ବୟଜ୍‌ ଲକର ରୁମ୍‌ ପରେ ଆଶଙ୍କାରେ ଛାତ୍ରୀ: ସହପାଠିର ଚରିତ୍ର ଚେକ୍ କଲା ସହପାଠିନୀ!

ନୂଆଦିଲ୍ଲୀ: ବୟଜ୍‌ ଲକର ରୁମ୍ ମାମଲା ସାମ୍ନାକୁ ଆସିଲା ପରେ ନିଜ ସହପାଠୀ ପୁଅଙ୍କ ସହ ଝିଆମାନେ ଏକ ପ୍ରକାର ଅସୁରିକ୍ଷତ ମନେ କରୁଥିବା ଦେଖିବାକୁ ମିଳିଛି । ତା’ ସହ ପାଠ ପଢ଼ୁଥିବା କ୍ଳାସମେଟ୍ ପୁଅଟିର ଚରିତ୍ରକୁ ନେଇ ଝିଅ ମନରେ ନାନା ଆଶଙ୍କା । ସହପାଠୀ ପୁଅଟିର ତା’ ପ୍ରତି କ’ଣ ମନୋଭାବ ରହିଛି । ତା’ ମନ ଭିତରେ ବି ବୟଜ୍‌ ଲକର ରୁମର ପିଲାମାନଙ୍କ ଭଳି ଅଶ୍ଳୀଳତା ଭରି ରହିଛି କି? ଏଭଳି ଅନେକ ପ୍ରଶ୍ନ । ଯାହାର ଉତ୍ତର ଖୋଜିବାକୁ ଦିଲ୍ଲୀର ଜଣେ ନାବାଳିକ ଝିଅ ଆପଣେଇଛି ଭିନ୍ନ ଉପାୟ ।

ସ୍ନାପ୍‌ ଚାଟ୍‌ରେ ନକଲି ଆକାଉଣ୍ଟନ ଖୋଲି ନିଜ ବନ୍ଧୁକୁ କରିଛି ମେସେଜ୍‌ । ଯେଉଁଥିରେ ସେ ଅଶ୍ଳୀଳ କଥାବାର୍ତ୍ତା କରିବା ସହ ଯୌନ ନିର୍ଯାତନା ପାଇଁ ପ୍ରବର୍ତ୍ତାଇଛି । କିନ୍ତୁ ପୁଅଟି ଏଥିଲାଗି ବାରଣ କରିବା ସହ ନକଲି ଆକାଉଣ୍ଟଧାରୀ ନାବାଳିକାକୁ ମଧ୍ୟ କୌଣସି ପ୍ରତିତ୍ତ୍ୟୁର ଦେଇନାହିଁ ।

ଏଥିସହିତ ନାବାଳିକା ସହିତ କରିଥିବା ଚାଟ୍‌ର ସ୍କ୍ରିନ୍‌ ସଟ୍ ନେବା ସହିତ ତାହାକୁ ନିଜ ସାଙ୍ଗମାନଙ୍କ ସହ ସେୟାର କରିଥିଲା । ଏଭଳି କି ନକଲି ଆକାଉଣ୍ଟଧାରୀ ନାବାଳିକା ନିକଟକୁ ମଧ୍ୟ ପଠାଇଥିଲା । ସେ ଝିଅ ଏହି ଚାଟ୍‌ର ବାସ୍ତବତା ନେଇ ଅବଗତ ଥିଲେ ସୁଦ୍ଧା ସେ ଏ ନେଇ କାହାକୁ ଅବଗତ କରେ ନାହିଁ । କିନ୍ତୁ ସ୍କ୍ରିନ୍ ସଟ୍ ପାଇଥିବା ସାଙ୍ଗମାନଙ୍କ ମଧ୍ୟରୁ ଜଣେ ସାଙ୍ଗ ଏହି ସ୍କ୍ରିନ୍ ସଟକୁ ନିଜ ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟରେ ପୋଷ୍ଟ କରନ୍ତି । ପରେ ଏହି ପୋଷ୍ଟ ଭାଇରାଲ୍ ହେବାରେ ଲାଗେ ।

ଯାହା ଦିଲ୍ଲୀ ପୋଲିସ ପାଖରେ ମଧ୍ୟ ପହଞ୍ଚେ । ଏ ନେଇ ଦିଲ୍ଲୀ ସାଇବର ସେଲ୍ ପକ୍ଷରୁ ତଦନ୍ତ ପରେ ସତ ସମ୍ପର୍କରେ ସମସ୍ତ ଅବଗତ ହୁଅନ୍ତି । ଏବଂ କୌଣସି ଝିଅକୁ ଯୌନ ନିର୍ଯାତନା ଦେବାର ପ୍ଳାନ ନଥିବା ସ୍ପଷ୍ଟ କରେ ପୋଲିସ । ତେବେ ସେମାନେ ଦୁହେଁ ବଏଜ୍ ଲକର ରୁମ୍‌ରେ ସମ୍ପୃକ୍ତ ଥିବା ସନ୍ଦହେ କରୁଛି ପୋଲିସ । ନିଜର ଅସଲି ଆକାଉଣ୍ଟ କିମ୍ୱା  ନକଲି ଆକାଉଣ୍ଟ ମାଧ୍ୟମରେ ସମ୍ପୃକ୍ତ ଥିବା ସନ୍ଦେହ ।

Leave a Reply