spot_img

Latest Posts

ସ୍କୁଲରେ ଶିକ୍ଷକଙ୍କ ନିର୍ଯାତନା ସହି ନ ପାରି ଜୀବନ ହାରିଲା ଛାତ୍ର

 

ନନ୍ଦିଘୋଷ ବ୍ୟୁରୋ : ଦିଲ୍ଲୀରେ ଏକ ଅତ୍ୟନ୍ତ ଦୁଃଖଦ ଘଟଣା ଘଟିଛି। ସେଣ୍ଟ କଲମ୍ବା ସ୍କୁଲର ଦଶମ ଶ୍ରେଣୀର ଛାତ୍ର ଶୌର୍ଯ୍ୟ ପାଟିଲ ମଙ୍ଗଳବାର ଅପରାହ୍ନରେ ଆତ୍ମହତ୍ୟା କରିଥିଲେ। ସ୍କୁଲ ଛାଡିବା ପରେ ସେ ସିଧା ମେଟ୍ରୋ ଷ୍ଟେସନକୁ ଯାଇ ପ୍ଲାଟଫର୍ମରୁ ଡେଇଁ ପଡ଼ିଥିଲେ। ଦେଖଣାହାରୀମାନେ ପୋଲିସକୁ ସୂଚନା ଦେଇଥିଲେ। ପୋଲିସ ତାଙ୍କ ସ୍କୁଲ ବ୍ୟାଗରୁ ଏକ ହାତଲେଖା ସୁଇସାଇଡ ନୋଟ ପାଇଥିଲା।

ଚିଠିରେ ସେ ତାଙ୍କ ମାଆ, ବାପା ଏବଂ ଭାଇଙ୍କୁ କ୍ଷମା ମାଗିଥିଲେ। ସେ ଲେଖିଥିଲେ, “କ୍ଷମା କରିବେ ମା, ମୁଁ ତୁମକୁ ଅନେକ ଥର ଆଘାତ ଦେଇଛି… ଏବେ ଶେଷ ଥର ପାଇଁ ମୁଁ ତୁମକୁ ଆଘାତ ଦେବି।” ସେ ତାଙ୍କ ବାପାଙ୍କୁ ଲେଖିଥିଲେ, “କ୍ଷମା କରିବେ ବାପା, ମୁଁ ତୁମ ପରି ଭଲ ବ୍ୟକ୍ତି ହେବା ଉଚିତ ଥିଲା।”

ମଙ୍ଗଳବାର ଅପରାହ୍ନରେ ଶୌର୍ଯ୍ୟ ସ୍କୁଲ୍‌ରୁ ମେଟ୍ରୋ ଷ୍ଟେସନ ଯାଇ ଉଚ୍ଚ ପ୍ଲାଟ୍‌ଫର୍ମରୁ ଡେଇଁ ଆତ୍ମହତ୍ୟା କରିଥିଲେ। ତାଙ୍କ ସ୍କୁଲ୍‌ବ୍ୟାଗ୍‌ରୁ ଏକ ହାତଲେଖା ସୁଇସାଇଡ୍‌ ନୋଟ୍‌ ମିଳିଥିଲା, ଯାହା ସେଠାର ଲୋକମାନଙ୍କୁ ବିଚଳିତ କରିଦେଇଛି। ତାଙ୍କୁ ଶିକ୍ଷକମାନେ ବର୍ଷେ ହେଲା ନିର୍ଯାତନା ଦେଇଆସୁଥିଲେ ବୋଲି ସୁଇସାଇଡ୍‌ ନୋଟ୍‌ରେ ଶୌର୍ଯ୍ୟ ଲେଖିଛନ୍ତି। ତାଙ୍କୁ ସ୍କୁଲ୍‌ରୁ ତଡ଼ିଦେବାକୁ ଧମକ ଦିଆଯାଉଥିଲା। ମଙ୍ଗଳବାର ଦିନ ସେ ନାଚ ଅଭ୍ୟାସ ବେଳେ ପଡ଼ିଯିବାରୁ ତାଙ୍କୁ ସମସ୍ତଙ୍କ ଆଗରେ ଅପମାନିତ କରାଯାଇଥିଲା। ସେ ମଞ୍ଚରେ କାନ୍ଦିବାରୁ ଶିକ୍ଷକ କହିଥିଲେ, ତୁମେ ଯେତେ ପାରୁଛ କାନ୍ଦ ମୋର ପରବାୟ ନାହିଁ। ଅଭିଯୁକ୍ତ ପ୍ରଧାନ ଶିକ୍ଷୟିତ୍ରୀ ଓ ୩ ଶିକ୍ଷକଙ୍କ ବିରୋଧରେ ଆତ୍ମହତ୍ୟା ପାଇଁ ଉସୁକାଇବା ଅଭିଯୋଗରେ ମାମଲା ରୁଜୁ ହୋଇଛି। ଅଭିଯୁକ୍ତମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ପିଲାଟିର ପରିବାର ପକ୍ଷରୁ ଦାବି ହୋଇଛି।

ଶୌର୍ଯ୍ୟ ମଧ୍ୟ ଏହି ଚିଠିରେ ତାଙ୍କ ଶେଷ ଇଚ୍ଛା ଲେଖିଥିଲେ । ସେ  ଲେଖିଥିଲେ  “ମୋର ଶେଷ ଇଚ୍ଛା ହେଉଛି ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ଯାହା ଦ୍ୱାରା ଅନ୍ୟ କୌଣସି ପିଲା ଏପରି ପଦକ୍ଷେପ ନ ନିଅନ୍ତି।” ସେ ଏହା ମଧ୍ୟ ଲେଖିଛନ୍ତି ଯେ ତାଙ୍କ ଅଙ୍ଗଗୁଡ଼ିକୁ ଆବଶ୍ୟକ ଲୋକଙ୍କୁ ଦାନ କରାଯିବା ଉଚିତ।

Latest Posts

Don't Miss