ହଟିଲା କଟକଣା, ଏଣିକି ଜର୍ମାନୀ ଯାଇପାରିବେ ଭାରତୀୟ

ନୂଆଦିଲ୍ଲୀ: ଏଣିକି ଜର୍ମାନୀ ଯାଇପାରିବେ ଭାରତର ଯାତ୍ରୀ। କରୋନା ଲାଗି ଜାରି କରାଯାଇଥିବା କଟକଣାକୁ ହଟାଇଛି ଜର୍ମାନୀ । ଜର୍ମାନୀ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି ଯେ, ଭାରତ, ନେପାଳ, ଋଷିଆ, ପର୍ତ୍ତୁଗାଲ ଓ ବ୍ରିଟେନରେ ଡେଲଟା ଭାରିଆଣ୍ଟ ବ୍ୟାପି ଥିବାରୁ ଏହି ଦେଶଗୁଡିକର ଯାତ୍ରୀଙ୍କ ଲାଗି କଟକଣା କରାଯାଇଥିଲା।

ବର୍ତ୍ତମାନ ଏହି ନିୟମରେ ପରିବର୍ତ୍ତନ କରାଯାଇଛି । ଯେକୌଣସି ନାଗରିକ ଏଣିକି ଜର୍ମାନୀ ଯାଇପାରିବେ । ତେବେ ସଂକ୍ରମଣକୁ ରୋକିବା ଲାଗି ପଦକ୍ଷେପ ନିଆଯିବ ବୋଲି ସ୍ୱାସ୍ଥ୍ୟ ବିଭାଗ କହିଛି। ଜର୍ମାନୀର ସ୍ୱାସ୍ଥ୍ୟ ମନ୍ତ୍ରୀ ଜେନସ ସ୍ପାନ କହିଛନ୍ତି, ଜର୍ମାନୀରେ ଡେଲଟା ଭାରିଆଣ୍ଟ ପ୍ରଭାବଶାଳୀ ରହିଛି । ବାହାର ଦେଶର ଯାତ୍ରୀମାନଙ୍କ ଉପରେ ଥିବା କଟକଣାକୁ ହଟାଇ ଦିଆଯାଇଛି । ଡେଲଟା ଭାରିଆଣ୍ଟର ମୁକାବିଲା ଲାଗି ସରକାର ସମସ୍ତ ପଦକ୍ଷେପ ନେବେ। ଲଣ୍ଡନ ଗସ୍ତରେ ଯାଇଥିବା ଚାନସେଲର ଆଞ୍ଜେଲା ମର୍କେଲ ବି କହିଥିଲେ ବ୍ରିଟେନର ଯାତ୍ରୀଙ୍କ ପ୍ରତି ସରକାର କୋହଳ ନୀତି ଅବଲମ୍ବନ କରିବେ।

Leave a Reply