ଘନ କୁହୁଡ଼ିରେ ଆଚ୍ଛାଦିତ ରାଜଧାନୀ, ଠପ ହୋଇପଡିଲା ଯାତାୟତ

ନୂଆଦିଲ୍ଲୀ:  ନୂଆବର୍ଷରେ ପାଣିପାଗର ନୂଆ ରେକର୍ଡ  ।  ଦିଲ୍ଲୀରେ ୧୪ବର୍ଷର ରେକର୍ଡ ଭାଙ୍ଗିଲା ତାପମାତ୍ରା । ପ୍ରବଳ ଶୀତ ସାଙ୍ଗକୁ ଘନ କୁହୁଡ଼ିରେ ଆଚ୍ଛାଦିତ ହୋଇଛି ରାଜଧାନୀ ଦିଲ୍ଲୀ  । ସମଗ୍ର ରାଜଧାନୀର ଆକାଶକୁ ଆଢୁଆଳ କରିଛି ଆଜିର କୁହୁଡ଼ି  ।  ଦିଲ୍ଲୀର ବହୁ ସ୍ଥାନରେ ୧ ଦଶମିକ ୧ ଡିଗ୍ରୀ ତଳକୁ ଖସିଲା ପାରା ।

ଗତ ୧୪ ବର୍ଷରେ ଦିଲ୍ଲୀରେ ତାପମାତ୍ରା ସର୍ବନିମ୍ନସ୍ତରରେ ପହଞ୍ଚିଥିବା ଭାରତୀୟ ପାଣିପାଗ ବିଭାଗ କହିଛି  । ପ୍ରବଳ କୁହୁଡ଼ି ଯୋଗୁ ଯାନବାହନ ଚଳାଚଳ ବାଧାପ୍ରାପ୍ତ ହୋଇଛି । ପାଣିପାଗ ବିଭାଗ କହିବା ମୁତାବକ, ସଫଦରଗଞ୍ଜରେ ଆଜି ସର୍ବନିମ୍ନ ତାପମାତ୍ରା ୧ ଦଶମିକ ୧ ଡିଗ୍ରୀ ସେଲସିୟସ ରେକର୍ଡ ହୋଇଛି । ଆସନ୍ତା ୨୪ ଘଣ୍ଟାରେ ତାପମାତ୍ରା ଆହୁରି କମିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ  ।

ସେପଟେ ଦିଲ୍ଲୀରେ ଜଳବାୟୁର ଏପରି ପରିବର୍ତ୍ତନ ସାଧାରଣ ଲୋକଙ୍କ ଉପରେ ପ୍ରଭାବ ପକାଇଛି  । ଯାତାୟତ କରିବା ବାଧାପ୍ରାପ୍ତ ହୋଇଛି  । ମାତ୍ରାଧିକ କୁହୁଡ଼ି ଯୋଗୁଁ ନିର୍ଦ୍ଧିଷ୍ଟ ସମୟ ପାଇଁ ଏକପ୍ରକାର  ଯାନବାହନ ଚଳାଚଳ ବନ୍ଦ ହୋଇଯାଇଥିଲା  । ପରେ କୁହୁଡ଼ି କମିବା ପରେ ଜନଜୀବନ ସ୍ୱାଭାବିକ ହୋଇଥିଲା  ।

Leave a Reply