ବିଜେପି ଟାର୍ଗେଟରେ ସାମ୍ବାଦିକ ! ଦୁଇ ସମ୍ପାଦକଙ୍କ ଘରେ ପୋଲିସର ସର୍ଚ୍ଚ ଅପରେସନ
1 min read
ନୂଆଦିଲ୍ଲୀ: ଟାର୍ଗେଟରେ ସାମ୍ବାଦିକ । ଦି ଓ୍ବାଇରର ଦୁଇ ଜଣ ସମ୍ପାଦକଙ୍କ ଘରେ ଦିଲ୍ଲୀ ପୋଲିସର ସର୍ଚ୍ଚ ଅପରେସନ । ଦି ଓ୍ବାଇରର ଦୁଇ ସମ୍ପାଦକ ସିଦ୍ଧାର୍ଥ ବର୍ଦ୍ଧରାଜନ ଓ ଏମକେ ଭେନୁଙ୍କ ଦିଲ୍ଲୀସ୍ଥିତ ବାସଭବନରେ ଚଢାଉ କରିଛି ପୋଲିସ । ବିଜେପିର ଇସାରା କ୍ରମେ ଏହି ରେଡ୍ ହୋଇଥିବା ଅଭିଯୋଗ ହୋଇଛି । ସେମାନଙ୍କ ଫୋନ୍ ଓ ଲାପଟପ୍ ପୋଲିସ ନେଇଯାଇଥିବା ଅଭିଯୋଗ ହୋଇଛି । ବିଜେପିର ଆଇଟି ସେଲ ମୁଖ୍ୟ ଅମିତ ମାଲବ୍ୟଙ୍କ ଦ୍ବାରା ଦାୟର ହୋଇଥିବା ଠକେଇ ଓ ଜାଲିଆତି ଅଭିଯୋଗ କ୍ରମେ ଏହି ରେଡ୍ ହୋଇଥିବା ଅଭିଯୋଗ ହୋଇଛି ।
ମାଲବ୍ୟଙ୍କୁ ହ୍ବାଟସଆପ, ଫେସବୁକ ଓ ଇନଷ୍ଟାଗ୍ରାମ ଅନେକ ସ୍ବତନ୍ତ୍ର ସୁବିଧା ଦେଇଛି ବୋଲି ଦି ଓ୍ବାଇରରେ ପ୍ରକାଶ ପାଇଥିଲା । ସେପଟେ ମାଲବ୍ୟ ଅଭିଯୋଗ କରିଥିଲେ- ତାଙ୍କ ନାମରେ ଭ୍ରାନ୍ତ ଖବର ଦି ଓ୍ବାଇରରେ ପ୍ରକାଶ ପାଇଥିଲା । ଓ୍ବାଇର ପକ୍ଷରୁ କୁହାଯାଇଛି ଇଣ୍ଟରନାଲ ଏଡିଟୋରିଆଲ ପ୍ରୋସେସ ଜରିଆରେ ଖବର ପ୍ରସାରିତ କରାଯାଇଥିଲା । ସେପଟେ କପୋଳକଳ୍ପିତ ତଥ୍ୟ ଦେଇଥିବା ଅଭିଯୋଗ କରି ପୂର୍ବତନ କନସଲଟାଣ୍ଟ ଦେବେଶ କୁମାର ନାମରେ ଅଭିଯୋଗ ଦାୟର କରିଛି ଦି ଓ୍ବାଇର ।