ଚର୍ଚ୍ଚାରେ ଦିଲ୍ଲୀ ପୋଲିସ୍ ର ଟ୍ବିଟ୍ : ଫିଲ୍ମ ନାଁ ନେଇ ଅମାନିଆଙ୍କୁ ସାବାଡ୍ କରିବାକୁ ଚେତାବନୀ
ନୂଆଦିଲ୍ଲୀ: ବର୍ଷର ଶେଷ ସଂଧ୍ୟାରେ ମସ୍ତି ମେ ରହନା କା କିନ୍ତୁ ଜରା ହଟକେ ଜରା ବଚକେ ଯଦି ଆନିମଲ୍ ହୋଇ ବବାଲ୍ ଏବଂ ନନ୍ ଷ୍ଚପ୍ ଧୁମ୍ ମଚେଇବେ ତ ଯଦି ଏମିତି ନ ହେଉ ୨୦୨୪ର ପ୍ରଥମ ଦିନ ନିଜର ‘ଗ୍ରେଟ୍ ଇଣ୍ଡିଆନ୍ ଫ୍ୟାମିଲି ବଦଳରେ ଇଣ୍ଡିଆନ୍ ପୋଲିସ୍ ଫୋର୍ସ ସହ ନୂଆବର୍ଷ ସେଲିବ୍ରେଟ୍ କରିବେ । ଏଭଳି କିଛି ନିଆରା ଢଙ୍ଗରେ ବଲିଉଡ୍ ଫିଲ୍ମର ଟାଇଟଲ୍ ଦେଇ ଦିଲ୍ଲୀ ପୋଲିସ୍ ଦିଲ୍ଲୀର ଜନସାଧାରଣଙ୍କୁ ସନ୍ଦେଶ ଦେଇଛି । ରାତି ପାହିଲେ ନୂଆବର୍ଷ । ଆଜି ସଂନ୍ଧ୍ୟାରେ ଲୋକମାନେ ୨୦୨୩ କୁ ବିଦାୟ ଦେବା ପାଇଁ ଏବଂ ୨୦୨୪ କୁ ସ୍ବାଗତ କରିବା ପାଇଁ ହୋଟେଲ୍ , ରେଷ୍ଟୋରାଣ୍ଟ ଏବଂ ବାର୍ ରେ ଏକାଠି ହେବେ । ଖାଦ୍ୟ ଖାଇବେ, ମଜାମସ୍ତି କରିବେ , ନୃତ୍ୟ ଏବଂ ସଂଗୀତ ଉପଭୋଗ କରିବେ ।
ତେବେ ଏଥିପାଇଁ ଜନସାଧାରଣଙ୍କୁ ଚେତାଇଦେବା ପାଇଁ ଦିଲ୍ଲୀ ପୋଲିସ୍ ଟ୍ବିଟରରେ ନିଜର ଅଫିସିଆଲ୍ ସାଇଟରେ ଏକ ପୋଷ୍ଟ ସେୟାର କରିଛି । ଆଜି ଦେଶର ପୋଲିସ୍ ଫୋର୍ସ ଭିଡ ପରିଚାଳନା ଏବଂ ସୁରକ୍ଷା ବ୍ୟବସ୍ଥା କୁ ପରିଚାଳନା କରିବା ପାଇଁ କଡାକଡି ବ୍ୟବସ୍ଥା କରାଯାଇଛି । ଦେଶର ରାଜଧାନୀ ଦିଲ୍ଲୀରେ ଚଳିତ ବର୍ଷର ଶେଷ ସଂନ୍ଧ୍ୟାରେ ସେଲିବ୍ରେସନ୍ ପାଇଁ ବିଭିନ୍ନ ଜାଗାରେ ଏକାଠି ହେବେ ଲୋକେ । ଆଜି ରାତି ୯ଟାରୁ ୧ ଜାନୁୟାରୀ ର ସକାଳ ପର୍ଯ୍ୟନ୍ତ ରାଜୀବ ଛକ ମେଟ୍ରୋ ଷ୍ଚେସନ୍ ର ସମସ୍ତ ପ୍ରସ୍ଥାନ ଗେଟ୍ ବନ୍ଦ ରହିବ । ଦିଲ୍ଲୀ ପୋଲିସ୍ ଆଜିର ସୁରକ୍ଷା ବ୍ୟବସ୍ଥା ପାଇଁ ୨୫୦ ଟି ଟିମ୍ ନିୟୋଜିତ କରିଛି । ଏବଂ ଦିଲ୍ଲୀ ପୋଲିସ୍ କହିଛି ଯେ, ଲୋକମାନେ ମଦ ପିଇ ମାତାଲ୍ ହୁଅନ୍ତୁ ନାହିଁ କି ରାସ୍ତାରେ କିଛି ଷ୍ଟଣ୍ଡ କରନ୍ତୁ ନାହିଁ ।