ଗାଡ଼ି ଛାଡ଼ି ଘୋଡାରେ ଡେଲିଭରୀ ବୟ, ଭାଇରାଲ୍ ହେଲା ଭିଡିଓ

ମୁମ୍ବାଇ: ଏବେ ବର୍ଷା ଦିନ । ଘରୁ ବାହାରକୁ ଯିବାକୁ ଅନେକ ଲୋକ ଭଲ ପାଆନ୍ତି ନାହିଁ । ଖାଇବା ଅର୍ଡର କରିବାକୁ ଅନେକ ପସନ୍ଦ କରିଥାନ୍ତି । ଆପଣ ଯଦି ଖାଦ୍ୟ ଅର୍ଡର କରୁଛନ୍ତି ତାହାଲେ ଠିକ୍ ସମୟରେ ନ ଆସିଲେ ବିରକ୍ତ ଲାଗେ । ତେବେ ବର୍ଷାରେ କିପରି ଡେଲିଭରି ବୟ ଖାଦ୍ୟ ପହଞ୍ଚାଇବେ ସେ ନେଇ ଏକ ଅଭିନବ ଉପାୟ କରିଛନ୍ତି ଜଣେ ଡେଲିଭରୀ ବୟ ।

ରାସ୍ତାରେ ପାଣି ଜମିବା କାରଣରୁ ସେ ଗାଡ଼ି ଛାଡ଼ି ଘୋଡା ଉପରେ ସବାର ହୋଇଛନ୍ତି । ଘୋଡାରେ ଚଢ଼ି ସେ ଫୁଡ୍ ଡେଲିଭର୍ କରୁଛନ୍ତି ।

ସୋସିଆଲ ମିଡିଆରେ ଘୋଡାରେ ସବାର ଥିବା ଡେଲିଭରୀ ବୟଙ୍କ ଭିଡିଓ ଭାଇରାଲ ହେବାରେ ଲାଗିଛି । ଭିଡିଓରେ ଦେଖାଯାଉଛି ‘ସ୍ବିଗି’ର ଜଣେ ଡେଲିଭରୀ ବୟ ଘୋଡାରେ ବସି ରାସ୍ତାରେ ଯାଉଛନ୍ତି । ଏଥିରୁ ଜଣାପଡ଼ୁଛି ଡେଲିଭରୀ ବୟ ଜଣଙ୍କ ଫୁଡ୍ ଡେଲିଭରୀ କରୁଛନ୍ତି ।

ଭାଇରାଲ ଏହି ଭିଡିଓ ହେଉଛି ମୁମ୍ବାଇର । ମୁମ୍ବାଇରେ ପ୍ରବଳ ବର୍ଷା କାରଣରୁ ସବୁବେଳେ ପାଣି ଜମିଥାଏ । ଏଥିପାଇଁ ଯିବା ଆସିବାରେ ବି ବହୁତ ଅସୁବିଧା ହୁଏ । ଅନେକ ସମୟରେ ଟ୍ରାଫିକ୍ ଜାମ୍ ବି ହୋଇଯାଏ । ଏହି କାରଣରୁ ଡେଲିଭରୀ ବୟ ଜଣଙ୍କ ଗାଡ଼ି ଛାଡ଼ି ଘୋଡାକୁ ନିଜର ସାଥି କରିଛନ୍ତି । ଆଉ ଠିକ୍ ସମୟରେ ଫୁଡ୍ ଡେଲିଭରୀ କରୁଛନ୍ତି ।