ପୋଲିସକୁ ଟଏଲେଟରେ ତାଲା ମାରି ଅଭିଯୁକ୍ତ ଚମ୍ପଟ
1 min read
ନୂଆଦିଲ୍ଲୀ: ଦିଲ୍ଲୀ ପୋଲିସକୁ ଦକ୍ଷ ପୋଲିସ କୁହାଯାଏ । ଅପରାଧୀଙ୍କୁ ଷ୍ଟାଇଲରେ ଧରେ । ଅନ୍ୟ ରାଜ୍ୟର ପୋଲିସଙ୍କ ଠାରୁ ସ୍ୱତନ୍ତ୍ର, ସ୍ମାର୍ଟ ଦିଲ୍ଲୀ ପୋଲିସ । ହେଲେ, ଜଣେ ମହିଳା ଅଭିଯୁକ୍ତ ଦିଲ୍ଲୀ ପୋଲିସକୁ ଚକମା ଦେଇ ଖସି ଯାଇଛନ୍ତି । ଟଏଲେଟ ଯିବା ବାହାନାରେ ପୋଲିସକୁ ଟଏଲଟରେ ତାଲା ପକାଇ ଚମ୍ପଟ ହେବାରେ ସକ୍ଷମ ହୋଇଛନ୍ତି ।

ଘଟଣା ହେଉଛି କିଛି ଏମିତି, ପଡ଼ୋଶୀଙ୍କ ସହ ମାରପିଟ୍ ଓ ଝଗଡ଼ା ଅଭିଯୋଗରେ ପୋଲିସ ବିମଳା ନାମ୍ନୀ ମହିଳାଙ୍କୁ ଗିରଫ କରିଥିଲା । ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ ପାଇଁ ମହିଳାଙ୍କୁ ଦିଲ୍ଲୀ ଜିବିଟି ହସ୍ପିଟାଲ ନିଆଯାଇଥିଲା । ସେଠାରେ ସେ ଟଏଲେଟ୍ ଯିବେ ବୋଲି କହିଥିଲେ । ସାଙ୍ଗରେ ଥିବା ମହିଳା କନେଷ୍ଟବଳ ବିମଳାଙ୍କୁ ଟଏଲେଟ ନେଇ ଯାଇଥିଲେ । ସେଠାରେ ଅନ୍ୟ ୨ ଯୁବକ ହଠାତ୍ କନେଷ୍ଟବଳ କମଳାଙ୍କୁ ଧରି ଟଏଲେଟ ଭିତରେ ବନ୍ଦ କରିବା ସହ ମୋବାଇଲ ଫୋପାଡ଼ିଦେଇ ଫେରାର୍ ହୋଇ ଯାଇଥିଲେ ।

କନେଷ୍ଟବଳ କମଳା ଓ ଅଭିଯୁକ୍ତ ବିମଳା ନ ଫେରିବାରୁ ସାଥିରେ ମେଡିକାଲ ଯାଇଥିବା ଅନ୍ୟ ପୋଲିସଙ୍କ ସନ୍ଦେହ ହୋଇଥିଲା । ସେମାନେ ଆସି ଦେଖିବା ବେଳକୁ ଟଏଲେଟରେ ତାଲା ମରା ହୋଇଥିଲା ଓ ଭିତରେ ଚିତ୍କାର କରୁଥିଲେ କନେଷ୍ଟବଳ କମଳା । ଏହି ଘଟଣା ପରେ ଦିଲ୍ଲୀ ପୋଲିସ ଏବେ ଫେରାର୍ ବିମଳାଙ୍କ ସହ ଅନ୍ୟ ୨ ଯୁବକଙ୍କୁ ଧରିବାକୁ ଜାନ୍ ଲଗାଇ ଦେଇଛି । ')}