କଏଦୀଙ୍କ କବରସ୍ଥାନ, ତିହାର ଜେଲ

1 min read

ଦିଲ୍ଲୀ: ଦିଲ୍ଲୀ ତିହାର ଜେଲରେ ଶୁକ୍ରବାର ଆଉ ଜଣେ କଏଦୀଙ୍କ ମୃତ୍ୟୁ ହୋଇଛି । ବିଗତ ୮ ଦିନରେ ତିହାର ଜେଲରେ ୫ ଜଣ କଏଦୀଙ୍କ ମୃତ୍ୟୁ ହୋଇଛି । ଶୁକ୍ରବାର ମୃତ୍ୟୁ ହୋଇଥିବା କଏଦୀଙ୍କ ନାମ ହେଉଛି ଭିକି । ତେବେ ଅସୁସ୍ଥତା କାରଣରୁ ଭିକିଙ୍କ ମୃତ୍ୟୁ ହୋଇଥିବା ଜେଲ ତରଫରୁ ସୂଚନା ଦିଆଯାଇଛି  । ତାଙ୍କ ମୃତ୍ୟୁ ପରେ ଧାରା ୧୭୬ ଅନୁସାରେ ତଦନ୍ତ ଚାଲିଛି । ତିହାର ଜେଲ ଦେଶର ସବୁଠୁ ସୁରକ୍ଷିତ ଜେଲ । କିନ୍ତୁ  ବିଗତ ୮ ଦିନରେ ୫ ଜଣ କଏଦୀଙ୍କ ମୃତ୍ୟୁ ଚିନ୍ତାର କାରଣ ପାଲଟିଛି  । ତେବେ ସବୁ କଏଦୀଙ୍କ ମୃତ୍ୟୁ ପ୍ରାକୃତିକ ଭାବରେ ହୋଇଛି ବୋଲି କୁହାଯାଇଛି  । ଅନ୍ୟପକ୍ଷରେ ଥଣ୍ଡା କାରଣରୁ କଏଦୀଙ୍କ ମୃତ୍ୟୁ ହେଉଥିବା ସୂଚନା ରହିଛି  । ଥଣ୍ଡାରୁ କଏଦୀଙ୍କୁ ରକ୍ଷା କରିବା ପାଇଁ କଏଦୀଙ୍କ ବାରାକର ପ୍ରତିଟି ଦ୍ୱାରରେ ପ୍ଲାଷ୍ଟିକ ଚଦରରେ ଆଚ୍ଛାଦିତ କରାଯାଇଛି ।

ଦିଲ୍ଲୀ ପୋଲିସ ସୂଚନା ଅନୁସାରେ ତିହାର ଜେଲ ନମ୍ବର-୩ରେ ଶୁକ୍ରବାର ଜଣେ କଏଦୀ ଚେତାଶୂନ୍ୟ ଭାବରେ ପଡ଼ିରହିଥିଲେ । ଏହା ପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ମୃତକଙ୍କ ଶରୀରରେ କୌଣସି ପ୍ରକାର କ୍ଷତର ଚିହ୍ନ ନଥିଲା । ତେବେ କେଉଁ କାରଣ ଜେଲରେ ଭିକିଙ୍କ ମୃତ୍ୟୁ ହୋଇଛି ତାହା ପୋଷ୍ଟ ମର୍ଟନ ରିପୋର୍ଟ ଆସିବା ପରେ ହିଁ ଜଣାପଡ଼ିବ ।

Leave a Reply