ଦିଲ୍ଲୀରେ ସୁଧୁରୁଛି କରୋନାର ସ୍ଥିତି, ଦୈନିକ ମୃତ୍ୟୁ ହାର ୩ଶହରୁ କମିଲା

ନୂଆଦିଲ୍ଲୀ: କରୋନା କବଳରୁ ଧିରେ ଧିରେ ମୁକୁଳୁଛି ରାଜଧାନୀ ଦିଲ୍ଲୀ। ଦିଲ୍ଲୀରେ କରୋନାରୁ ଦୈନିକ ମୃତ୍ୟୁ ସଂଖ୍ୟା କମିବାରେ ଲାଗିଛି । ଗତ ୨୪ ଘଣ୍ଟା ମଧ୍ୟରେ ଏହି ମହାମାରୀ ଯୋଗୁଁ ୨୬୨ ଜଣଙ୍କର ମୃତ୍ୟୁ ହୋଇଛି। ଏହାରି ଭିତରେ କରୋନାର୬,୪୫୬ ନୂଆ ମାମଲା ଚିହ୍ନଟ କରାଯାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ୯ ହଜାର ୭୦୬ ଜଣ ରୋଗୀ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ସବୁଠାରୁ ବଡ଼ କଥା ହେଉଛି ରାଜ୍ୟରେ କରୋନା ସଂକ୍ରମିତ ହାର ୧୦.୪୦ ପ୍ରତିଶତକୁ ଖସି ଆସିଛି। ଏହି ସୂଚନା ଦିଲ୍ଲୀ ସରକାରଙ୍କ ହେଲ୍ଥ ବୁଲେଟିନରୁ ଜାରି କରାଯାଇଛି । ଏହାପୂର୍ବରୁ ମେ ୧୪ରେ ଦିଲ୍ଲୀର କରୋନାରେ ମୃତ୍ୟୁ ସଂଖ୍ୟା ୩୦୦ ରୁ କମ୍ ଆସିଥିଲା। ସେତେବେଳେ ୨୮୯ ଜଣଙ୍କର ମୃତ୍ୟୁ ହୋଇଥିଲା। ଏହାପରେ ୧୫ ମେରେ ୩୩୭, ୧୩ ମେରେ ୩୦୮  ଏବଂ ୧୨ ମେରେ ୩୦୦ ଲୋକଙ୍କର ମୃତ୍ୟୁ ଘଟିଥିଲା।

ଅନ୍ୟପଟେ ଦିଲ୍ଲୀରେ କ୍ରମାଗତ ଭାବେ ଏବେ କରୋନା ସଂକ୍ରମିତଙ୍କ ସଂଖ୍ୟା ହ୍ରାସ ପାଉଛି। ମେ ୧୨ରେ ପଜିଟିଭ ହାର ୧୭.୦୩ ପ୍ରତିଶତ ଥିଲା। ମେ ୧୩ ରେ ଏହା ୧୪.୨୪ ପ୍ରତିଶତ ଏବଂ ମେ ୧୫ରେ ୧୧.୩୨ ପ୍ରତିଶତକୁ ହ୍ରାସ ପାଇଛି। ସର୍ବଶେଷ ଆକଳନ ପରେ, ଦିଲ୍ଲୀର ମୋଟ ସକ୍ରିୟ ମାମଲା ବର୍ତ୍ତମାନ ୬୨ ହଜାର ୭୮୩ ରେ ପହଞ୍ଚିଛି। ଏପର୍ଯ୍ୟନ୍ତ ୧୩ ଲକ୍ଷ ୯ ହଜାର ୫୭୮ କରୋନା ରୋଗୀଙ୍କୁ ଡିସଚାର୍ଜ କରାଯାଇଛି। ଏଥି ସହିତ ରାଜଧାନୀରେ ଏପର୍ଯ୍ୟନ୍ତ ୨୧ ହଜାର ୫୦୬ ଜଣଙ୍କର ମୃତ୍ୟୁ ଘଟିଛି।

ତେବେ ଦିଲ୍ଲୀରେ ଗତ ୨୪ ଘଣ୍ଟା ମଧ୍ୟରେ ୧ ଲକ୍ଷ ବ୮ ହଜାର ୮୭ ଜଣଙ୍କୁ ଟିକା ଦିଆଯାଇଛି। ଏହି ସମୟ ମଧ୍ୟରେ ଟିକାର ପ୍ରଥମ ଡୋଜ୍‌ ୮୦ ହଜାର ୨୯୨ ଜଣଙ୍କୁ ଦିଆଯାଇଛି। ୩୭ ହଜାର ୭୯୫ ଲୋକଙ୍କୁ ଦ୍ୱିତୀୟ ଡୋଜ୍‌ ଦିଆଯାଇଛି ।

 

Leave a Reply