Delhi Heat Wave: ଏପ୍ରିଲ ଅଧା ନହେଉଣୁ ଦିଲ୍ଲୀରେ ୧୨୨ ବର୍ଷର ରେକର୍ଡ଼ ଭାଙ୍ଗିଲା ତାତି

1 min read

ନୂଆଦିଲ୍ଲୀ: ଦେଶର ରାଜଧାନୀ ଦିଲ୍ଲୀକୁ ଖୁବଶୀଘ୍ର ହିଟ୍‌ ଓ୍ୱେଭରୁ ସାମାନ୍ୟ ଆଶ୍ୱସ୍ତି ମିଳିବାର ସମ୍ଭାବନା ରହିଛି । ଦିଲ୍ଲୀରେ ଏପ୍ରିଲ ଅଧା ନହେଉଣୁ ଭୀଷଣ ତାତିର ସାମ୍ନା କରିବାକୁ ପଡ଼ିଛି । ପାଣିପାଗ ବିଭାଗ ବା IMD ଅନୁସାରେ  ଦିଲ୍ଲୀରେ ଅପ୍ରେଲରେ ୧୨୨ ବର୍ଷର ରେକର୍ଡ଼ ଭାଙ୍ଗିଛି ତାତି । କିନ୍ତୁ ଏପ୍ରିଲ ୧୫ ପରେ ଏହି ତାତିରୁ ସାମାନ୍ୟ ଆଶ୍ୱସ୍ତି ମିଳିବ ।

IMD ଅନୁସାରେ, ମଙ୍ଗଳବାର ଦିଲ୍ଲୀରେ ୪୨ ଡିଗ୍ରୀ ତାପମାତ୍ରା ରେକର୍ଡ଼ କରାଯାଇଛି । କିନ୍ତୁ ଆଗାମି ଦୁଇ ଦିନ ମଧ୍ୟରେ ଲୁ ଠାରୁ ଆଶ୍ୱସ୍ତି ମିଳିବାର ସମ୍ଭାବନା ରହିଛି । ସୋମବାର ରାଜଧାନୀରେ ୪୨.୬ ଡିଗ୍ରୀ ସେଲସିୟସ୍‌ ରେକର୍ଡ଼ କରାଯାଇଥିଲା । ଏହା ଅପ୍ରେଲ ମାସରେ ସବୁଠାରୁ ଅଧିକ ।

 

IMDର କହିବା ହେଉଛି, ଅପ୍ରେଲ ଆରମ୍ଭରୁ ତାତି ରେକର୍ଡ଼ କରି ଆସୁଛି । କିନ୍ତୁ ୧୪ ଏପ୍ରିଲରୁ ଲୁ’ର ପ୍ରଭାବ କମିଯିବ । କିନ୍ତୁ ତାପମାତ୍ରା ବଢ଼ୁଥିବାରୁ ଆଶ୍ୱସ୍ତି ମିଳିବାର ଆଶା କମିଯାଉଛି । ତେବେ କେବଳ ଦିଲ୍ଲୀ ନୁହେଁ ସମଗ୍ର ଉତ୍ତର ଭାରତରେ ଆଗାମି ତିନି ଦିନରେ ହିଟ୍‌ ଓ୍ୱେଭରୁ ଆଶ୍ୱସ୍ତି ମିଳିବାର ସମ୍ଭାବନା ରହିଛି ।

ସୂଚନାଯୋଗ୍ୟ ଏହା ପୂର୍ବରୁ ପାଣିପାଗ ବିଭାଗ ସୂଚନା ଦେଇଥିଲାଯେ, ମାର୍ଚ୍ଚ ମାସରେ ଦିଲ୍ଲରେ ତାତି ୧୨୧ ବର୍ଷର ରେକର୍ଡ଼ ଭାଙ୍ଗିଥିଲା ।