spot_img

Latest Posts

ଦିଲ୍ଲୀରେ ବିସ୍ଫୋରଣ ଯୋଜନା ପଣ୍ଡ

ନନ୍ଦିଘୋଷ ବ୍ୟୁରୋ : ଦିଲ୍ଲୀରେ ବିସ୍ଫୋରଣ ଯୋଜନା ପଣ୍ଡ। IED ବିସ୍ଫୋରଣ ଲାଗି ଷଡ଼ଯନ୍ତ୍ର ହୋଇଥିବା ବେଳେ ତାହାକୁ ପଣ୍ଡ କରିଛି ଦିଲ୍ଲୀ ପୋଲିସ। ଏହି ଘଟଣାରେ କିଛି ଅସ୍ତ୍ରଶସ୍ତ୍ର ଓ ଗୁଳି ଜବତ ହୋଇଛି। ବିସ୍ଫୋରଣ ଲାଗି କୁଖ୍ୟାତ ଆତଙ୍କୀ ସଂଗଠନ ISIS ଷଡ଼ଯନ୍ତ୍ର କରୁଥିବା ସୂଚନା ମିଳିବା ପରେ ପୋଲିସ ପକ୍ଷରୁ ଛାନବିନ ଆରମ୍ଭ ହୋଇଥିଲା। ୨ ସନ୍ଦିଗ୍ଧ ଆଇଏସଆଇଏସ ଆତଙ୍କୀଙ୍କୁ ଗିରଫ କରାଯାଇଛି। ୨ ସନ୍ଦିଗ୍ଧଙ୍କ ଭିତରେ ଜଣେ ଦିଲ୍ଲୀର ହୋଇଥିବାବେଳେ ଅନ୍ୟ ଜଣେ ମଧ୍ଯପ୍ରଦେଶର ହୋଇଥିବା ସୂଚନା ମିଳିଛି। ଦିଲ୍ଲୀ ପୋଲିସ ସ୍ପେସାଲ ସେଲ ପକ୍ଷରୁ ତନାଘନା ଆରମ୍ଭ ହୋଇଛି। ଗୁଇନ୍ଦା ତଥ୍ୟ ଆଧାରରେ ସର୍ଚ୍ଚ ଅପରେସନ ବେଳେ ସେମାନଙ୍କୁ ଗିରଫ କରାଯାଇଥିଲା। ସେମାନେ ଏପରିକ ଆତ୍ମଘାତୀ ହମଲା କରିବା ଲାଗି ତାଲିମପ୍ରାପ୍ତ ହୋଇଥିବା ସୂଚନା ମିଳିଥିଲା। ଅତିରିକ୍ତ ପୋଲିସ କମିଶନର ପ୍ରମୋଦ କୁସୱାହା ଓ ଏସିପି ଲଳିତ ମୋହନ ନେଗିଙ୍କ ନେତୃତ୍ବରେ ଗଠିତ ଟିମ୍ ପକ୍ଷରୁ ସର୍ଚ୍ଚ ଅପରେସନ କରାଯାଇଥିଲା। ପାକିସ୍ତାନର ଆଇଏସଆଇ ପକ୍ଷରୁ ସହଯୋଗ ପାଇ ସେମାନେ ରାଜଧାନୀରେ ଟେରର ମଡ୍ୟୁଲ କରୁଥିଲେ।

Latest Posts

Don't Miss