ଦିଲ୍ଲୀ ଏବଂ ଏନସିଆରରେ ୪.୨ ତୀବ୍ରତାରେ ଭୂକମ୍ପ, ଏପ୍ରିଲ୍ ପରେ ଦିଲ୍ଲୀ-ଏନସିଆରରେ ୧୫ ଥରରୁ ଅଧିକ ଥର ଭୂକମ୍ପ ଅନୁଭୂତ

1 min read
Earthquake In Baliguda And Daringbadi

ନୂଆଦିଲ୍ଲୀ: ଦିଲ୍ଲୀ ଏବଂ ଏନସିଆରର କିଛି ଅଞ୍ଚଳରେ ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଏହି ଭୂମିକମ୍ପ ତୀବ୍ରତା ରହିଛି ୪.୨ । ଗୁରୁଗ୍ରାମର ୪୮ କିଲୋମିଟର ଦକ୍ଷିଣ-ପଶ୍ଚିମରେ ଏହାର ଉତ୍ପତି ସ୍ଥଳ ରହିଛି । ଗୁରୁବାର ରାତି ପ୍ରାୟ ୧୧.୪୫ ମିନିଟ ସମୟରେ ଭୂକମ୍ପ ଅନୁଭୂତ ହୋଇଥିଲା । ତେବେ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି କ୍ଷୟକ୍ଷତିର ସୂଚନା ମିଳିନାହିଁ ।

ଏହାପୂର୍ବରୁ ଡିସେମ୍ବର ୨ ରେ ଦିଲ୍ଲୀ-ଏନସିଆରରେ ସାମାନ୍ୟ ଭୂକମ୍ପ ଅନୁଭୂତ ହୋଇଥିଲା । ଯାହାର ରିକ୍ଟର ସ୍କେଲରେ ଏହି ଭୂକମ୍ପ ୨.୭ ଥିଲା । ଭୂକମ୍ପର କେନ୍ଦ୍ରସ୍ଥଳ ଗାଜିଆବାଦରେ ଥିଲା । ସକାଳ ୪.୪୫ରେ ଏହି ଭୂକମ୍ପ ହୋଇଥିଲା । ଚଳିତ ବର୍ଷ ଦିଲ୍ଲୀ-ଏନସିଆରରେ ଅନେକ ଥର ଭୂକମ୍ପ ଅନୁଭୂତ ହୋଇଛି । ଏପ୍ରିଲ୍ ପରେ ଦିଲ୍ଲୀ-ଏନସିଆରରେ ୧୫ ଥରରୁ ଅଧିକ ଥର ଭୂକମ୍ପ ଅନୁଭୂତ ହୋଇଥିଲା । ଏହି ସମୟ ମଧ୍ୟରେ ଦିଲ୍ଲୀର ଆଖପାଖ ଅଞ୍ଚଳରେ ଏହି ଭୂକମ୍ପର ଉତ୍ପତିସ୍ଥଳ ରହିଥିଲା ।

ସବୁଠାରୁ ବଡ଼ କଥା ହେଉଛି ଦେଶର ବରିଷ୍ଠ ବୈଜ୍ଞାନିକମାନେ ଅନୁମାନ କରୁଛନ୍ତିଯେ ଦିଲ୍ଲୀ ଏବଂ ଏହାର ଆଖପାଖ ଅଞ୍ଚଳରେ ଯେକୌଣସି ସମୟରେ ଏକ ବଡ଼ ଭୂକମ୍ପ ହୋଇପାରେ । ନ୍ୟାସନାଲ ସେଣ୍ଟର ଅଫ୍ ସେସମୋଲୋଜି, ଦେଶର ସର୍ବୋଚ୍ଚ ସଂସ୍ଥା ଭୂକମ୍ପ ଉପରେ ନଜର ରଖିଛି ଯେ ଗତ କିଛି ମାସ ମଧ୍ୟରେ ଦିଲ୍ଲୀରେ ଅନେକ ଥର କମ୍ପନ ଅନୁଭୂତ ହୋଇଥିଲା ।

Leave a Reply