spot_img

Latest Posts

ଦିଲ୍ଲୀରେ ଚରମ ସୀମାରେ  ପ୍ରଦୂଷଣ, ୫୦ ପ୍ରତିଶତ ସରକାରୀ କର୍ମଚାରୀ ୱାର୍କ ଫ୍ରମ ହୋମରେ ରହିବା ଲାଗି ନିର୍ଦ୍ଦେଶ

ନନ୍ଦିଘୋଷ ବ୍ୟୁରେ: ଦିନକୁ ଦିନ ସଙ୍ଗୀନ ହେବାରେ ଲାଗିଛି ରାଜଧାନୀର ସ୍ଥିତି । ଦିଲ୍ଲୀରେ ଚରମ ସୀମାରେ  ପ୍ରଦୂଷଣ। ଅନେକ ସ୍ଥାନରେ ସ୍ଥିତି ନିୟନ୍ତ୍ରଣ ବାହାରେ। ତେବେ ଏହାକୁ ନେଇ ଦିଲ୍ଲୀ ସରକାରଙ୍କ ପକ୍ଷରୁ ଏକ ବଡ଼ ନିଷ୍ପତ୍ତି ନିଆଯିବାକୁ ଯାଉଛି । ୫୦ ପ୍ରତିଶତ ସରକାରୀ କର୍ମଚାରୀ ୱାର୍କ ଫ୍ରମ ହୋମରେ ରହିବା ଲାଗି ନିର୍ଦ୍ଦେଶ ଦିଆଯାଇଛି। ଦିଲ୍ଲୀ ପରିବେଶ ମନ୍ତ୍ରୀ ଗୋପାଳ ରାୟ କହିଛନ୍ତି କି, ୫୦ ପ୍ରତିଶତ ସରକାରୀ କର୍ମଚାରୀ ଘରୁ ରହି କାମ କରିବେ । ତେବେ ଏନେଇ ଆଜି ଅପରାହ୍ନ ୧ରେ ଏକ ବୈଠକ ଅନୁଷ୍ଠିତ ହେବାକୁ ଯାଉଛି । ତେବେ ସରକାରଙ୍କ ପକ୍ଷରୁ କରାଯାଇଥିବା ଏହି ନିର୍ଦ୍ଦେଶ ଦିଲ୍ଲୀ ଏବଂ ଏମସିଡି ପାଇଁ ପ୍ରଯୁଜ୍ୟ ।

ବାୟୁର ମାନ ୪୨୨  ଉପରେ ଥିବା ରେକର୍ଡ କରାଯାଇଛି। ବାୟୁମଣ୍ଡଳରେ ଯେଉଁଆଡେ ଦେଖିବ ଖାଲି ଧୂଆଁମୟ ପରିବେଶ । ଦିଲ୍ଲୀରେ AQI ରେକର୍ଡ ଭାଙ୍ଗିଛି । ଅଡ୍ ଇଭିନ୍ ନମ୍ବର ଗାଡି ଚଳାଚଳ ପାଇଁ କୁହାଯାଇଛି । ଦିଲ୍ଲୀକୁ ବାହାର ରାଜ୍ୟରୁ ଆସୁଥିବା ଟ୍ରକ ପ୍ରବେଶ କରି ପାରିବେ ନାହିଁ। ସିଏନଜି, ଇଲେକ୍ଟ୍ରି ଏବଂ ଅତ୍ୟାବଶ୍ୟକ ସାମଗ୍ରୀ ନେଇ ଆସୁଥିବା ଟ୍ରକକୁ ପ୍ରବେଶ ଅନୁମତି ରହିବ। ଦିଲ୍ଲୀ ବାହାରେ ପଞ୍ଜିକୃତ ହାଲୁକା ବ୍ୟବସାୟିକ ଯାନ ବି ପ୍ରବେଶ କରିପାରିବେ ନାହିଁ।

ଏହା ପୂର୍ବରୁ ଦିଲ୍ଲୀ ସରକାର ବିଭିନ୍ନ ସମୟରେ କାର୍ଯ୍ୟାଳୟ ଏବଂ ଏମସିଡି ପାଇଁ କାର୍ଯ୍ୟାଳୟ ଖୋଲିବାକୁ ଘୋଷଣା କରିଥିଲେ। ଦିଲ୍ଲୀର ମ୍ୟୁନିସିପାଲିଟି କର୍ପୋରେସନ୍ (ଏମସିଡି) କାର୍ଯ୍ୟାଳୟଗୁଡ଼ିକର ସମୟ ସକାଳ 8.30 ରୁ 5 ଟା ପର୍ଯ୍ୟନ୍ତ ସ୍ଥିର ହୋଇଥିବାବେଳେ ଦିଲ୍ଲୀ ସରକାରୀ କାର୍ଯ୍ୟାଳୟଗୁଡ଼ିକର ସମୟ ସକାଳ 10 ଟାରୁ 6.30 ପର୍ଯ୍ୟନ୍ତ ସ୍ଥିର କରାଯାଇଥିଲା। ପ୍ରଦୂଷଣ ମଧ୍ୟରେ ଦିଲ୍ଲୀ ମେଟ୍ରୋ ଦ୍ୱାରା ଯାତ୍ରା କରୁଥିବା ଲୋକଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଇଛି। ସରକାରୀ ତଥ୍ୟ ଅନୁଯାୟୀ, ଦିଲ୍ଲୀ ମେଟ୍ରୋ ନଭେମ୍ବର 18 ରେ ଗୋଟିଏ ଦିନରେ ଯାତ୍ରା କରିବାର ସମସ୍ତ ରେକର୍ଡ ଭାଙ୍ଗିଛି। ଚୁକ୍ତିଭିତ୍ତିକ ବସ୍ ଡ୍ରାଇଭର ଏବଂ ଦିଲ୍ଲୀ ପରିବହନ ନିଗମର କଣ୍ଡକ୍ଟରମାନେ ମଧ୍ୟ ସୋମବାର ଧର୍ମଘଟ କରିଥିଲେ, ଯେଉଁ କାରଣରୁ ଲୋକମାନେ ମେଟ୍ରୋ ଆଡକୁ ମୁହାଁଇଥିଲେ।

Latest Posts

Don't Miss