spot_img

Latest Posts

ଦିଲ୍ଲୀ-ଏନସିଆର ସ୍କୁଲକୁ ପୁଣିଥରେ ବୋମା ଧମକ

ନୂଆଦିଲ୍ଲୀ: ଦିଲ୍ଲୀ-ଏନସିଆର ସ୍କୁଲକୁ ପୁଣିଥରେ ବୋମା ଧମକ ମିଳିଛି। ଖବର ମିଳିବା ପରେ ବୋମା ନିଷ୍କ୍ରିୟ ଟିମ, ଅଗ୍ନିଶମ ଟିମ୍ ଏବଂ ଡଗ୍ ସ୍କ୍ବାର୍ଡ ସ୍କୁଲ ପରିସରରେ ଯାଞ୍ଚ କରୁଛନ୍ତି ।

ସୂଚନାଯୋଗ୍ୟ, ନୋଏଡାର ଶିବ ନାଦର ସ୍କୁଲ ଏବଂ ଦିଲ୍ଲୀର ପାଣ୍ଡବ ନଗର ସ୍ଥିତ ଅଲକୋହନ ଇଣ୍ଟରନ୍ୟାସନାଲ ସ୍କୁଲକୁ ବୋମା ଧମକ ମିଳିଥିବା ସୂଚନା ମିଳିଛି। ବୋମା ନିଷ୍କ୍ରିୟ ଟିମ, ଅଗ୍ନିଶମ ଟିମ୍ ଏବଂ ଡଗ୍ ସ୍କ୍ବାର୍ଡ ମିଶି ସ୍କୁଲ ପରିସରଗୁଡ଼ିକୁ ତନ୍ନ ତନ୍ନ କରି ଯାଞ୍ଚ କରିଛନ୍ତି । ତେବେ ଏପର୍ଯ୍ୟନ୍ତ କୌଣସି ସ୍କୁଲରୁ ସନ୍ଦେହଜନକ ବସ୍ତୁ ମିଳିନାହିଁ । ଏନେଇ ସ୍କୁଲ କର୍ତ୍ତ୍‌ପକ୍ଷ ପିଲାଙ୍କ ପରିଜନଙ୍କୁ ମେସେଜ ପଠାଇଥିଲେ ଏବଂ ସ୍କୁଲକୁ ବନ୍ଦ କରିଥିଲେ।

ସୂଚନା ଅନୁଯାୟୀ, ଆଜି ସକାଳେ ସ୍କୁଲକୁ ଧମକପୂର୍ଣ୍ଣ ଇମେଲ କାରଣ ଯୋଗୁଁ ସ୍କୁଲ ବନ୍ଦ କରିଦିଆଯାଇଛି ବୋଲି କହିଛନ୍ତି । ଆଗାମୀ ନିର୍ଦ୍ଦେଶ ପରେ ସ୍କୁଲ ଖୋଲଯିବ । ସେପଟେ ସାଇବର ଟିମ୍ ଏହି ଧମକପୂର୍ଣ୍ଣ ଇମେଲ୍ କେଉଁଠୁ ଆସିଛି ଏବଂ କିଏ ପଠାଇଛି, ତାହା ମଧ୍ୟ ଯାଞ୍ଚ କରୁଛି । ଏପରି ସ୍ଥିତିରେ ଅଭିଭାବକ ଓ ଛାତ୍ରଛାତ୍ରୀମାନଙ୍କୁ ଭୟଭୀତ ନ ହେବାକୁ ଏବଂ ଶାନ୍ତ ରହିବାକୁ ନିବେଦନ କରାଯାଇଛି ।

ଏହାପୂର୍ବରୁ ଷ୍ଟେପ୍ ବାଏ ଷ୍ଟେପ୍ ସ୍କୁଲ, ଦ ହେରିଟେଜ୍ ସ୍କୁଲ, ଜ୍ଞାନଶ୍ରୀ ସ୍କୁଲ ଓ ମୟୂର ସ୍କୁଲରେ ବୋମା ଧମକ ମିଳିଥିଲା ।

Latest Posts

Don't Miss