spot_img

Latest Posts

କେଜ୍ରିଓ୍ବାଲଙ୍କ ପରେ ଦିଲ୍ଲୀ ଶିକ୍ଷାମନ୍ତ୍ରୀ ଅତିଶୀଙ୍କୁ କ୍ରାଇମବ୍ରାଞ୍ଚ ନୋଟିସ

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କ ପରେ ବଢିଲା ଅତିଶୀଙ୍କ ଅଡୁଆ। ଦିଲ୍ଲୀର ଶିକ୍ଷାମନ୍ତ୍ରୀ ଅତିଶୀଙ୍କୁ ନୋଟିସ ଦେଇଛି ଦିଲ୍ଲୀ ପୋଲିସର କ୍ରାଇମବ୍ରାଞ୍ଚ। ବିଧାୟକଙ୍କୁ ଘୋଡ଼ାବେପାର ମାମଲାରେ ଅତିଶୀଙ୍କୁ ପ୍ରମାଣ ମାଗିଛି ଦିଲ୍ଲୀ ପୋଲିସ। ଯେଉଁ ବିଧାୟକଙ୍କୁ କିଣିବାକୁ ଟଙ୍କା ଯଚା ଯାଇଥିବା ଅଭିଯୋଗ କରିଥଲେ ସେମାନଙ୍କର ତାଲିକା ଦେବାକୁ କହିଛି ଦିଲ୍ଲୀ କ୍ରାଇମବ୍ରାଞ୍ଚ। ମନ୍ତ୍ରୀ ଅତିଶୀଙ୍କ ଘରେ ନୋଟିସ ଦେଇ ଫେରିଛି ଦିଲ୍ଲୀ ପୋଲିସ କ୍ରାଇମବ୍ରାଞ୍ଚ ଟିମ୍। ତେବେ ମନ୍ତ୍ରୀ ଅତିଶୀ ଘରେ ନଥିବା କ୍ରାଇମବ୍ରାଞ୍ଚ ଟିମ ଜାଣିବାକୁ ପାଇଛି। ଏହା ପୂର୍ବରୁ ମଧ୍ୟ ଦିଲ୍ଲୀ ପୋଲିସର ଏକ ଟିମ ଅତିଶୀ ଘରେ ଯାଇ ପହଞ୍ଚିଥିଲା। ମନ୍ତ୍ରୀ ଅତିଶୀ ଚଣ୍ଡୀଗଡ଼ରେ ଥିବା ଜଣାପଡିଛି। ଏହା ପୂର୍ବରୁ ଦିଲ୍ଲୀ ପୋଲିସ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କ ବାସଭବନକୁ ଯାଇ ନୋଟିସ ଦେଇଥିଲା। ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କୁ ୩ ପ୍ରଶ୍ନ ପଚାରିଥିଲା ଦିଲ୍ଲୀ କ୍ରାଇମବ୍ରାଞ୍ଚ। ଆମ ଆଦମୀ ପାର୍ଟି ଯାହା ଅଭିଯୋଗ ଆଣିଛି ଏହାର ପ୍ରମାଣ ଦେବାକୁ କହିଥିଲା ଦିଲ୍ଲୀ ପୋଲିଶ। ଏହାସହ ଟଙ୍କା ଯଚା ଯାଇଥିବା ୭ ବିଧାୟକଙ୍କ ନାଁ ପ୍ରକାଶ କରିବା ସହ ଯାହା ପ୍ରମାଣ ଅଛି ସେସବୁ କ୍ରାଇମବ୍ରାଞ୍ଚକୁ ଦେବାକୁ କହିଛି । କିଛି ଦିନ ପୂର୍ବରୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ଆମ ଆଦମୀ ପାର୍ଟିର ୭ ବିଧାୟକଙ୍କୁ ୨୫ କୋଟି ଲେଖାଏଁ ଅଫର କରାଯାଉଥିବା ଅଭିଯୋଗ କରିଥିଲେ। ଦଳବଦଳ କରିବାକୁ ଏହି ଯଚା ଯାଇଥିବା କହିଥିଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଆମ ଆଦମି ପାର୍ଟି। ମଦ ନୀତି ଦୁର୍ନୀତି ମାମଲାକୁ ନେଇ ତାଙ୍କୁ ଗିରଫ କରି ଦିଲ୍ଲୀରେ ସରକାର ଭାଙ୍ଗିବାକୁ ଷଡ଼ଯନ୍ତ୍ର କରାଯାଉଥିବା ଅଭିଯୋଗ କରିଥିଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜ୍ରିଓ୍ବାଲ ।

Latest Posts

Don't Miss