ରେଖା ଗୁପ୍ତା ହେଲେ ବିଜେପିର ଦିଲ୍ଲୀ ମୁଖ୍ୟମନ୍ତ୍ରୀ
1 min read![](https://nandighoshatv.com/wp-content/uploads/2025/02/rekha-1024x576.jpg)
ନୂଆଦିଲ୍ଲୀ: ଦିଲ୍ଲୀ ଭୁଖ୍ୟମନ୍ତ୍ରୀ ଭାବେ ରେଖା ଗୁପ୍ତାଙ୍କ ନାଁରେ ମୋହର ମାରିଲା ବିଜେପି । ବିଧାୟକ ଦଳ ବୈଠକରେ ରେଖାଙ୍କୁ ମୁଖ୍ୟମନ୍ତ୍ରୀ କରାଯିବାକୁ ନିଷ୍ପତ୍ତି । ସେହିପରି ପରବେଶ ବର୍ମା ହେବେ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ । ବିଜେନ୍ଦ୍ର ଗୁପ୍ତା ହେବେ ବାଚସ୍ପତି ।
୨୭ ବର୍ଷ ପରେ ଦିଲ୍ଲୀ କ୍ଷମତାକୁ ଫେରିଥିବା ବିଜେପି କାହାକୁ ମୁଖ୍ୟମନ୍ତ୍ରୀ କରିବ ତାକୁ ନେଇ କଳ୍ପନାଜଳ୍ପନା ଜାରି ରହିଥିଲା । ଶେଷରେ ବିଜେପି ବିଧାୟକ ଦଳ ବୈଠକରେ ରେଖା ଗୁପ୍ତାଙ୍କୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ କରିବାକୁ ନିଷ୍ପତ୍ତି ନିଆଯାଇଛି ।
ଆସନ୍ତାକାଲି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ରେଖା । ଏଥିପାଇଁ ରାମଲୀଳା ମୈଦାନରେ ଚାଲିଛି ଭବ୍ୟ ପ୍ରସ୍ତୁତି । ଦିଲ୍ଲୀ ଉପ-ରାଜ୍ୟପାଳ ମନ୍ତ୍ରିମଣ୍ଡଳକୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇବେ । ଶପଥ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ସହ ବିଜେପିର ବହୁ ବରିଷ୍ଠ ନେତା ସାମିଲ ହେବେ । ଦିଲ୍ଲୀ ବିଧାନସଭା ନିର୍ବାଚନରେ ବିଜେପିକୁ ୪୮ ଆସନ ମିଳିଥିବା ବେଳେ, ୨୨ ଆସନରେ ଆମ୍ ଆଦମୀ ପାର୍ଟି ସନ୍ତୁଷ୍ଠ ହେବାକୁ ପଡ଼ିଥିଲା ।