ଏକଜିଟ୍ ପୋଲରେ ‘ଆପ’କୁ ବହୁମତ, ତଥାପି EVMକୁ ନେଇ ମନରେ ଛନକା
1 min readନୂଆଦିଲ୍ଲୀ: ଜାରି ରହିଛି କେଜ୍ରି କ୍ରେଜ୍ । ଦିଲ୍ଲୀବାସୀଙ୍କ ଉପରେ ପଡ଼ୁନି ‘ପଦ୍ମ’ର ପ୍ରଭାବ । ଶନିବାର ସନ୍ଧ୍ୟାରେ ମତଦାନ ସରିବା ସହ ଆସିଛି ଏକଜିଟ୍ ପୋଲ । ସବୁ ଏକଜିଟ୍ ପୋଲରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଦଳ ଆମ୍ ଆଦମୀ ପାର୍ଟି(ଆପ)କୁ ବହୁମତ ମିଳିଛି । ମାନେ ଦ୍ୱିତୀୟ ଥର ଲାଗି ଦିଲ୍ଲୀରେ ଆପ୍ ସରକାର ଗଠନ କରୁଥିବା ଆକଳନ କରିଛନ୍ତି ସମସ୍ତେ । ତେବେ, ଦଳ ଇଭିଏମକୁ ନେଇ ଟେନସନରେ ଅଛି । ବିଜେପି ଇଭିଏମରେ ଗଡ଼ବଡ଼ କରି ନିର୍ବାଚନ ଫଳକୁ ଏପଟ ସେପଟ କରିପାରେ ବୋଲି ଆଶଙ୍କା କରୁଛି ଦଳ । ସେଥିପାଇଁ ଦଳର କାର୍ଯ୍ୟକର୍ତ୍ତା ଆସନ୍ତା ୧୧ ତାରିଖରେ ହେବାକୁ ଥିବା ଭୋଟ୍ ଗଣନା ପର୍ଯ୍ୟନ୍ତ ଇଭିଏମ୍ ଥିବା ଷ୍ଟ୍ରଙ୍ଗ ରୁମ୍ ଉପରେ ନଜର ରଖିବେ । ମତଦାନ ପରେ କେଜ୍ରିୱାଲଙ୍କ ବାସଭବନରେ ବସିଥିବା ବୈଠକରେ ଏହି ନିଷ୍ପତ୍ତି ହୋଇଛି ।
AAP's Sanjay Singh after meeting at Delhi CM Arvind Kejriwal's residence on security of EVMs: EVMs that should be taken directly to strong room after getting sealed,are still with some officers. It is an incident of Babarpur.A similar incident is being reported from Vishwas Nagar https://t.co/njPcQ8yyZS pic.twitter.com/U13rLRDa5H
— ANI (@ANI) February 8, 2020
ବୈଠକ ପରେ ଆପ୍ ନେତା ସଂଜୟ ସିଂହ ସ୍ୱଚ୍ଛ ନିର୍ବାଚନ ନେଇ ପ୍ରଶ୍ନ ଉଠାଇଛନ୍ତି । ଦିଲ୍ଲୀର ବାବରପୁରରେ ଭୋଟିଂ ସରିବା ପରେ ବି ଇଭିଏମ୍ ଜମା କରାଯାଇ ନଥିବା ଅଭିଯୋଗ ଆଣିଛନ୍ତି ସଂଜୟ । ସମାନ ଘଟଣା ବିଶ୍ୱାସ ନଗରରେ ମଧ୍ୟ ହୋଇଥିବା ସଂଜୟ ଅଭିଯୋଗ କରିଛନ୍ତି ।
चुनाव आयोग इस घटना का संज्ञान ले ये किस जगह EVM उतारी जा रही है आस पास तो कोई सेंटर है नही। pic.twitter.com/zQz7Ibaoe7
— Sanjay Singh AAP (@SanjayAzadSln) February 8, 2020
ଇଭିଏମ ଜାଲିଆତି ରୋକିବାକୁ ଦଳ ସବୁ ବିଧାୟକ ଓ ନେତାଙ୍କୁ ଷ୍ଟ୍ରଙ୍ଗ୍ ରୁମ ବାହାରେ ନିଜ କର୍ମୀଙ୍କୁ ରହିବାକୁ କହିଛି । ଭୋଟ୍ ଗଣତି ଯାଏଁ କର୍ମୀମାନେ ଇଭିଏମ୍ ଉପରେ ତୀକ୍ଷଣ ନଜର ରଖିବେ । ଏଥିସହ ସଂଜୟ ସିଂହ ନିଜ ଟ୍ୱିଟର ହ୍ୟାଣ୍ଡେଲରୁ ଏକ ଭିଡିଓ ଟ୍ୱିଟ୍ କରିଛନ୍ତି । ଦିଲ୍ଲୀର ଏକ ଟ୍ରାଫିକରେ ଯେଉଁ ସ୍ଥାନରେ କୌଣସି ଷ୍ଟ୍ରଙ୍ଗ ରୁମ୍ ନାହିଁ, ସେଠାରେ ବସରୁ ଇଭିଏମ୍ କଢ଼ା ଯାଉଥିବା ନେଇ ସେ ଅଭିଯୋଗ କରିଛନ୍ତି ।
https://nandighoshatv.com/delhi-election-2020-exit-poll/