spot_img

Latest Posts

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲଙ୍କୁ ଗୃହବନ୍ଦୀ!

ନୂଆଦିଲ୍ଲୀ: ସାରା ଦେଶରେ କୃଷକମାନଙ୍କ ଦ୍ୱାରା ‘ଭାରତ ବନ୍ଦ’ ଡାକରା ଦିଆଯାଇଛି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଗୃହ ବନ୍ଦୀ କରାଯାଇଥିବା ନେଇ ଅଭିଯୋଗ କରିଛି ଆମ୍ ଆଦମୀ ପାର୍ଟି ।

ଦଳର ଅଭିଯୋଗ ଅନୁଯାୟୀ, ଭାରତୀୟ ଜନତା ପାର୍ଟିର ସହଯୋଗରେ ଦିଲ୍ଲୀ ପୋଲିସ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଗୃହ ବନ୍ଦୀ କରି ରଖିଛି । ଆଉ ଗୃହ ମନ୍ତ୍ରଣାଳୟର ନିର୍ଦ୍ଦେଶରେ ଦିଲ୍ଲୀ ପୋଲିସ ଏଭଳି କରିଛି।

ସୂଚନା ଅନୁଯାୟୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଘର ବାହାରେ ଦିଲ୍ଲୀ ବିଜେପି ସଭାପତି ଆଦେଶ ଗୁପ୍ତା, ସାଂସଦ ପ୍ରବେଶ ବର୍ମା ଏବଂ ୩ ନଗର ନିଗମର ମେୟର ଧାରଣାରେ ବସିଛନ୍ତି। ଆପର ଅଭିଯୋଗ ଅନୁଯାୟୀ ଏହି ଧାରଣାର ବାହାନା କରି ଦିଲ୍ଲୀ ପୋଲିସ ମୁଖ୍ୟମନ୍ତ୍ରୀଙ୍କ ଘର ବାହାରେ ବ୍ୟାରିକେଡ୍ କରିଦେଇଛି।

ଯେମିତିକି କେଜ୍ରିୱାଲଙ୍କୁ କେହି ଭେଟିବାକୁ ଆସିପାରିବେ ନାହିଁ କିମ୍ବା ସେ କେଉଁ ଆଡକୁ ଯାଇପାରିବେ ନାହିଁ । ଯାହାଫଳରେ ମୁଖ୍ୟମନ୍ତ୍ରୀଙ୍କ ସମସ୍ତ ବୖେଠକକୁ ବାତିଲ କରାଯାଇଛି।

 

Latest Posts

Don't Miss