spot_img

Latest Posts

ତାଜ ହୋଟେଲ୍ ଠୁ ଆରମ୍ଭ କରି କ୍ରିକେଟର୍, ସମସ୍ତଙ୍କୁ ଚୁନା ଲଗାଇଛନ୍ତି ଏହି ଯୁବ କ୍ରିକେଟର

ନୂଆଦିଲ୍ଲୀ: କ୍ରିକେଟର ଋଷଭ ପନ୍ତଙ୍କୁ ଦେଢ କୋଟି ଟଙ୍କାର ଠକେଇ। ଆଉ ଜଣେ ଜାତୀୟ ସ୍ତରର କ୍ରିକେଟର ଋଶଭ ପନ୍ତଙ୍କୁ ଏହି ଠକେଇ କରିଛନ୍ତି। ମୃଣାଙ୍କ ସିଂ ନାମକ ଅଣ୍ଡର ୧୯ କ୍ରିକେଟର ଋଷଭ ପନ୍ତଙ୍କୁ ଠକେଇ କରିଛନ୍ତି । ଋଷଭଙ୍କ ଠାରୁ ୧ କୋଟି ୬୩ ଲକ୍ଷ ଟଙ୍କା ଠକି ନେଇଛି ମୃଣାଙ୍କ। ଏହି ଠକେଇ ୨୦୨୦ରେ ହୋଇଥିଲା ।

କେବଳ ଋଷଭ ନୁହନ୍ତି ଅନେକ ଲୋକଙ୍କୁ ଠକିଛି  ମୃଣାଙ୍କ। ସେମାନଙ୍କ ମଧ୍ୟରେ କ୍ୟାବ ଡ୍ରାଇଭର, ହୋଟେଲ ମାଲିକଙ୍କ ସହ ଅନେକ ମହିଳା ମଧ୍ୟ ଅଛନ୍ତି। ସାମାଜିକ ଗଣମାଧ୍ୟମରେ ମଧ୍ୟ ସେ ସକ୍ରିୟ ଥିଲେ। ମୃଣାଙ୍କର ପ୍ରାୟ ୪୦ ହଜାରରୁ ଅଧିକ ଫଲୋଅର ରହିଛନ୍ତି । ଦିଲ୍ଲୀ ହିନ୍ଦୁ କଲେଜରୁ ସ୍ନାତକ ସହ ରାଜସ୍ଥାନରୁ ଏମବିଏ କରିଛନ୍ତି ମୃଣାଙ୍କ। ବିଳାସମୟ ଜୀବନ ଅତିବାହିତ କରିବାକୁ ସେ ଏଭଳି ଠକେଇ କରି ଚାଲିଥିଲେ । ଫାଇଭ ଷ୍ଟାର ହୋଟେଲରେ ରହିବା, ଦାମି ରେଷ୍ଟୁରାଣ୍ଟରେ ଖାଇବା ମୃଣାଙ୍କର ସଉକ। ବିଳାସମୟ ଜୀବନ ବିତେଇବାକୁ ଏହି ଯୁବ କ୍ରିକେଟର ବିଭିନ୍ନ ଉପାୟ ଆପଣାଉଥିଲେ। ନିଜକୁ ଖେଳାଳି କହି ଅନେକ ହୋଟେଲରେ ମାଗଣା ରହୁଥିଲେ।

ମୃଣାଙ୍କ ସିଂ ନିଜକୁ ଆଇପିଏଲ ଖେଳାଳି ଭାବେ ମଧ୍ୟ ପରିଚୟ ଦେଉଥିଲା। ଆଇପିଏଲ ଖେଳାଳି ପରିଚୟ ଦେଇ ସେ ଅନେକ ମହିଳାଙ୍କୁ ଠକିଛି । ମୁମ୍ବାଇ ଇଣ୍ଡିଆନସ ପକ୍ଷରୁ ସେ ଖେଳୁଥିବା କହୁଥିଲା । କ୍ରୀଡା ସଂରଜାମ ଯୋଗାଉଥିବା ଅନେକ ଆନ୍ତର୍ଜାତିକ ସ୍ତରର କମ୍ପାନୀକୁ ମଧ୍ୟ ସେ ଠକିଛି । ୨୦୨୨ରେ ସେ ଦିଲ୍ଲୀର ତାଜ ପ୍ୟାଲେସ ହୋଟେଲରେ ସପ୍ତାହକ ଧରି ରହିଥିଲା। ହୋଟେଲର ପ୍ରାୟ ସାଢେ ୫ ଲକ୍ଷ ଟଙ୍କାର ବିଲ୍ ନଦେଇ ଚାଲିଯାଇଥିଲା । ନିଜକୁ ଅନ୍ତର୍ଜାତୀୟ କ୍ରିକେଟ କହିବା ସହ ଏକ ଆନ୍ତର୍ଜାତିକ କମ୍ପାନୀ ଏହି ବିଲ୍ ଦେବ ବୋଲି କହିଥିଲେ। ଠକେଇ କରିବା ପରେ ପୋଲିସ ପିଛା କରିବ ଜାଣି ସେ ତାର ଫୋନ ସ୍ବିଚ୍ ଅଫ୍ କରି ରଖୁଥିଲା। ଗତ ୨୫ ତାରିଖରେ ହଂକଂକୁ ଫେରାର ଉଦ୍ୟମ ବେଳେ ଦିଲ୍ଲୀ ବିମାନବନ୍ଦରରେ ତାକୁ ଅଟକାଇଥିଲା ଇମିଗ୍ରେସନ ଅଧିକାରୀ। ଧରାପଡିଲେ କେତେବେଳେ ନିଜକୁ ଆଇପିଏସ ଅଫିସରର ମଧ୍ୟ ପରିଚୟ ଦେଉଥିଲା । ପୋଲିସ ଏହି ହାଇ ପ୍ରୋଫାଇଲ ଠକକୁ ଗିରଫ କରିଛି।

Latest Posts

Don't Miss