‘ଦି କାଶ୍ମୀର ଫାଇଲ୍ସ’ ଦେଖିବା ପରେ କାଶ୍ମୀରବାସୀଙ୍କୁ ରୁମ୍ ଦେବାକୁ ମନା କଲେ ହୋଟେଲ ମାଲିକ

1 min read

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ଏକ ଭିଡିଓ ଜୋରସୋରରେ ଭାଇରାଲ ହେବାରେ ଲାଗିଛି । ଦିଲ୍ଲୀରେ ଜଣେ ଜମ୍ମୁ କାଶ୍ମୀର ବାସିନ୍ଦାଙ୍କୁ ରୁମ୍ ଦିଆଯାଉ ନଥିବା ଭାଇରାଲ ଭିଡିଓରେ ଦାବି କରାଯାଉଛି । କେବଳ ସେତିକି ନୁହେଁ ଭିଡ଼ିଓରେ ଏହା ମଧ୍ୟ ଦାବି କରାଯାଉଛି ଯେ, ଦିଲ୍ଲୀରେ ଏହି ହୋଟେଲରେ ଜମ୍ମୁ କାଶ୍ମୀର ବାସିନ୍ଦାଙ୍କୁ ରୁମ୍ ନ ଦେବାକୁ ଦିଲ୍ଲୀ ପୋଲିସ ନିର୍ଦ୍ଦେଶ ଦେଇଛି । ତେବେ ସୋସିଆଲ ମିଡିଆରେ ଏହି ଭିଡିଓ ଭାଇରାଲ ହେବା ପରେ ଦିଲ୍ଲୀ ପୋଲିସ ଘଟଣାର ସତ୍ୟାସତ୍ୟ ପ୍ରକାଶ କରିଛି ।

 ଦିଲ୍ଲୀ ପୋଲିସର ଭାବମୂର୍ତ୍ତିକୁ ଖରାପ କରାଯାଉଛି

ଭାଇରାଲ ଭିଡିଓରେ ଦିଲ୍ଲୀ ପୋଲିସ କହିଛି ଯେ, ଜମ୍ମୁ କାଶ୍ମୀରବାସୀଙ୍କୁ ପ୍ରବେଶ ନକରିବାକୁ ସେମାନେ ଦିଲ୍ଲୀର କୌଣସି ବି ହୋଟେଲକୁ ଏପରି ନିର୍ଦ୍ଦେଶ ଦେଇ ନାହାଁନ୍ତି । ଦିଲ୍ଲୀ ପୋଲିସ ଟୁଇଟ୍ କରି କହିଛି, ‘ଭିଡିଓ ମାଧ୍ୟମରେ ଦିଲ୍ଲୀ ପୋଲିସର ଭାବମୂର୍ତ୍ତିକୁ ଅପମାନିତ କରିବାକୁ ଚେଷ୍ଟା କରାଯାଉଛି । ତେଣୁ ଯେଉଁ ବି ବ୍ୟକ୍ତି ଏଥିରେ ସାମିଲ ଅଛନ୍ତି ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

ଘଟଣାଟି ହେଉଛି ୨୨ ମାର୍ଚ୍ଚର ଯେଉଁଠି ସୟଦ ନାମକ ଜଣେ ବ୍ୟକ୍ତି ଏକ ୱେବସାଇଟ୍ ମାଧ୍ୟମରେ ହୋଟେଲ ରୁମ୍ ବୁକ୍ କରିଥିଲେ । ନିର୍ଦ୍ଦିଷ୍ଟ ଭିଡିଓରେ, ରିସେପ୍ସନିଷ୍ଟ ପ୍ରଥମେ ରୁମ୍ ଦେବାକୁ ମନା କରିଦେଇଥିଲେ । ତା’ପରେ ସେ ଅନ୍ୟ ଜଣଙ୍କୁ ଫୋନ କରିଥିଲେ, ଯେଉଁଥିରେ ସେ କହୁଥିଲେ ଯେ – ଏହି ଅତିଥିଙ୍କୁ କ’ଣ କହିବେ । ତାପରେ  ରିସେପ୍ସନିଷ୍ଟ ଜଣଙ୍କ ‘ଜମ୍ମୁ କାଶ୍ମୀରବାସୀଙ୍କୁ ଆମେ କୋଠରୀ ଦେଇ ପାରିବୁ ନାହିଁ’ ବୋଲି ପୋଲିସ କହିଛି ।