କୋଭିଡ ଭାରିଆଣ୍ଟର ନୂଆ ରୂପ, ଚିନ୍ତାଜନକ ତଥ୍ୟ ଦେଲେ ଦିଲ୍ଲୀ ଏମସ ମୁଖ୍ୟ ଡାକ୍ତର

1 min read

ନୂଆଦିଲ୍ଲୀ: କୋଭିଡ ଭାରିଆଣ୍ଟ ନେଇ ପୁଣି ଚିନ୍ତାଜନକ ତଥ୍ୟ ଦେଲେ ଦିଲ୍ଲୀ ଏମସ ମୁଖ୍ୟ ଡାକ୍ତର ରଣଦୀପ ଗୁଲେରିଆ । ଭାରତରେ ପ୍ରଥମେ ଦେଖାଦେଇଥିବା ଡେଲଟା ଭାରିଆଣ୍ଟ ଏବେ ନୂଆ ରୂପ ନେଇଛି । ଏହି ନୂଆ ଭାରିଆଣ୍ଟର ନାଁ ରଖାଯାଇଛି କେ-୪-୧୭-ଏନ । ଏହା ମୂଳ ଡେଲଟା ଭାରିଆଣ୍ଟଠାରୁ ଅଧିକ ଶକ୍ତିଶାଳୀ । ବ୍ରିଟେନ ଓ ରୁଷରେ ଡେଲଟା ଭାରିଆଣ୍ଟ ଉତ୍ପାତ କରୁଥିବାବେଳେ ନୂଆ ଭାରିଆଣ୍ଟ ବି ଅଧିକ ବିପଦ ସୃଷ୍ଟି କରିବ ବୋଲି ସେ ସତର୍କ କରାଇଦେଇଛନ୍ତି ।

ଯଦି କଠୋର କଟକଣା ଲାଗୁ କରା ନଯାଏ ତେବେ ଏହି ଭାରିଆଣ୍ଟ ବିପଜ୍ଜନକ ସାବ୍ୟସ୍ତ ହେବ । ବିଭିନ୍ନ ମ୍ୟୁଟେସନ ପରେ ଡେଲଟା ଭାରିଆଣ୍ଟ ଡେଲଟା ପ୍ଲସ ଭାବେ ନିରୂପିତ ହୋଇଛି । ଡେଲଟା ଅପେକ୍ଷା ଡେଲଟା ପ୍ଲସ ଅଧିକ ସଂକ୍ରମଣଶୀଳ ହୋଇଛି । ଆସନ୍ତା କିଛି ସପ୍ତାହରେ ଏହି ଭାରିଆଣ୍ଟର ବିପଦ ପରିଲକ୍ଷିତ ହେବ ବୋଲି ସତର୍କ କରାଇଦେଇଛନ୍ତି ଗୁଲେରିଆ । ମୂଳ ଭାଇରସ ବାରମ୍ବାର ପରିବର୍ତ୍ତିତ ହେଉଛି ଏବେ ଅଧିକରୁ ଅଧିକ ଲୋକଙ୍କୁ ସଂକ୍ରମିତ କରୁଛି । ଯଦି ବର୍ତ୍ତମାନଠାରୁ ଲୋକେ ସତର୍କ ନ ହୁଅନ୍ତି ତେବେ ଆସନ୍ତା ୩-୪ ମାସ ମଧ୍ୟରେ ଏହି ଭାରିଆଣ୍ଟ ବି ଅଶେଷ କ୍ଷତିସାଧନ କରିବ ବୋଲି ସେ କହିଛନ୍ତି ।

ଏହି ଦୁଇ ଭାରିଆଣ୍ଟର ଜିନୋମ ସିକୁଏନସିଂ କରାଯିବାର ଆବଶ୍ୟକତା ରହିଛି । ଏହାଦ୍ବାରା ଏହି ଭାଇରସ କିପରି ରୂପାୟିତ ହେଉଛି ତାହା ସ୍ପଷ୍ଟ ହୋଇପାରିବ ।  ନୀତି ଆୟୋଗ ସ୍ବାସ୍ଥ୍ୟ ବିଭାଗ ସଚିବ ଡାକ୍ତର ଭି.କେ. ପଲ କହିଛନ୍ତି- ଡେଲଟା ପ୍ଲସର ଉପସ୍ଥିତି ଠାବ ହେବା ପରେ ଗ୍ଲୋବାଲ ଡାଟା ସିଷ୍ଟମ ନିକଟରେ ଦାଖଲ କରାଯାଇଛି । ସେପଟେ ସିଏସଆଇଆର- ଆଇଜିଆଇବିର ବୈଜ୍ଞାନିକ ବିନୋଦ ସ୍କାରିଆ କହିଛନ୍ତି- କେ୪୧୭୯ ଭାରିଆଣ୍ଟ ୟୁରୋପ, ଆମେରିକା ଓ ଅନ୍ୟ ଏସୀୟ ରାଷ୍ଟ୍ରରେ ନିଜ କାୟା ବଢାଇଛି ।

Leave a Reply