ଆଫଗାନିସ୍ତାନରୁ ଆଦେଶ ପାଉଥିଲା ୟୁସୁଫ୍,ଉତ୍ତର ପ୍ରଦେଶରେ ବଡ ଆକ୍ରମଣର ଥିଲା ଷଡ଼ଯନ୍ତ୍ର

1 min read
delhi terror

ନୂଆଦିଲ୍ଲୀ: ଦିଲ୍ଲୀରୁ ଧରା ପଡିଥିବା ଆଇଏସଆଇ ଆତଙ୍କବାଦୀ ଆବୁ ୟୁସୁଫର ସମ୍ବନ୍ଧ ଇସଲାମିକ୍ ଷ୍ଟେଟ୍ ସହ ଥିଲା  । ଆଫଗାନିସ୍ତାନରେ ଥିବା ଇସଲାମିକ୍ ଷ୍ଟେଟ ଆତଙ୍କବାଦୀଙ୍କ ସହ ସଂପର୍କରେ ଥିଲା ୟୁସୁଫ୍ । ୟୁସୁଫ୍ ଉତ୍ତର ଭାରତ ବିଶେଷକରି ଦିଲ୍ଲୀ ଓ ଉତ୍ତର ପ୍ରଦେଶର ବଡ ଧରଣ ଆକ୍ରମଣର ଷଡ଼ଯନ୍ତ୍ର କରୁଥିଲା ।  ସେ ଇଣ୍ଟରନେଟ୍ କଲ କିମ୍ବା ସାଇବର କାଫେ ଜରିଆରେ ଆଫଗାନିସ୍ତାନରେ ଥିବା ଆତଙ୍କବାଦୀଙ୍କ ସହ ଯୋଗାଯୋଗରେ ଥିଲା ।

ଆବୁ ୟୁସୁଫ୍ ଅନୁସାରେ ତା’ର ଆଉ କିଛି ସାଥୀ ଦେଶର ଅନ୍ୟ ସ୍ଥାନରେ ଆକ୍ରମଣର ଯୋଜନା ବନାଉଛନ୍ତି । ଆବୁ ୟୁସୁଫଠାରୁ ମିଳିଥିବା ସୂଚନା ଆଧାରରେ ତାର ସାଥୀଙ୍କୁ ପୋଲିସ ଖୋଜୁଛି । ଦିଲ୍ଲୀ ପୋଲିସର ଏସଟିଏଫ୍ ବିଭିନ୍ନ ସ୍ଥାନ ଉପରେ ଏବେ ଚଢାଉ କରୁଛି । ଏହା ସହିତ ଦିଲ୍ଲୀ ସମେତ ୟୁପିରେ ହାଇଆଲର୍ଟ ଘୋଷଣା କରାଯାଇଛି । ଦିଲ୍ଲୀ-ନୋଏଡା ସୀମାରେ ଯାନବାହାନ ଯାଂଚକୁ ଜୋରଦାର କରାଯାଇଛି ।

ୟୁସୁଫଠାରୁ ଦୁଇଟି ପ୍ରେସରକୁକର ବୋମା ଯବତ କରାଯାଇଛି । ଏହା ସହିତ ତା’ପାଖରୁ ୩୦ ଏମଏମ୍ ପିସ୍ତଲ ଓ ୪ ଗୁଳି ଯବତ ହୋଇଛି ।  ୟୁସୁଫ୍ କରୋଲ ବାଗରୁ ରିଜରୋଡ୍ ଦେଇ ଧୌଲକୁଆଁ ଆସୁଥିଲା । ବାଇକରେ ଆସୁଥିବା ୟୁସୁଫକୁ ପୋଲିସ ଅଟକାଇବାରେ ସେ ପୋଲିସ ଉପରକୁ ଗୁଳି ମାଡ କରିଥିଲା ।  ତେବେ ପୋଲିସ ତାକୁ ଖୁବଶୀଘ୍ର କାବୁ କରିବାରେ ସଫଳ ହୋଇଥିଲା ।

ଏକ ମାସ ମଧ୍ୟରେ ହୋଇଥାନ୍ତା ଆକ୍ରମଣ

ଆବୁ ୟୁସୁଫଠାରୁ ମିଳିଥିବା ସୂଚନା ଅନୁସାରେ ଆସନ୍ତା ଏକ ମାସ ମଧ୍ୟରେ ଆଇଏସ ଭାରତରେ ବଡ ଧରଣର ଆକ୍ରମଣ କରିଥାନ୍ତା । ରାମ ମନ୍ଦିର,ସିଏଏ ଆନ୍ଦୋଳନ କାଳରେ ହୋଇଥିବା ହିଂସାରେ ସାମିଲ ଥିବା ବ୍ୟକ୍ତିଙ୍କଠାରୁ ଅର୍ଥ ଆଦାୟର ପ୍ରତିଶୋଧ ନେବା ପାଇଁ ଏହି ଆକ୍ରମଣ ଯୋଜନା କରାଯାଇଥିଲା ।

Leave a Reply