ତାତିରେ କଲବଲ ହେବ ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀ, ୪୪ଡିଗ୍ରୀ ପାର୍ ହେବ ପାରଦ

ନୂଆଦିଲ୍ଲୀ : ତାତିରେ କଲବଲ ହେବ ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀ । ଦେଶର ସବୁଠି ଗ୍ରୀଷ୍ମ ପ୍ରବାହ ଜାରି ରହିଥିବା ବେଳେ ଏହି ସପ୍ତାହରେ ଦିଲ୍ଲୀରେ ୪୪ଡିଗ୍ରୀରୁ ଅଧିକ ତାପମାତ୍ରା ଅନୁଭୂତ ହେବ । ପୂର୍ବ ସପ୍ତାହରେ କେତେବେଳେ ଖରା ତ କେତେବେଳେ ଛାଇ ଏବଂ ମୌସୁମୀ ବର୍ଷା ଲାଗି ରହିଥିଲା । କିନ୍ତୁ ଏବେ ରାଜ୍ୟରେ ଭୀଷଣ ଖ୍ରୀଷ୍ମ ପ୍ରବାହ ସହ ଅଂଶୁଘାତର ସମ୍ଭାବନା ଅଧିକ ରହିଛି , ଯାହାକୁ ନେଇ ପାଣିପାଗ ବିଭାଗ ପକ୍ଷରୁ ସଚେତନତା ଜାରି କରାଯାଇଛି । ଆସନ୍ତା ସପ୍ତାହ ପାଗ ଶୁଷ୍କ ରହିବ ବୋଲି ସୂଚନା ରହିଛି ।
ମଙ୍ଗଳବାର ଦିଲ୍ଲୀରେ ସର୍ବନିମ୍ନ ତାପମାତ୍ରା ୨୬ ଡିଗ୍ରୀ ଥିବା ବେଳେ ସର୍ବାଧିକ ତାପମାତ୍ରା ୪୧ ଡିଗ୍ରୀ ରହିଛି । ମେ’ ୧୨ରେ ସର୍ବାଧିକ ତାପମାତ୍ରା ୩୯ ଡିଗ୍ରୀ ରେକର୍ଡ ହୋଇଥିବାରେ ଜଣାପଡିଛି । ଅନ୍ୟପକ୍ଷେ ପୁରା ସପ୍ତାହ ଏହି ପରି ତାତି ଲାଗି ରହିବାର ସମ୍ଭାବନା ନେଇ ଆଇଏମଡି ପକ୍ଷରୁ ସୂଚନା ରହିଛି ।