ଦିଲ୍ଲୀକୁ ଦୋହଲାଇବାକୁ ଧମକ୍ ପୂର୍ଣ୍ଣ ଇ-ମେଲ ଆସିବାପରେ ଆର୍ଲଟ ଜାରି କଲା ପୋଲିସ

1 min read

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ଆତଙ୍କବାଦୀ ଆକ୍ରମଣ‌ ଆଶଙ୍କା । ଆତଙ୍କବାଦୀ ଆକ୍ରମଣ ଆଶଙ୍କାରେ ହାଇଆଲର୍ଟରେ ଦିଲ୍ଲୀ ପୋଲିସ । ଆତଙ୍କୀ ହମଲା ନେଇ ୟୁପି ପୋଲିସକୁ ମିଳିଛି ଗୁଇନ୍ଦା ରିପୋର୍ଟ । ଗୁଇନ୍ଦା ରିପୋର୍ଟ ଆଧାରରେ ଆଲର୍ଟରେ ରହିଛି ସୁରକ୍ଷା ଏଜେନ୍ସି । ଆତଙ୍କୀ ସଂଗଠନ ତେହରିକ-ଏ-ତାଲିବାନ ପକ୍ଷରୁ ହମଲା ଆଶଙ୍କା ଥିବା କୁହାଯାଉଛି ।  ତେଣୁ ବିଭିନ୍ନ ସ୍ଥାନରେ ଗାଡ଼ି ଅଟକାଇ ଚେକିଂ କରାଯାଉଛି ।

ଏହାକୁ ନେଇ ମଙ୍ଗଳବାର ରାତିରୁ ଦିଲ୍ଲୀର ସରୋଜିନୀ ନଗର ମାର୍କେଟ ସହ ଅନ୍ୟ କେତେକ ସ୍ଥାନରେ ସର୍ଚ୍ଚ ଅପରେସନ ଜାରି ରହିଛି । ଜଣେ ପୋଲିସ ଅଧିକାରୀ କହିଛନ୍ତି ଯେ, ତେହରିକ-ଏ-ତାଲିବାନ ନାଁରେ କିଛି ଲୋକଙ୍କୁ ଧମକ ପୂର୍ଣ୍ଣ ଇମେଲ ମିଳିଥିଲା ଯେଉଁଥିରେ ଦିଲ୍ଲୀରେ ବିସ୍ଫୋରଣ ହେବା ନେଇ କୁହାଯାଇଛି । ତେବେ ଏସମ୍ପର୍କରେ ଲୋକମାନେ ଉତ୍ତରପ୍ରଦେଶ ପୋଲିସକୁ ଧମକ ପୂର୍ଣ୍ଣ ଇମେଲ ବିଷୟରେ ଜଣାଇଥିଲେ ।

ଆର୍ଲଟ ପରେ ସରୋଜିନି ମାର୍କେଟରେ ଘଣ୍ଟାଏ ଧରି ଚାଲିଥିଲା ସର୍ଚ୍ଚ ଅପରେସନ । କେବଳ ସରୋଜିନି ମାର୍କେଟ ନୁହେଁ ଦିଲ୍ଲୀର ଅନେକ ସମ୍ବେଦନଶୀଳ ସ୍ଥାନ ମାନଙ୍କରେ ମଧ୍ୟ ସୁରକ୍ଷାକୁ ବଢାଇ ଦିଆଯାଇଛି ।  ସେହିପରି ଦିଲ୍ଲୀ ପୋଲିସ ଆଜି ସରୋଜିନି ମାର୍କେଟ ବନ୍ଦ ରଖାଯିବା ନେଇ ନିଷ୍ପତ୍ତି ନେଇଛି ।

ତେବେ କେବଳ ଦିଲ୍ଲୀ ନୁହେଁ ଉତ୍ତରପ୍ରଦେଶରେ ମଧ୍ୟ ସୁରକ୍ଷା ବଢାଇ ଦିଆଯାଇଛି । କାରଣ ପୋଲିସ ଅଧିକାରୀଙ୍କ କହିବା ଅନୁସାରେ ଏହି ଧମକ ପୂର୍ଣ୍ଣ ମେଲ କରିଥିବା ବ୍ୟକ୍ତି ତେହରିକ-ଏ-ତାଲିବାନ ସହ ଜଡ଼ିତ ଅଛି । ତେଣୁ ଯଦିବା ଦିଲ୍ଲୀକୁ ନେଇ ଧମକ ଦିଆଯାଇଛି ତଥାପି ଉତ୍ତପ ପ୍ରଦେଶକୁ ମଧ୍ୟ ଆର୍ଲଟ ରଖାଯାଇଛି । ତେବେ ଏହି ମେଲ ପଠାଇଥିବା ବ୍ୟକ୍ତିଙ୍କୁ ଖୋଜି ବାହାର କରିବାଡକୁ ପ୍ରୟାସ ଚାଲିଛି ।