୨ଟି ମାମଲାରେ ୟାସିନ ମଲିକଙ୍କୁ ଆଜୀବନ କାରାଦଣ୍ଡ, ୧୦ ଲକ୍ଷ ଟଙ୍କା ଜରିମାନା

1 min read
Delhi NIA Court Sentenced Life Imprisonment JKLF Chief Yasin Mallik In Terror Funding Case

ନୂଆଦିଲ୍ଲୀ: ବିଚ୍ଛିନ୍ନତାବାଦୀ ନେତା ୟାସିନ ମଲିକକୁ ଆଜୀବନ କାରାଦଣ୍ଡାଦେଶ । ଦିଲ୍ଲୀର ସ୍ୱତନ୍ତ୍ର ଅଦାଲତ ଟେରର୍ ଫଣ୍ଡିଂର ୨ଟି ଭିନ୍ନ ଭିନ୍ନ ମାମଲାରେ ଆଜୀବନ ଦେଲ୍ ଦଣ୍ଡାଦେଶ ଶୁଣାଇଛନ୍ତି । ଆଜୀବନ ଜେଲ୍ ଦଣ୍ଡାଦେଶ ସହ ୧୦ ଲକ୍ଷ ଟଙ୍କା ଜରିମାନା କରିଛନ୍ତି କୋର୍ଟ । କୋର୍ଟଙ୍କ ରାୟ ବେଳେ କୋର୍ଟରୁମରେ ଥିଲା ଦୋଷୀ ୟାସିନ୍ ମଲିକ । କୋର୍ଟ ବାହାରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି ।

ପୂର୍ବରୁ ଟେରର୍ ଫଣ୍ଡିଂ ମାମଲାର ତଦନ୍ତ କରୁଥିବା ଏନ୍ଆଇଏ ୟାସିନ୍ ମଲିକକୁ ମୃତ୍ୟୁଦଣ୍ଡ ଦେବା ପାଇଁ କୋର୍ଟଙ୍କୁ ଅନୁରୋଧ କରିଥିଲା । ଅନ୍ୟପଟେ ୟାସିନ୍ ଅବୈଧ ଗତିବିଧି ଓ ଅନ୍ୟ ଅଭିଯୋଗକୁ ମାନି ନେଇଥିଲା ।

କୋର୍ଟ ୟାସିନ୍ ମଲିକଙ୍କୁ ମେ ୧୯ ତାରିଖରେ ଦୋଷୀ ଘୋଷଣା କରିଥିଲେ । ଆଜି କୋର୍ଟ ଆଜୀବନ କାରାଦଣ୍ଡାଦେଶ ଶୁଣାଇଛନ୍ତି । କାଶ୍ମୀରରେ ଆତଙ୍କବାଦୀ କାର୍ଯ୍ୟକଳାପ ସାମିଲ୍ ଥିବା ୟାସିନ୍ କୋର୍ଟରେ ମାନିଛି । ଦିଲ୍ଲୀ କୋର୍ଟ ବାହାରେ ସୁରକ୍ଷା କଡ଼ାକଡ଼ି କରାଯାଇଥିବା ବେଳେ ଶ୍ରୀନଗରରେ ୟାସିନ୍ ମଲିକ ଘର ଆଗରେ ସମର୍ଥକ ଓ ପୋଲିସ ମୁହାଁମୁହିଁ ହୋଇଥିବା ଜଣାପଡ଼ିଛି ।