ନୂଆଦିଲ୍ଲୀ : ଦେଶର ୧୦୦ରୁ ଅଧିକ ସ୍କୁଲକୁ ବୋମା ଧମକ।ବୋମା ଧମକ ପରେ ବିଭିନ୍ନ ସ୍ଥାନରେ ହାଇଆଲର୍ଟ ଜାରି କରାଯାଇଛି। କେବଳ ଦିଲ୍ଲୀର ୫୦ରୁ ଅଧିକ ସ୍କୁଲକୁ ଇମେଲରେ ବୋମା ଧମକ ଦିଆଯାଇଛି। ଧମକ ମିଳିବା ପରେ ବିଭିନ୍ନ ସ୍ଥାନରେ ବୋମା ନିଷ୍କ୍ରିୟକାରୀ ଟିମ୍ ମୁତୟନ କରାଯିବା ସହ ଧମକ ମିଳିଥିବା ସ୍କୁଲରେ ସର୍ଚ୍ଚ ଅପରେସନ ଜାରି ରହିଛି। କେତେକ ସ୍କୁଲକୁ ଖାଲି କରିଦିଆଯାଇଛି। ଇମେଲ ଧମକ ନେଇ ପୋଲିସର ଖୋଳତାଡ଼ ଜାରି ରହିଛି। ଦିଲ୍ଲୀର ସିଭିଲ ଲାଇନ୍ସସ୍ଥିତ ସେଣ୍ଟ ଜାଭିୟର୍ସ ସ୍କୁଳ, ପଶ୍ଚିମ ବିହାରର ରିଚମଣ୍ଡ ଗ୍ଲୋବାଲ ସ୍କୁଲ, ରୋହିଣୀର ଅଭିନବ ପବ୍ଲିକ ସ୍କୁଲ ଓ ସୋଭେରିନ ସ୍କୁଲ ଆଦି ସ୍କୁଲକୁ ଆସିଛି ବୋମା ଧମକ। ଗତ ବୁଧବାର ଦିଲ୍ଲୀର ୭ଟି ସ୍କୁଲକୁ ବୋମା ଧମକ ମିଳିଥିଲା। ଗତ ମଙ୍ଗଳବାର ଦିଲ୍ଲୀର ସେଣ୍ଟ ଷ୍ଟିଫେନ୍ସ କଲେଜ ଓ ସେଣ୍ଟ ଥୋମାସ ସ୍କୁଲକୁ ବି ବୋମା ଧମକ ମିଳିଥିଲା। ଆଜି ବେଙ୍ଗାଳୁରୁର ୪୦ରୁ ଅଧିକ ସ୍କୁଲ ବି ଆସିଛି ବୋମା ଧମକ।

