spot_img

Latest Posts

ଦିଲ୍ଲୀରେ ପୁଣି ବିଗିଡ଼ିଲା ଏକ୍ୟୁଆଇ; କମ୍ ଦୃଶ୍ୟମାନ କ୍ଷମତା ଯୋଗୁଁ ବଦଳୁଛି ବିମାନର ଗତିପଥ

ନୂଆଦିଲ୍ଲୀ: ଦିଲ୍ଲୀରେ ପୁଣି ବିଗିଡ଼ିଲା ଏକ୍ୟୁଆଇ। ଦେଖାଯାଉନି ରନଓ୍ବେ। ରାଜଧାନୀର ବିଭିନ୍ନ ସ୍ଥାନରେ ଘେରିରହିଛି ଧୂଆଁର ଆସ୍ତରଣ। ଆନନ୍ଦ ବିହାର ଏବଂ ଅଶୋକ ବିହାରରେ ସ୍ଥିତି ସଂଗୀନ। ଶନିବାର ଦିନ ରାଜଧାନୀର ଅନେକ ସ୍ଥାନରେ ଧୂଆଁ ଯୋଗୁଁ ଦିଲ୍ଲୀରୁ ଉଡାଣ କରିବାକୁ ଥିବା ୩ଟି ବିମାନ ଦିଗ ବଦଳାଇ ଦିଆଯାଇଛି।

ଏଥି ସହିତ ଜୟପୁର, ଲକ୍ଷ୍ମୌ, ଅହମ୍ମଦାବାଦ ଓ ଅମ୍ରିତସର ଅଭିମୁଖେ ୧୮ଟି ବିମାନର ଗତିପଥ ପରିବର୍ତ୍ତନ କରାଯାଇଛି । କମ୍ ଦୃଶ୍ୟତା କାରଣରୁ ଗୋଟେ ବିମାନ ଅହମ୍ମଦବାଦ ଏବଂ ଅନ୍ୟ ଦୁଇଟି ବିମାନକୁ ଜୟପୁରକୁ ଡାଇଭର୍ଟ କରିଦିଆଯାଇଛି। ମୁମ୍ବାଇରୁ ଦିଲ୍ଲୀ ଯିବାକୁ ଥିବା ବିମାନ ୟୁକେ ୯୫୪ ଏବଂ ବିମାନ ୟୁକେ ୯୨୮ ଜୟପୁରକୁ ଡାଇଭର୍ଟ କରିଦିଆଯାଇଛି।

ସେହିପରି ଅହମ୍ମଦାବାଦରୁ ଦିଲ୍ଲୀକୁ ଯାଉଥିବା ବିମାନ ୟୁକେ ୯୦୬ ଦିଲ୍ଲୀରେ କମ୍ ଦୃଶ୍ୟତା କାରଣରୁ ଗତିପଥ ବଦଳାଇ ଦିଆଯାଇଛି। ଦିଲ୍ଲୀରେ ବାୟୁର ଗୁଣବତ୍ତା ଅତ୍ୟନ୍ତ ଖରାପ ଶ୍ରେଣୀର ରହିଛି। ଆନନ୍ଦ ବିହାରରେ ବାୟୁର ଗୁଣବତ୍ତା ୩୮୮ ଅଶୋକ ବିହାରରେ ୩୮୬ ରହିଛି। ଏନେଇ ଦିଲ୍ଲୀ ପରିବେଶ ମନ୍ତ୍ରୀ ଗୋପାଳ ରାୟ ବୁଧବାର ଦିନ ରାଜଧାନୀରୁ ଗ୍ରାପ ୩ ନିୟମ ଉଠାଇଦେଇଥିଲେ ମଧ୍ୟ ଗ୍ରାପ ୧ ଏବଂ ୨ ନିୟମ କଡାକଡି ପାଳନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

Latest Posts

Don't Miss