ISIS ଲିଙ୍କରେ ଦିଲ୍ଲୀରୁ ୩ ସନ୍ଦିଗ୍ଧ ଆତଙ୍କବାଦୀଙ୍କୁ ଗିରଫ କଲା ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ୍

1 min read

ନୂଆଦିଲ୍ଲୀ: ଦିଲ୍ଲୀରୁ ଧରାପଡ଼ିଲେ ୩ ସନ୍ଦିଗ୍ଧ ଆତଙ୍କୀ । ISIS ଲିଙ୍କରେ ଦିଲ୍ଲୀରୁ ୩ ସନ୍ଦିଗ୍ଧ ଆତଙ୍କବାଦୀଙ୍କୁ ଧରିଛି ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ୍ । ଗିରଫ ୩ ଆତଙ୍କବାଦୀ ହେଲେ ଶହନୱାଜ, ମହମ୍ମଦ ରିଜୱାନ ଓ ମହମ୍ମଦ ଅର୍ଶଦ ୱାରସି । ଜାତୀୟ ତଦନ୍ତକାରୀ ସଂସ୍ଥା NIAର ମୋଷ୍ଟ ୱାଣ୍ଟେଡ୍ ଲିଷ୍ଟରେ ଥିଲେ ଏହି ଆତଙ୍କୀ । ଗିରଫ ଶହନୱାଜ ପେଷାରେ ଜଣେ ଇଂଜିନିୟର ହୋଇଥିବାବେଳେ ପୁଣେରେ ISIS ଲିଙ୍କ୍ ସନ୍ଦେହରେ ଗିରଫ ହୋଇଛି ।ସନ୍ଦିଗ୍ଘ ଆତଙ୍କୀ ଶହନୱାଜ ଦିଲ୍ଲୀ ନିବାସୀ ହୋଇଥିବାବଳେ ସେ ପୁଣେ ଚାଲିଯାଇଥିଲା । ପୁଣେରେ ତଦନ୍ତକାରୀ ସଂସ୍ଥାର ରେଡ ବେଳେ ଶହନୱାଜର ଦୁଇ ସହଯୋଗୀ ଗିରଫ ହୋଇଥିଲେ ।

ତେବେ୍ ସେଠାରୁ ଫେରାର ମାରିବାରେ ସଫଳ ହୋଇଥିଲା ଶହନୱାଜ । ଏହାପରଠାରୁ ସେ ଲୁଚି ରହିଥିଲା । ଶହନୱାଜ ସହ ଅନ୍ୟ ଦୁଇ ସହଯୋଗୀଙ୍କ ମୁଣ୍ଡ ଉପରେ ୩ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା କରିଥିଲା ଦିଲ୍ଲୀ ପୋଲିସ । ଏକ ସୋସିଆଲ ମିଡିଆ ଆପ୍ ଜରିଆରେ ଶହନୱାଜ, ଅବଦୁଲ୍ଲା ଓ ରିଜୱାନ ISIS ମିଶନ୍ ଲିଙ୍କ୍ ରେ ଆସିଥିଲେ । ଦେଶରେ ହିଂସା ଓ ଆତଙ୍କୀ ଖେଳାଇବାକୁ ଯୋଜନା କରିଥିଲେ ଏହି ୩ ସନ୍ଦିଗ୍ଧ ଆତଙ୍କବାଦୀ । ଅବଦୁଲ୍ଲା ପୁଣେର ଏକ ଡାଏପର ଷ୍ଟୋର ଖୋଲି ସେଠାରେ ବିସ୍ଫୋରକ ଏକାଠି କରୁଥିଲା । ଅବଦୁଲ୍ଲା ସେଠାରୁ ଓମାନ ଫେରାର ହୋଇଯିବାରୁ ଯୋଜନା କରୁଥିଲା ବୋଲି କହିଛି ଦିଲ୍ଲୀ ପୋଲିସ।