ମସଜିଦରେ ଲାଉଡସ୍ପିକର ଉପରେ ପ୍ରତିବନ୍ଧକ ପାଇଁ ବଢ଼ୁଛି ଦାବି, ନ ହଟାଇଲେ ହନୁମାନ ଚାଳିଶା ବଜାଇବାକୁ ଚେତାବନୀ

1 min read
Demand Ban Loudspeaker In Mosque Karnataka

ବେଙ୍ଗଳୁରୁ: ହିଜାବ ପରେ ମସଜିଦରେ ଲାଉଡସ୍ପିକରକୁ ନେଇ ବିବାଦ । କିଛିଦିନ ତଳେ ହିଜାବକୁ ନେଇ ସାରା ଦେଶରେ ଚର୍ଚ୍ଚାକୁ ଆସିଥିବା କର୍ଣ୍ଣାଟକରୁ ଆରମ୍ଭ ହୋଇଛି ଆଉ ଏକ ବିବାଦ । ମୁସଲିମ ସମ୍ପ୍ରଦାୟର ପବିତ୍ର ମାସ ରମଜାନ ଚାଲିଥିବା ବେଳେ ମସଜିଦରେ ସମୁହ ନମାଜ ପାଠ କରାଯାଉଛି । ଅନ୍ୟପଟେ ବଜରଙ୍ଗ ଦଳ ଓ ଶ୍ରୀ ରାମ ସେନା ନେତୃତ୍ୱାଧିନ କିଛି ବାମପନ୍ଥୀ ସଂଗଠନ ଏବେ ମସିଜଦରେ ଲାଉଡସ୍ପିକର ଉପରେ ପ୍ରତିବନ୍ଧକ ଲଗାଇବାକୁ ଦାବି କରିଛନ୍ତି ।

Demand Ban Loudspeaker In Mosque Karnataka

ଖବର ଅନୁସାରେ, କର୍ଣ୍ଣାଟକର କିଛି ହିନ୍ଦୁ ସଂଗଠନ ରମଜାନ ସମୟରେ ‘ଓମ୍ ନମଃ ଶିବାୟ’, ‘ଜୟ ଶ୍ରୀ ରାମ’, ‘ହନୁମାନ ଚାଳିଶା’ ପାଠ ସହିତ ଅନ୍ୟ ଭଜନ ବଜାଇବାକୁ ଯୋଜନା କରୁଛନ୍ତି । କର୍ଣ୍ଣାଟକ ସରକାର ଏଭଳି ସମ୍ବେଦନଶୀଳ ମାମଲାକୁ ଗୁରୁତର ସହ ନେଇ ସୁରକ୍ଷା ବ୍ୟବସ୍ଥାକୁ ମଜଭୁତ କରିବାକୁ ପୋଲିସକୁ ନିର୍ଦ୍ଦେଶ ଦେଇଛନ୍ତି ।

ଏହାକୁ ନେଇ ବିଜେପି ନେତା ତଥା ମନ୍ତ୍ରୀ କେଏସ୍ ଈଶ୍ୱରପା କହିଛନ୍ତି, ମୁସଲିମ୍ ସମ୍ପ୍ରଦାୟକୁ ବିଶ୍ୱାସକୁ ନେଇ ଏହାର କିଛି ସମାଧାନ କରାଯାଇ ପାରିବ । ସେମାନେ ଦୀର୍ଘ ସମୟ ଧରି ନମାଜ ପାଇଁ ଲାଉଡସ୍ପିକର ବ୍ୟବହାର ପାରମ୍ପାରିକ ଭାବେ କରି ଆସୁଛନ୍ତି । କିନ୍ତୁ ଏଥିପାଇଁ ଛାତ୍ର, ଛୁଆ, ରୋଗୀଙ୍କୁ ହଇରାଣ ହେଉଛନ୍ତି । ତେବେ ମସଜିଦରେ ନମାଜ ଭଳି ମନ୍ଦିର ଓ ଚର୍ଚ୍ଚରେ ଲାଉଡସ୍ପିକର ମାଧ୍ୟମରେ ପ୍ରାର୍ଥନା କରାଗଲେ ସମ୍ପ୍ରଦାୟ ସମ୍ପ୍ରଦାୟ ମଧ୍ୟରେ ସଂଘର୍ଷ ହେବ ବୋଲି କହିଛନ୍ତି ମନ୍ତ୍ରୀ ।

ସେହିଭଳି ବଜରଙ୍ଗ ଦଳ କହିଛି, ଆମେ ନମାଜ ପାଠକୁ ବିରୋଧ କରୁ ନାହୁଁ । କିନ୍ତୁ ଆମେ ଲାଉଡସ୍ପିକରର ବ୍ୟବହାରକୁ ବିରୋଧ କରୁଛୁ । ଯଦି ମସଜିଦରୁ ଲାଉଡସ୍ପିକର ହଟା ନଯାଏ ତ ଆମେ ସକାଳେ ଭଜନ ବଜାଇବୁ । ଏହା ପୂର୍ବରୁ ମୁମ୍ବାଇରେ ମହାରାଷ୍ଟ୍ର ନବନିର୍ମାଣ ସେନା ଅଫିସରେ ଲାଉଡସ୍ପିକର ସାହାଯ୍ୟରେ ହନୁମାନ ଚାଳିଶା ବଜାଇଥିଲା । ମହାରାଷ୍ଟ୍ର ନବନିର୍ମାଣ ସେନା ମୁଖ୍ୟ ରାଜ ଠାକରେ ମସଜିଦରୁ ଲାଉଡସ୍ପିକର ହଟାଇବା ପାଇଁ କହିବାର ଦିନକ ପରେ ଦଳୀୟ କାର୍ଯ୍ୟାଳୟରେ ଲାଉଡସ୍ପିକର ଲଗା ଯାଇଥିଲା ।