spot_img

Latest Posts

ଚିନ୍ତା ବଢାଇଛି ଦିଲ୍ଲୀ ପ୍ରଦୂଷଣ, ସମସ୍ୟାର ସମାଧାନ ପାଇଁ ଆଜି ବସୁଛି ଗୁରୁତ୍ୱପୂର୍ଣ୍ଣ ବୈଠକ

ନୂଆଦିଲ୍ଲୀ: ଦେଶର ରାଜଧାନୀ ଦିଲ୍ଲୀରେ ବଢିଚାଲିଛି ବାୟୁ ପ୍ରଦୂଷଣ। ପରିସ୍ଥିତିକୁ ନଜରରେ ରଖି ଦିଲ୍ଲୀରେ ଲାଗୁ ହୋଇଛି ପ୍ରଦୂଷଣ କଟକଣା। ସ୍କୁଲ, କଲେଜ ସମେତ ସବୁ ଶିକ୍ଷାନୁଷ୍ଠାନ ବନ୍ଦ କରାଯାଇଛି। ସରକାରୀ ଚାକିରିଆଙ୍କୁ ଓ୍ୱାର୍କ ଫ୍ରମ ହୋମ କରିବାକୁ ନିର୍ଦ୍ଦେଶ ରହିଛି। ସେପଟେ ପୁରୁଣା ଗାଡି ବ୍ୟବହାର ରୋକିବାକୁ ଅଣ୍ଟା ଭିଡିଛି ଦିଲ୍ଲୀ ଟ୍ରାଫିକ ପୋଲିସ। ପୁରୁଣା ଗାଡି ଧରିବା ଲାଗି ୧୭୦ ସ୍ଥାନରେ ଚେକିଂ କରାଯାଉଛି। ୧୩ଟି ହଟସ୍ପଟରେ ଟ୍ରାଫିକ ପୋଲିସ ମୁତୟନ କରାଯାଇଛି। ସେପଟେ ଏୟାର କ୍ୱାଲିଟି ଉପରେ ନିୟନ୍ତ୍ରଣ କରିବାକୁ ଆଜି ବସିବ କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ବୈଠକ। ପଞ୍ଜାବ, ହରିୟାଣା, ଦିଲ୍ଲୀ ଓ ଉତ୍ତରପ୍ରଦେଶ ସରକାର ଏଥିରେ ସାମିଲ ହେବେ। ବୈଠକରେ ଠୋସ୍ ନିଷ୍ପତ୍ତି ନେବା ପାଇଁ କହିଛନ୍ତି କୋର୍ଟ। କି ନିଷ୍ପତ୍ତି ନିଆଯାଇଛି, ତାହାର ଏକ ରିପୋର୍ଟ କୋର୍ଟରେ ଦାଖଲ କରିବାକୁ କୁହାଯାଉଛି। ରିପୋର୍ଟ ଆଧାରରେ ଆସନ୍ତାକାଲି ଶୁଣାଣି କରିବେ ସର୍ବୋଚ୍ଚ ଅଦାଲତ। ସମସ୍ତ ରାଜ୍ୟ ସରକାର ଓ କେନ୍ଦ୍ର ସରକାର ଏକ ହୋଇ କିଛି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବେ ବୋଲି କୋର୍ଟ ଆଶାବାଦୀ ଅଛନ୍ତି।

Latest Posts

Don't Miss