ଯୌନ ଉତ୍ପୀଡନ ନେଇ ଯୁବକଙ୍କୁ ମାରିଦେଲେ ୩ ନାବାଳକ

ନୂଆଦିଲ୍ଲୀ: ଯୌନ ଉତ୍ପୀଡନ ନେଇ ଯୁବକଙ୍କୁ ମାରିଦେଲେ ୩ ନାବାଳକ। ଏହାପରେ ମୁହଁକୁ ପଥର ଛେଚି ମର ଶରୀରକୁ ପୋଡି ଦେବାକୁ ଉଦ୍ୟମ କରିଥିଲେ । ଏହାପରେ ଥାନାରେ ଯାଇ ନିଜ ଦୋଷ ସ୍ବୀକାର କରିଛନ୍ତି ନାବାଳକ । ଜାତୀୟ ରାଜଧାନୀ ଦିଲ୍ଲୀରେ ଘଟିଛି ଏଭଳି ଏକ ଅଭାବନୀୟ ଘଟଣା । ୨୫ ବର୍ଷୀୟ ଯୁବକ ଜଣଙ୍କୁ ହତ୍ୟା କରିବା ପରେ ମୁହଁକୁ ପଥର ଛେଚି ତାଙ୍କୁ ପୋଡ଼ିଦେବାକୁ ଚେଷ୍ଟା କରିଥିଲେ। ଦକ୍ଷିଣ ଦିଲ୍ଲୀର ନିଜାମୁଦ୍ଦିନ ଅଂଚଳରେ ଘଟିଛି ଏ ହତ୍ୟାକାଣ୍ଡ ।

ଯୁବକଙ୍କୁ ହତ୍ୟା କରିବା ପରେ ପୋଲିସ  ଥାନାକୁ ଯାଇ ସବୁକିଛି ସତ ବଖାଣିଛନ୍ତି ୩ ନାବାଳକ। ମୃତକ ଜଣକ ଦକ୍ଷିଣ ଦିଲ୍ଲୀର ନିଜାମ ନଗର ବସ୍ତିରେ ରହୁଥିବା ଆଜାଦ ବୋଲି ଜଣାପଡିଛି । ୩ ନାବାଳକଙ୍କ କହିବା ଅନୁସାରେ ଯୁବକ ୩ ନାବାଳକଙ୍କ ମଧ୍ୟରୁ ଜଣକୁ ନିୟମିତ ଭାବେ ଶାରିରୀକ ନିର୍ଯାତନା ଦେଇ ଆସୁଥିଲା। ଯୌନ ନିର୍ଯାତନାରେ ଅତିଷ୍ଠ ହୋଇ ନାବାଳକ ଜଣକ ତାର ଅନ୍ୟ ଦୁଇ ସାଥିଙ୍କ ସହ ମିଶି ପ୍ରତିଶୋଧ ନେବା ପାଇଁ ସ୍ଥିର କରିଥିଲା।ଏହାପରେ ୩ ନାବାଳକ ଯୁବକ ଜଣଙ୍କୁ ହତ୍ୟା କରିବା ପରେ କପଡ଼ା ଓ ଘାସ ଲଟା ପକାଇ ପୋଡିଦେବାକୁ ଚେଷ୍ଟା କରିଥିଲେ।

ମର ଶରୀରକୁ ଅର୍ଦ୍ଧଦଗ୍ଧ ଅବସ୍ଥାରେ ଛାଡି ପୋଲିସ ଥାନାକୁ ଯାଇ ହତ୍ୟା କରିଥିବା ନେଇ ସୂଚନା ଦେଇଥିଲେ । ସମସ୍ତ ନାବାଳକଙ୍କ ବୟର ୧୬ରୁ ୧୭ ବର୍ଷ ମଧ୍ୟରେ ହେବ। ଏହାପରେ ଘଟଣାସ୍ଥଳକୁ ଯାଇ ମୃତଦେହ ଜବତ କରିବା ସହ ତନାଘନା ଆରମ୍ଭ କରିଛି ଦିଲ୍ଲୀ ପୋଲିସ । ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ୩ ନାବାଳକଙ୍କୁ ଅଟକ ରଖି ପଚରାଉଚରା କରୁଛି ପୋଲିସ।