୁମତି ମାଗେ । ତେଣୁ ଯଦି ୟୁଜର ଏହି ଅନୁମତିଗୁଡିକୁ ଆକ୍ସେପ୍ଟ କରି ଦିଅନ୍ତି ତାହେଲେ ଡେଭଲପର ସବୁ ଜାଣିପାରିବେ । ୟୁଜର କେତେବେଳେ କୁଆଡେ ଗଲେ, କାହା ସହ କଥା ହେଲେ, ସବୁ ତଥ୍ୟ ତାଙ୍କ ପାଖରେ ରହିବ ।  କାରଣ ଏହା ଦ୍ୱାରା ଡେଭଲପର୍ ଫୋନ୍ କୁ ୟୁଜର ଫୋନ୍ ର ସଂପୂର୍ଣ୍ଣ ଆକ୍ସେସ୍ ଯାଇଥାଏ ।

ଏହି apk ଫାଇଲ୍ ଏକ ଅନଅଫିସିଆଲ୍ ଭର୍ସନ । ଏହି ଇଣ୍ଟରନେଟ୍ ସର୍ଭିସ୍ ପ୍ରୋଭାଇଡରକୁ ଅତିକ୍ରମ କରି ଟିକଟକ୍ କୁ ଆକ୍ସେସ ଦେଇଥାଏ ।  ଏହି ଆପ୍ ଦେଖିବାକୁ ଏବଂ ବ୍ୟବହାର କରିବା ପାଇଁ ସମ୍ପୂର୍ଣ୍ଣ ଟିକଟକ୍ ଭଳି ଲାଗେ ।  କିନ୍ତୁ ଏହାକୁ ବ୍ୟବହାର କରିବା ଅନୁଚିତ୍ । କାରଣ ଏହା ଦ୍ୱାରା ୟୁଜରଙ୍କ ବ୍ୟକ୍ତିଗତ ଡାଟା ଲିକ୍ ହୋଇପାରେ ।

Leave a Reply