spot_img

Latest Posts

ଭଲ ପାଇ କରିଥିଲେ ଦ୍ୱିତୀୟ ବିବାହ; ହେଲେ ସନ୍ଦେହ ପାଇଁ ଚାଲିଗଲା ଗର୍ଭବତୀଙ୍କ ଜୀବନ

ଅମୃତସର: ଡେଲିଭରି ପୂର୍ବରୁ ଆତ୍ମହତ୍ୟା ଭଳି ଚରମ ପଦକ୍ଷେପ ନେଇଛନ୍ତି ଜଣେ ଗର୍ଭବତୀ ମହିଳା । ଏମିତିକି ତାଙ୍କର ଝିଅ ଓ ମା ମଧ୍ୟ ପ୍ରାଣତ୍ୟାଗ କରିଛନ୍ତି ।

ଆତ୍ମହତ୍ୟା କରିବା ପୂର୍ବରୁ ସେମାନେ ଶେଷଥର ପାଇଁ ଏକ ଫଟୋ ଉଠାଇ ସମ୍ପର୍କୀୟଙ୍କ ନିକଟକୁ ପଠାଇଥିଲେ। ଏହି ହୃଦୟ ବିଦାରକ ଘଟଣା ଘଟିଛି ପଞ୍ଜାବର ତରନତରାନ ସହରରେ।

ସୂଚନା ଅନୁଯାୟୀ ସ୍ୱାମୀ ଜଣକ ପତ୍ନୀଙ୍କ ଚରିତ୍ର ଉପରେ ସନ୍ଦେହ କରୁଥିବାରୁ ଏଭଳି କରୁଣ ପରିସ୍ଥିତ ଘଟିଛି । ତରନତାରନର ଗୁରୁ ତେଗ ବାହାଦୂର ନାଗରରେ ରହୁଥିଲେ ଗୀତିନ୍ଦର କୗେର ଓ ତାଙ୍କ ସ୍ୱାମୀ ରାଜବୀର ସିଂ । ଏହା ଗୀତିନ୍ଦର କୗେରଙ୍କ ଦ୍ୱିତୀୟ ବିବାହ ହୋଇଥିବା ବେଳେ ସେ ପୂର୍ବରୁ ଲବପ୍ରିତ ସିଂହ ନାମକ ଜଣେ ବ୍ୟକ୍ତିଙ୍କୁ ବିବାହ କରିଥିଲେ । ସେହି ବିବାହରୁ ତାଙ୍କର ଏକ ଝିଅ ରହିଛି ।

ହେଲେ ତାଙ୍କ ସ୍ୱାମୀଙ୍କ ସହ ବିବାଦ ଯୋଗୁଁ ତାଙ୍କର ଛାଡପତ୍ର ହୋଇଥିଲା। ଏହା ପରେ ତାଙ୍କ ଜୀବନରେ ଆସିଥିଲେ ରାଜବୀର ସିଂ ନାମକ ଜଣେ ଯୁବକ । ପରେ ଦୁହେଁ ଦୁହିଁଙ୍କ ଅତି ନିକଟତର ହେବାପରେ ବିବାହ କରିଥିଲେ।

ପଞ୍ଜାବ ରୋଡୱେରେ ଗୀତିନ୍ଦର କୗେର କାମ କରୁଥିଲା ବେଳେ ତାଙ୍କ ସ୍ୱାମୀ ରାଜବୀର ତାଙ୍କ ଚରିତ୍ର ଉପରେ ସବୁବେଳେ ସନ୍ଦେହ କରୁଥିଲେ । ଏମିତିକି ଯୗେତୁକ ପାଇଁ ମଧ୍ୟ ହଇରାଣ କରୁଥିଲେ। ଯେଉଁଥିପାଇଁ ତାଙ୍କ ମା’ ପ୍ରୀତମ କୗେର କିଛି ଦିନ ପୂର୍ବରୁ ତାଙ୍କ ଘରକୁ ଆସିଥିଲେ ।

ଗୀତିନ୍ଦରଙ୍କ ପରିବାର ସମ୍ପର୍କୀୟ କହିଛନ୍ତି ଯେ ତାଙ୍କ ସ୍ୱାମୀ ତାଙ୍କୁ ଯୗେତୁକ ପାଇଁ ହଇରାଣ ହରକତ କରୁଥିଲେ ଏବଂ ତାଙ୍କ ଦରମା ମଧ୍ୟ ଛଡ଼ାଇ ନେଉଥିଲେ । ଯେଉଁଥିପାଇଁ ଚିନ୍ତାରେ ରହୁଥିଲେ ସେ ।

ତେବେ ଏନେଇ ସେ ପୋଲିସର ସହାୟତା ମଧ୍ୟ ଲୋଡିଥିଲା ବେଳେ ତାଙ୍କୁ ନ୍ୟାୟ ମିଳିପାରିନଥିଲା ।

ଗୀତିନ୍ଦରଙ୍କ ସ୍ୱାମୀ ରାଜବୀର ସିଂ ଅସ୍ତ୍ରଶସ୍ତ୍ରର ସଉକିନ ଥିଲେ । ସେ ଏକ ରାଇସ୍ ମିଲରେ ସିକ୍ୟୁରିଟି ଗାର୍ଡ ଭାବେ କାମ କରୁଥିଲାବେଳେ ସେ ବିଭିନ୍ନ ପ୍ରକାର ଅସ୍ତ୍ରଶସ୍ତ୍ର ଧରି ଫେସବୁକରେ ଫଟୋ ମଧ୍ୟ ପୋଷ୍ଟ କରୁଥିଲା ।

Latest Posts

Don't Miss