spot_img

Latest Posts

ସୁରକ୍ଷା ପ୍ରତିଶ୍ରୁତି ପରେ ଆନ୍ଦୋଳନରୁ ଓହରିଲା ଡାକ୍ତରୀ ସଂଘ

ନୂଆଦିଲ୍ଲୀ: କୋଲକାତା ଆରଜି କର ମେଡିକାଲ କଲେଜ ଓ ହସ୍ପିଟାଲ ଦୁଷ୍କର୍ମ ଓ ହତ୍ଯା ଘଟଣା । ୧୧ ଦିନ ପରେ ଆନ୍ଦୋଳନରୁ ଓହରିଛି ଦିଲ୍ଲୀ ଏମସ ଆବାସିକ ଡାକ୍ତର ସଂଘ ଓ ରାମ ମନୋହର ଲୋହିଆ ଡାକ୍ତର ସଂଘ ।  ଆନ୍ଦୋଳନରତ ଡାକ୍ତରଙ୍କ ସୁରକ୍ଷା ଓ ଅନ୍ଯାନ୍ଯ ପ୍ରତିଶ୍ରୁତି ପରେ ଆନ୍ଦୋଳନରୁ ଓହରିଛି ସଂଘ ।

ଏହି ଧରଣର ସ୍ପର୍ଶକାତର ଘଟଣାକୁ ନେଇ ରାଜନୀତି ନ କରିବାକୁ ଉଭୟ କେନ୍ଦ୍ର ଓ ପଶ୍ଚିମବଙ୍ଗ ସରକାରଙ୍କୁ ପରାମର୍ଶ ଦେଇଛନ୍ତି ସୁପ୍ରିମକୋର୍ଟ । ଆଇନ ତା ବାଟରେ ଯିବ ବୋଲି କହିଛନ୍ତି ଖଣ୍ଡପୀଠ । ମାମଲାର ପରବର୍ତ୍ତୀ ଶୁଣାଣି ହେବ ସେପ୍ଟେମ୍ବର ୫ରେ । ସେପଟେ ଦୁଷ୍କର୍ମ ବିରୋଧରେ କଡା ଆଇନ ଆଣିବା ଲାଗି ପ୍ରଧାନମନ୍ତ୍ରୀଙ୍କ ନିକଟକୁ ଚିଠି ଲେଖିଛନ୍ତି ପଶ୍ଚିମବଙ୍ଗ ମୁଖ୍ଯମନ୍ତ୍ରୀ ମମତା ବାନାର୍ଜୀ । ଶାନ୍ତିପୂର୍ଣ୍ଣ ଆନ୍ଦୋଳନକୁ ସରକାର ଦମନ କରିପାରିବେନି ବୋଲି କହିଛନ୍ତି କୋର୍ଟ । ଟାସ୍କ ଫୋର୍ସର ପଦକ୍ଷେପ ସମ୍ପର୍କରେ ତଥ୍ଯ ଦର୍ଶାଇବା ଲାଗି ପୋର୍ଟାଲ ଖୋଲିବାକୁ କେନ୍ଦ୍ର ସ୍ବାସ୍ଥ୍ଯ ସଚିବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଅଦାଲତ । ଏହାସହ ସୋସିଆଲ ମିଡିଆ ଉପରେ ଭରସା ନ କରିବାକୁ କୋର୍ଟ ପରାମର୍ଶ ଦେଇଛନ୍ତି । ଡାକ୍ତରଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯିବ ନାହିଁ କହିଥିଲେ ସୁପ୍ରିମକୋର୍ଟ ।

ଏହି ମାମଲା ନେଇ ଆଜି ସୁପ୍ରିମକୋର୍ଟରେ ଷ୍ଟାଟସ ରିପୋର୍ଟ ଦାଖଲ କରିଥିଲେ ସିବିଆଇ ଓ ପଶ୍ଚିମବଙ୍ଗ ସରକାର । ସୁପ୍ରିମକୋର୍ଟ କହିଛନ୍ତି, ଡାକ୍ତରଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯିବ ନାହିଁ । ଯଦି ଡାକ୍ତରମାନେ କାର୍ଯ୍ୟରେ ଯୋଗଦେବେ ନାହିଁ ତେବେ ସାଧାରଣ ପ୍ରଶାସନର ଭିତ୍ତି ଉପରେ ଆଞ୍ଚ ଆସିବ । ଏହାସହ କୋଲକାତା ଘଟଣାରେ ପୋଲିସର ତଦନ୍ତ ଧାରା ନେଇ ପ୍ରଶ୍ନ ଉଠାଇଥିଲେ ସୁପ୍ରିମକୋର୍ଟ ।  ହସ୍ପିଟାଲରେ ଡାକ୍ତରଙ୍କ ଦୀର୍ଘକାଳୀନ ଡ୍ଯୁଟି ସମ୍ପର୍କରେ ବି ପ୍ରଶ୍ନ କରିଛନ୍ତି ସୁପ୍ରିମକୋର୍ଟ ।

ସୁପ୍ରିମକୋର୍ଟ ପ୍ରଶ୍ନ କରିଛନ୍ତି, ମୃତ୍ଯୁ ନେଇ ପରିବାରକୁ କାହିଁକି ଭୁଲ ତଥ୍ଯ ଦିଆଯାଇଥିଲା ? ପୋଲିସର କାର୍ଯ୍ୟ ଧାରା ଠିକ୍ ନଥିଲା । ଷ୍ଟାଟସ ରିପୋର୍ଟ ଦାଖଲ ଲାଗି ଗତ ୨୦ ତାରିଖରେ ନିର୍ଦ୍ଦେଶ ଦେଇଥିଲେ ସୁପ୍ରିମକୋର୍ଟ । ସେପଟେ ଷ୍ଟାଟସ ରିପୋର୍ଟରେ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ଉଠାଇଛି ସିବିଆଇ । କୁହାଯାଇଛି, ଛାତ୍ରୀ ଆତ୍ମହତ୍ଯା କରିଛନ୍ତି ବୋଲି ତାଙ୍କ ପରିବାରକୁ ପ୍ରଥମେ ଭୁଲ ତଥ୍ଯ ଦିଆଯାଇଥିଲା । ସିଜେଆଇ ଜଷ୍ଟିସ ଡି.ୱାଇ. ଚନ୍ଦ୍ରଚୂଡଙ୍କ ନେତୃତ୍ବରେ ଗଠିତ ଖଣ୍ଡପୀଠ ଷ୍ଟାଟସ ରିପୋର୍ଟ ଦାଖଲ ଲାଗି ଦେଇଥିଲେ ନିର୍ଦ୍ଦେଶ । ପଶ୍ଚିମବଙ୍ଗ ସରକାରଙ୍କ ପକ୍ଷରୁ କପିଳ ସିବଲ, ମାନେକ ଗୁରୁସ୍ବାମୀ, ସଞ୍ଜୟ ବାସୁ, ଆସ୍ଥା ଶର୍ମାଙ୍କ ସମେତ ୨୧ ଜଣେ ଓକିଲ ପ୍ରତିନିଧିତ୍ବ କରୁଥିବାବେଳେ କେନ୍ଦ୍ର ପକ୍ଷରୁ ପ୍ରତିନିଧିତ୍ବ କରୁଛନ୍ତି ସଲିସିଟର ଜେନେରାଲ ତୁଷାର ମେହେଟ୍ଟା, ମାଧବୀ ସିଂହଲ, ଅର୍କାଜ କୁମାର, ସ୍ବାତୀ ଗିଲଦିୟାଲ, ଏମକେ ମାରୋରିଆ ।

Latest Posts

Don't Miss