spot_img

Latest Posts

ଦେଶରେ ସକ୍ରିୟ ହୋଇଛି ମୌସୁମୀ, ପ୍ରବଳ ବର୍ଷା କାରଣରୁ ବିଗୁଡ଼ୁଛି ସ୍ଥିତି

ନୂଆଦିଲ୍ଲୀ: ଦିଲ୍ଲୀ-ଏନସିଆରରେ ପହଞ୍ଚିଛି ମୌସୁମୀ। ପାଣିପାଗ ବିଭାଗ ଅନୁଯାୟୀ ହରିୟାଣାର ଦିଲ୍ଲୀ ଏବଂ ଗୁରୁଗ୍ରାମରେ ମୌସୁମୀ ପ୍ରବେଶ କରିଛି। ମଙ୍ଗଳବାର ସକାଳେ ଦିଲ୍ଲୀ-ଏନସିଆରରେ ବର୍ଷା ହୋଇଥିଲା ଯେଉଁଥିପାଇଁ ତାପମାତ୍ରାରେ ହ୍ରାସ ହୋଇଥିବା ରେକର୍ଡ କରାଯାଇଛି। ଦିଲ୍ଲୀରେ ବର୍ଷା ଏବଂ ଥଣ୍ଡା ପବନ ଯୋଗୁଁ ଲୋକମାନେ ପ୍ରବଳ ଗରମରୁ ଆରାମ ପାଇଛନ୍ତି।

ସେପଟେ ଦେଶର କେତେକ ସ୍ଥାନରେ ସକ୍ରିୟ ହୋଇଛି ମୌସୁମୀ। ଉତ୍ତର ଭାରତରେ ମୌସୁମୀ ଭୟଙ୍କର ରୂପ ଧାରଣ କରିଛି। ହିମାଚଳ ପ୍ରଦେଶରେ ବାଦଲଫଟା ବର୍ଷା, ଉତ୍ତରାଖଣ୍ଡରେ ଧସିଲା ମାଟି। ଭୀଷଣ ବନ୍ୟାର ରୂପ ନେଇଛି ମୌସୁମୀ ବର୍ଷା। ବହୁ ଅଞ୍ଚଳ ପାଣି ଘେରରେ ଥିବା ବେଳେ ଲୋକଙ୍କୁ ବିପଦପୂର୍ଣ୍ଣ ଭାବେ ଉଦ୍ଧାର କରାଯାଉଥିବା ଦୃଶ୍ୟ ସାମ୍ନାକୁ ଆସୁଛି। ଉତ୍ତରାଖଣ୍ଡର ଡେରାଡୁନର ଦୃଶ୍ୟ ଦେଖନ୍ତୁ। କିପରି ପାଣି ସୁଅକୁ କାଟି କିଛି ମହିଳା ଓ ପୁରୁଷଙ୍କୁ ବଞ୍ଚାଯାଉଛି। ବର୍ଷା ଓ ପାଣି ଲହରୀ ଯୋଗୁଁ କାର୍‌ ଗୁଡିକ ଖେଳଣା ପରି ଭାସିବାକୁ ଲାଗିଥିଲେ। ହଠାତ୍ ବାଦଲଫଟା ବର୍ଷା ଯୋଗୁ ନଦୀରେ ପାଣି ଭର୍ତ୍ତି ହୋଇଯାଇଛି।

ଏମିତିକି ନଦୀ କୂଳିଆ ଅଞ୍ଚଳକୁ ଆର୍ଲଟ କରାଯାଇଛି। ଭୀଷଣ ବର୍ଷା ଯୋଗୁଁ କିଛି କିଛି ସ୍ଥାନରେ ମାଟି ଧସି ଯାଇଛି। କିଛି ରାସ୍ତା କଟି ଯାଇଥିବା ବେଳେ ଯାତାୟାତ ବାଧାପ୍ରାପ୍ତ ହୋଇଛି। ମଣ୍ଡି ଜିଲ୍ଲାର ଏନଏଚ ୩ ବନ୍ଦ କରିଦିଆଯାଇଛି। ଉଦ୍ଧାର ପାଇଁ ଏନଡିଆରଏଫ୍ ଟିମ୍ ନିୟୋଜିତ ହୋଇଛନ୍ତି। ପାଣିପାଗ ବିଭାଗର ପୂର୍ବାନୁମାନ ଆହୁରି ୪୮ ଘଣ୍ଟା ହିମାଞ୍ଚଲରେ ବର୍ଷା ହେବ। ଜମ୍ମୁ କାଶ୍ମୀରରେ ମଧ୍ୟ  ଭୀଷଣ ବର୍ଷା ଯୋଗୁଁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି।

Latest Posts

Don't Miss