ମସଜିଦରେ ଲାଉଡସ୍ପିକର ଉପରେ ପ୍ରତିବନ୍ଧକ ପାଇଁ ବଢ଼ୁଛି ଦାବି, ନ ହଟାଇଲେ ହନୁମାନ ଚାଳିଶା ବଜାଇବାକୁ ଚେତାବନୀ
1 min readବେଙ୍ଗଳୁରୁ: ହିଜାବ ପରେ ମସଜିଦରେ ଲାଉଡସ୍ପିକରକୁ ନେଇ ବିବାଦ । କିଛିଦିନ ତଳେ ହିଜାବକୁ ନେଇ ସାରା ଦେଶରେ ଚର୍ଚ୍ଚାକୁ ଆସିଥିବା କର୍ଣ୍ଣାଟକରୁ ଆରମ୍ଭ ହୋଇଛି ଆଉ ଏକ ବିବାଦ । ମୁସଲିମ ସମ୍ପ୍ରଦାୟର ପବିତ୍ର ମାସ ରମଜାନ ଚାଲିଥିବା ବେଳେ ମସଜିଦରେ ସମୁହ ନମାଜ ପାଠ କରାଯାଉଛି । ଅନ୍ୟପଟେ ବଜରଙ୍ଗ ଦଳ ଓ ଶ୍ରୀ ରାମ ସେନା ନେତୃତ୍ୱାଧିନ କିଛି ବାମପନ୍ଥୀ ସଂଗଠନ ଏବେ ମସିଜଦରେ ଲାଉଡସ୍ପିକର ଉପରେ ପ୍ରତିବନ୍ଧକ ଲଗାଇବାକୁ ଦାବି କରିଛନ୍ତି ।
ଖବର ଅନୁସାରେ, କର୍ଣ୍ଣାଟକର କିଛି ହିନ୍ଦୁ ସଂଗଠନ ରମଜାନ ସମୟରେ ‘ଓମ୍ ନମଃ ଶିବାୟ’, ‘ଜୟ ଶ୍ରୀ ରାମ’, ‘ହନୁମାନ ଚାଳିଶା’ ପାଠ ସହିତ ଅନ୍ୟ ଭଜନ ବଜାଇବାକୁ ଯୋଜନା କରୁଛନ୍ତି । କର୍ଣ୍ଣାଟକ ସରକାର ଏଭଳି ସମ୍ବେଦନଶୀଳ ମାମଲାକୁ ଗୁରୁତର ସହ ନେଇ ସୁରକ୍ଷା ବ୍ୟବସ୍ଥାକୁ ମଜଭୁତ କରିବାକୁ ପୋଲିସକୁ ନିର୍ଦ୍ଦେଶ ଦେଇଛନ୍ତି ।
ଏହାକୁ ନେଇ ବିଜେପି ନେତା ତଥା ମନ୍ତ୍ରୀ କେଏସ୍ ଈଶ୍ୱରପା କହିଛନ୍ତି, ମୁସଲିମ୍ ସମ୍ପ୍ରଦାୟକୁ ବିଶ୍ୱାସକୁ ନେଇ ଏହାର କିଛି ସମାଧାନ କରାଯାଇ ପାରିବ । ସେମାନେ ଦୀର୍ଘ ସମୟ ଧରି ନମାଜ ପାଇଁ ଲାଉଡସ୍ପିକର ବ୍ୟବହାର ପାରମ୍ପାରିକ ଭାବେ କରି ଆସୁଛନ୍ତି । କିନ୍ତୁ ଏଥିପାଇଁ ଛାତ୍ର, ଛୁଆ, ରୋଗୀଙ୍କୁ ହଇରାଣ ହେଉଛନ୍ତି । ତେବେ ମସଜିଦରେ ନମାଜ ଭଳି ମନ୍ଦିର ଓ ଚର୍ଚ୍ଚରେ ଲାଉଡସ୍ପିକର ମାଧ୍ୟମରେ ପ୍ରାର୍ଥନା କରାଗଲେ ସମ୍ପ୍ରଦାୟ ସମ୍ପ୍ରଦାୟ ମଧ୍ୟରେ ସଂଘର୍ଷ ହେବ ବୋଲି କହିଛନ୍ତି ମନ୍ତ୍ରୀ ।
#WATCH 'Hanuman Chalisa' being played from loudspeakers at the Maharashtra Navnirman Sena office in Mumbai's Ghatkopar
MNS Chief Raj Thackeray yesterday said, "I am warning now…Remove loudspeakers or else will put loudspeakers in front of the mosque and play Hanuman Chalisa." pic.twitter.com/nERn23Vg7M
— ANI (@ANI) April 3, 2022
ସେହିଭଳି ବଜରଙ୍ଗ ଦଳ କହିଛି, ଆମେ ନମାଜ ପାଠକୁ ବିରୋଧ କରୁ ନାହୁଁ । କିନ୍ତୁ ଆମେ ଲାଉଡସ୍ପିକରର ବ୍ୟବହାରକୁ ବିରୋଧ କରୁଛୁ । ଯଦି ମସଜିଦରୁ ଲାଉଡସ୍ପିକର ହଟା ନଯାଏ ତ ଆମେ ସକାଳେ ଭଜନ ବଜାଇବୁ । ଏହା ପୂର୍ବରୁ ମୁମ୍ବାଇରେ ମହାରାଷ୍ଟ୍ର ନବନିର୍ମାଣ ସେନା ଅଫିସରେ ଲାଉଡସ୍ପିକର ସାହାଯ୍ୟରେ ହନୁମାନ ଚାଳିଶା ବଜାଇଥିଲା । ମହାରାଷ୍ଟ୍ର ନବନିର୍ମାଣ ସେନା ମୁଖ୍ୟ ରାଜ ଠାକରେ ମସଜିଦରୁ ଲାଉଡସ୍ପିକର ହଟାଇବା ପାଇଁ କହିବାର ଦିନକ ପରେ ଦଳୀୟ କାର୍ଯ୍ୟାଳୟରେ ଲାଉଡସ୍ପିକର ଲଗା ଯାଇଥିଲା ।