ରାମ ମନ୍ଦିର ପାଇଁ ଚାନ୍ଦା ନଦେବାରୁ ସ୍କୁଲ ପ୍ରଧାନ ଶିକ୍ଷୟିତ୍ରୀ ହେଲେ ନିଲମ୍ବିତ ! ହାଇକୋର୍ଟ ଜାରି କଲେ ନୋଟିସ୍‌

ନୂଆଦିଲ୍ଲୀ: ଏକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଙ୍କ ତରଫରୁ ଦାଖଲ ହୋଇଥିବା ଆବେଦନ ଉପରେ ଦିଲ୍ଲୀ ହାଇକୋର୍ଟ ନୋଟିସ ଜାରି କରିଛନ୍ତି। ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପାଇଁ ଟଙ୍କା ଦାନ ନକରିବାରୁ ତାଙ୍କୁ ପ୍ରଶାସନ ପକ୍ଷରୁ ନିଲମ୍ବିତ କରାଯାଇଥିବା ନୋଟିସରେ ଅଭିଯୋଗ ହୋଇଥିଲା। ଦରମା ମଧ୍ୟ କମାଇ ଦିଆଯାଇଛି ବୋଲି ଶିକ୍ଷୟିତ୍ରୀ ଜଣକ ଅଭିଯୋଗ କରିଥିଲେ। ଅଭିଯୋଗରେ ପ୍ରରଧା ଶିକ୍ଷୟିତ୍ରୀ ତାଙ୍କ ନିଲମ୍ବନକୁ ରଦ୍ଧ କରିବା ଏବଂ ପୂର୍ଣ୍ଣ ଦରମା ସହିତ ଚାକିରିରେ ପୁନଃ ସ୍ଥାପିତ କରିବାକୁ ଦାବି କରିଥିଲେ।

ପ୍ରଧାନ ଶିକ୍ଷୟିତ୍ରୀ ଅଭିଯୋଗ କରିଛନ୍ତି ଯେ ମନ୍ଦିର ପ୍ରକଳ୍ପ ପାଇଁ ଟଙ୍କା ଦାନ କରି ନ ଥିବାରୁ ତାଙ୍କୁ ଦଣ୍ଡ ଦିଆଯାଉଛି। ଶିକ୍ଷୟିତ୍ରୀ ଦାବି କରିଛନ୍ତି ଯେ ଗତ ବର୍ଷ ଅଗଷ୍ଟରେ ବିନା କାରଣରେ ତାଙ୍କୁ ହଠାତ୍ ବିଦ୍ୟାଳୟର ଭଲସଓ୍ୱା ଶାଖାକୁ ସ୍ଥାନାନ୍ତର କରାଯାଇଥିଲା। ସ୍କୁଲରେ ତାଙ୍କର ସମସ୍ତ ଡାଏରୀ ଏବଂ ଅନ୍ୟାନ୍ୟ ଜିନିଷ ସଂଗ୍ରହ କରିବାକୁ ତାଙ୍କୁ ସମୟ ମଧ୍ୟ ଦିଆଯାଇନଥିବା ଅଭିଯୋରେ ଦର୍ଶାଯାଇଛି।

ଶିକ୍ଷୟିତ୍ରୀ କହିଛନ୍ତି ଯେ ଫେବୃଆରୀ ୨୦୨୧ ରେ ରାମ ମନ୍ଦିର ନିର୍ମାଣ ଉଦ୍ଦେଶ୍ୟରେ ସମସ୍ତ କର୍ମଚାରୀଙ୍କ ଠାରୁ ୭୦ ହଜାରରୁ ୧ ଲକ୍ଷ ଟଙ୍କା ସଂଗ୍ରହ କରିବାକୁ ସ୍କୁଲ ପକ୍ଷରୁ କୁହାଯାଇଥିଲା। ଏହି ଆବେଦନପତ୍ରରେ ଦର୍ଶାଯାଇଛି ଯେ ସ୍କୁଲ କର୍ମଚାରୀମାନେ ଛାତ୍ର କିମ୍ବା ସେମାନଙ୍କ ପିତାମାତା କିମ୍ବା ବଜାରକୁ ଯାଇ ଦୋକାନୀ କିମ୍ବା ସାଧାରଣ ଲୋକଙ୍କଠାରୁ ଟଙ୍କା ସଂଗ୍ରହ କରିବାକୁ ବାଧ୍ୟ କରାଯାଉଥିଲା। ପ୍ରଧାନ ଶିକ୍ଷୟିତ୍ରୀ ଆହୁରି ମଧ୍ୟ କହିଛନ୍ତି କି ସେ ୭୦ ହଜାର ଟଙ୍କା ଏକଜୁଟ କରିବାକୁ ଅସମର୍ଥ ହୋଇଥିବାରୁ ତାଙ୍କୁ ଏପରି ପରିସ୍ଥିତିର ସାମ୍ନା ହେବାକୁପଡ଼ିଛି।

ସମର୍ପଣ ନାମରେ ବାର୍ଷିକ ଦାନ ରାଶି ବ୍ୟତୀତ ଏହି ରାଶି ରହିଛି ବୋଲି ଆବେଦନପତ୍ରରେ ଦର୍ଶାଯାଇଛି। ଆବେଦନକାରୀ ରାମ ମନ୍ଦିର ପାଇଁ ୭୦ ହଜାର ଟଙ୍କା ଏବଂ ଉତ୍ସର୍ଗ ପାଇଁ ୧୫ ହଜାର ଟଙ୍କା ଦେବାକୁ ବାଧ୍ୟ କରାଯାଇଥିଲା। ପ୍ରଧାନ ଶିକ୍ଷୟିତ୍ରୀଙ୍କ କହିବାନୁସାରେ, ସେ ମାର୍ଚ ୩ ତାରିଖରେ ରାମ ମନ୍ଦିର ପାଇଁ ୨୧୦୦ ଟଙ୍କା ଦାନ କରିଥିଲେ। ହେଲେ ସେ ଏହା ପରେ ସମର୍ପଣରେ କୌଣସି ରାଶି ଦେବାକୁ ମନା କରିଦେଇଥିଲେ।

Leave a Reply