ଘର ଘର ବୁଲି ପାର୍ସଲ ଦେଉଥିଲେ, ଟେଷ୍ଟ ପରେ ଜଣା ପଡ଼ିଲା କରୋନା

ଭୁବନେଶ୍ୱର: ସୁଆଦିଆ ଫାଷ୍ଟଫୁଡ ନଖାଇ ଆପଣଙ୍କର ପାଟି ଖରାପ ହୋଇଯିବଣି । ସେଥିପାଇଁ ଏବେ ହୋମ୍‌ ଡେଲିଭରିକୁ ଆପଣ ମନ ଭରି ବ୍ୟବହାର କରୁଥିବେ । ଯେତେବେଳେ ଯାହା ଇଛା, ବାହାରୁ ମଗାଇ ଖାଉଥିବେ । ସେ ବିରିୟାନି ହେଉ କି ପିଜା ହେଉ । ଫୁଲ ଦମରେ ଏବେ ଘରେ ଫାଷ୍ଟ ଫୁଡର ମଜା ନେଉଥିବେ । ତେବେ କ’ଣ ଆପଣ ଜାଣିଛନ୍ତି କି ଏହି ଡେଲିଭରି ବୟ ମାଧ୍ୟମରେ ଆପଣଙ୍କ ପାଖକୁ କରୋନା ଆସିପାରେ ବୋଲି । ଆମେ ଆଜି ଆପଣକୁ ଏଭଳି ଏକ ଖବର ଜଣାଇବୁ ଯାହା ଆପଣ ମାନଙ୍କର ହୋସ ଉଡ଼ାଇ ଦେବ ।

ଭୁବନେଶ୍ୱରରେ ଡେଲିଭରି ବୟ କରୋନା ରୋଗରେ ଆକ୍ରାନ୍ତ ହୋଇଛନ୍ତି । ସେପୁଣି ଜଣେ ବିରିୟାନି ଡେଲିଭରି ବୟ । ମଞ୍ଚେଶ୍ୱର ଅଞ୍ଚଳରେ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହେବା ପରେ ସେ ବିରିୟାନୀ ଡେଲିଭରି ବୟ ବୋଲି ଜଣାପଡିଛି । ସଂପୃକ୍ତ ବ୍ୟକ୍ତି ଜଣଙ୍କ ରାଜଧାନୀର ବିଭିନ୍ନ ଅଞ୍ଚଳରେ ବିରିୟାନି ଡେଲିଭରି କରିଛନ୍ତି । ପଟିଆ ଅଞ୍ଚଳରେ ଥିବା ଏକ ବିରିୟାନି ଷ୍ଟଲରେ ଡେଲିଭରି ବୟ ଭାବରେ କାମ କରୁଛନ୍ତି । ପୂର୍ବରୁ ସେ ସୂର୍ଯ୍ୟନଗର ଅଞ୍ଚଳରେ ମଧ୍ୟ ଖାଦ୍ୟ ଡେଲିଭରି କରୁଥିଲେ । ତାଙ୍କୁ ଥଣ୍ଡା,କାଶ ଭଳି ଲକ୍ଷଣ ଦେଖାଦେଇଥିଲା ।

ଗଞ୍ଜାମରୁ ପୁଣି ୧୯‌, କେନ୍ଦ୍ରାପଡ଼ାରେ ଆଉ ୫ ପଜିଟିଭ୍

ପରେ ତାଙ୍କ ସ୍ୱାବ ନମୁନା ପରୀକ୍ଷା କରାଯାଇଥିଲା । ପଜିଟିଭ୍‌ ଆସିବା ପରେ ତାଙ୍କୁ କୋଭିଡ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସେ ଚକେଇସିଆଣି ଅଞ୍ଚଳରେ ପରିବାର ସହ ଘରଭଡା ନେଇ ରହୁଛନ୍ତି । ଆକ୍ରାନ୍ତଙ୍କ ପରିବାର ସଦସ୍ୟଙ୍କ ସ୍ୱାବ ନମୁନା ସଂଗ୍ରହ କରାଯିବା ସହ ସମସ୍ତଙ୍କୁ କ୍ୱାରେଣ୍ଟାଇନ୍‌ରେ ରଖାଯାଇଛି । ସେ କେଉଁ କେଉଁ ସ୍ଥାନକୁ ଯାଇଛନ୍ତି କେଉଁଠି କେଉଁଠି ବିରିୟାନି ଡେଲିଭରି କରିଛନ୍ତି ତାର କଣ୍ଟାକ୍ଟ ଟ୍ରେସିଂ ଆରମ୍ଭ ହୋଇଛି ।

Leave a Reply