ଗୁରୁତର ସ୍ଥିତି ଆଡକୁ ମୁହାଁଇଛି ଦିଲ୍ଲୀ ବାୟୁମଣ୍ଡଳ

ଦିଲ୍ଲୀ : ଅତି ଗୁରୁତର ସ୍ଥିତି ଆଡକୁ ମୁହାଁଇଛି ଦିଲ୍ଲୀ ବାୟୁମଣ୍ଡଳ । ଜାହାଙ୍ଗୀରପୁରାରେ ସ୍ଥିତି ହୋଇଛି ଉଦବେଗଜନକ । ସେଠାରେ ଏକ୍ୟୁଆଇ ରହିଛି ୫୬୬ । ବିଭିନ୍ନ ସ୍ଥାନରେ ବାୟୁର ଗୁଣବତ୍ତା ୪୦୦ ପାର  । ଦିଲ୍ଲୀ ,ନୋଏଡା ,ଗୁରୁଗ୍ରାମରେ ବାୟୁର ଗୁଣବତ୍ତା ୨୨୧ରୁ ୩୪୧ରେ ପହଞ୍ଚିଛି  । ଦିଲ୍ଲୀ ପ୍ରଦୂଷଣ ରୋକିବାରେ ଶୁକ୍ରବାର ଠାରୁ ରେଡ ଲାଇଟ ଅନ ଗାଡି ଅଫ ଆଇନ ଲାଗୁକରାଯାଇଥିଲେ ମଧ୍ୟ ସ୍ଥିତିରେ ସୁଧାର ଆସିନାହିଁ  । ସରକାରଙ୍କ ପକ୍ଷରୁ ୧୫ଟି ଆକ୍ସନ ପ୍ଲାନ ଜାରି କରାଯାଇଛି  । ପ୍ରଦୂଷଣ ରୋକିବା ପାଇଁ ୱିଣ୍ଟର ଆକ୍ସନ ପ୍ଲାନ ଜାରି କରାଯାଇଛି  । ହଟସ୍ପଟ ପାଲଟିଥିବା ସ୍ଥାନ ପାଇଁ ଅଲଗା ଅଲଗା ବ୍ୟବସ୍ଥା କରାଯାଇଛି  । ନିର୍ମାଣ କାର୍ଯ୍ୟ ସାମୟିକ ଭାବରେ ବନ୍ଦ ରଖାଯାଇଛି । ଏହାର  ଯାଞ୍ଚ ପାଇଁ ୫୯୧ଜଣିଆ ଟିମ୍ ଗଠନ କରାଯାଇଛି । ୮୨ଟି ରାସ୍ତା ସଫେଇ ମେସିନ ଲଗାଯାଇଛି  ।Air quality: Pollution shortening lives by almost 10 years in Delhi, says  study - BBC News

ଯାନବାହନ ଯୋଗୁଁ ହେଉଥିବା ପ୍ରଦୂଷଣ ରୋକିବା ପାଇଁ ସମସ୍ତ ଗାଡିର ପ୍ରଦୂଷଣ ସାର୍ଟିଫିକେଟ ଯାଞ୍ଚ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ପ୍ରଦୂଷଣ ଉପରେ ନଜର ରଖିବାପାଇଁ ୬୬ ଜଣିଆ ଟିମ୍ ଗଠନ କରାଯାଇଛି  ।  ସବୁଠାରୁ ବଡ କଥା ହେଉଛି ଗ୍ରୀନବାର ରୁମ ତିଆରି କରାଯାଇଛି ଯାହାକି ୨୪ ଘଣ୍ଟା ମନିଟରିଙ୍ଗ କରିବ ।  ଏଥିପାଇଁ ୯ ଜଣିଆ ବିଶେଷଜ୍ଞ ଟିମ୍ ନିୟୋଜିତ ରହିଛନ୍ତି  ।  ଚଳିତ ବର୍ଷ ବାଣ ଫୁଟାଇବା ଉପରେ କଟକଣା ଜାରି କରାଯାଇଛି  ।