ଅନଲକ ଦିଲ୍ଲୀ; ଅଡ୍-ଇଭିନରେ ଦୋକାନ ଖୋଲିଛି , ମେଟ୍ରୋ ଗଡୁଛି

1 min read

ନୂଆଦିଲ୍ଲୀ: ଖୋଲିଛି ଦିଲ୍ଲୀ, ଚାଲୁଛି ଗାଡ଼ି  । ଲକଡାଉନ ହଟିବା ପରେ ଏବେ  ସାମାନ୍ୟ ସ୍ୱଭାବିକ ହୋଇଛି ଦେଶର ରାଜଧାନୀ  । କୋଭିଡର ଦ୍ବୀତୀୟ ଲହର ଯୋଗଁ ବନ୍ଦ ଥିଲା ସବୁକିଛି  । ନିସ୍ତବ୍ଦ ସହରରେ ଆଜି ଠୁ ଗଡ଼ିବା ଆରମ୍ଭ କରିଛି ଗାଡ଼ି  ।  ମହାମାରୀ ସ୍ଥିତି ସୁଧୁରୁ ଥିବା ବେଳେ ରାଜଧାନୀ ଦିଲ୍ଲୀରେ ଆରମ୍ଭ ହୋଇଛି ଅନଲକ । ଜୁନ୍ ୧୪ ଯାଏଁ ଲକ୍‌ଡାଉନ ରହିଥିବା ବେଳେ କେତେକ କ୍ଷେତ୍ରରେ କଟକଣା କୋହଳ କରାଯାଇଛି  । କଟକଣା ହଟିଛି କିନ୍ତୁ ଭୟବହତା ଏବେ ମଧ୍ୟ ହଟିନି  । ଯେଉଁଥିପାଇଁ ଦିଲ୍ଲୀ ସରକାର ଅନେକ ଗାଇଡଲାନ ଜାରି କରିଛନ୍ତି  ।

ସାମାନ୍ୟ ଗାଡ଼ି ମଟର ଚଳାଚଳ କରୁଥିବାବେଳେ ସବୁ କିଛି ଅଡ ଇଭିନ ହିସାବରେ ଜାରି ରହିଛି  । ଏମିତିକି ଦୋକାନ ବଜାର ମଧ୍ୟ ଅଡ-ଇଭିନ୍ ହିସାବରେ ଖୋଲୁଛି  । ସକାଳ ୧୦ରୁ ରାତି ୮ଟା ପର୍ଯ୍ୟନ୍ତ ଖୋଲିବ ଦୋକାନ ବଜାର । ସେହିପରି ଆଜିଠୁ ଦିଲ୍ଲୀରେ ଗଡ଼ିବା ଆରମ୍ଭ କରିଛି ମେଟ୍ରୋ  ।  ୫୦ ପ୍ରତିଶତ ଯାତ୍ରୀଙ୍କୁ ନେଇ ମେଟ୍ରୋ ଚାଲିବା ସଙ୍ଗେ ସଙ୍ଗେ  ଘରୋଇ ଅଫିସ୍ ମଧ୍ୟ ଚାଲିବ । ଦିଲ୍ଲୀରେ ସଂକ୍ରମଣ କମୁଥିବାରୁ ଏହାକୁ ଆଖି ଆଗରେ ରଖି ଲକ୍‌ଡାଉନ ନିୟମକୁ କୋହଳ କରିଛନ୍ତି ଦିଲ୍ଲୀ ସରକାର । ସେହିପରି ସରକାରଙ୍କ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ବାର୍‌, ସିନେମା ହଲ୍, ଜିମ୍, ସ୍ପା ସେଣ୍ଟର, ସେଲୁନ ଓ ବୁଟି ପାର୍ଲର ଆଦି ବନ୍ଦ ରହିବ ।

ସେହିପରି ମିଳିଥିବା ସୂଚନା ମୁତାବକ ଆଜିଠାରୁ ରାଜଧାନୀରେ ସମସ୍ତ ମଦ ଦୋକାନ ମଧ୍ୟ ଖୋଲା ରହିବ । ଗତ କିଛିଦିନ ହେବ ଦିଲ୍ଲୀରେ ସଂକ୍ରମିତଙ୍କ ସଂଖ୍ୟା ଲଗାତାର ତଳମୁହାଁ ହୋଇଛି । ପୂର୍ବରୁ ୨୦ ହଜାର ଉପରେ ସଂକ୍ରମଣ ରହୁଥିବା ବେଳେ ଏବେ ୫ଶହ ତଳେ ରହୁଛି ଦୈନିକ ସଂକ୍ରମିତଙ୍କ ସଂଖ୍ୟା । ଅସ୍ତବ୍ୟସ୍ତ ଥିବା ଧନଜୀବନ ସ୍ୱଭାବିକ ହେବାପରେ ଦିଲ୍ଲୀ ସରକାର ମଧ୍ୟ ସାମାନ୍ୟ କୋହଳ ଉଠାଇଛନ୍ତି  । ଫଳରେ ଆଜିଠୁ ରାଜଧାନୀରେ ଗଡିବା ଆରମ୍ଭ କରିଛି ଗାଡି , ଖୋଲିଛି ଦୋକାନ ବଜାର  ।

Leave a Reply