spot_img

Latest Posts

ପୁଣି ଉଠିଲା ମଦନୀତି ପ୍ରସଙ୍ଗ: କେଜରିୱାଲ ଓ ସିସୋଦିଆଙ୍କ ବିରୋଧରେ ମାମଲା ରୁଜୁ ଲାଗି ଅନୁମତି

ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନ ପୂର୍ବରୁ ପୁଣି ଉଠିଲା ମଦନୀତି ପ୍ରସଙ୍ଗ। ଆମ୍ ଆଦମୀ ପାର୍ଟି ମୁଖ୍ୟ ଅରବିନ୍ଦ କେଜରିୱାଲ ଓ ପୂର୍ବତନ ମନ୍ତ୍ରୀ ମନୀଷ ସିସୋଦିଆଙ୍କ ବିରୋଧରେ ମାମଲା ରୁଜୁ ଲାଗି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟକୁ ଅନୁମତି ଦେଇଛି କେନ୍ଦ୍ର ଗୃହ ମନ୍ତ୍ରାଳୟ। ମଦନୀତି ମାମଲାରେ ହୋଇଥିବା ବେଆଇନ ଅର୍ଥ କାରବାର ନେଇ ଏହି ଅନୁମତି ଦିଆଯାଇଛି। ପୂର୍ବତନ ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜରିୱାଲଙ୍କ ବିରୋଧରେ ମାମଲା ରୁଜୁ ଲାଗି ଲେଫ୍ଟନାଣ୍ଟ ଗଭର୍ଣ୍ଣର ଭି.କେ. ସକ୍ସେନା ଅନୁମତି ଦେବା ପରେ ମନ୍ତ୍ରାଳୟ ଏହି ଅନୁମତି ଦେଇଛି।

ଗତବର୍ଷ ନଭେମ୍ବରରେ ଏକ ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ କହିଥିଲେ, କୌଣସି ପବ୍ଲିକ ସର୍ଭାଣ୍ଟଙ୍କ ବିରୋଧରେ ମାମଲା ରୁଜୁ ପୂର୍ବରୁ ଇଡିକୁ ଆଗୁଆ ଅନୁମତି ନେବାକୁ ପଡିବ। ମଦନୀତି ମାମଲାରେ କେଜରିୱାଲ କିଙ୍ଗପିନ ହୋଇଥିବାରୁ ତାଙ୍କ ବିରୋଧରେ ମାମଲା ରୁଜୁ ଲାଗି ଅନୁମତି ଦେବାକୁ ଏଲଜିଙ୍କ ନିକଟକୁ ପତ୍ର ଲେଖିଥିଲା ଇଡି। ୨୦୨୧-୨୨ ଦିଲ୍ଲୀ ମଦନୀତି ମାମଲାରେ ବ୍ୟାପକ ଅନିୟମିତତା ହୋଇଥିଲା ବୋଲି କେଜରିୱାଲଙ୍କ ବିରୋଧରେ ଅଭିଯୋଗ ହୋଇଥିଲା। କେଜରିୱାଲ ଓ ସିସୋଦିଆଙ୍କ ସମେତ ଅନ୍ୟାନ୍ୟ ଆପ୍ ନେତା ଏହି ଦୁର୍ନୀତିରେ ସାମିଲ ଥିଲେ ଏବଂ କିକବ୍ଯାକ ପାଇବା ଲାଗି ଚକ୍ରାନ୍ତ କରିଥିଲେ ବୋଲି ଅଭିଯୋଗ ହୋଇଥିଲା। ମଦନୀତି ମାମଲାରେ ଗତବର୍ଷ ମାର୍ଚ୍ଚ ୨୧ର କେଜରିୱାଲଙ୍କୁ ଗିରଫ କରିଥିଲା ଇଡି। ପରେ ଜୁନ ୨୬ରେ ତାଙ୍କୁ ସିବିଆଇ ଗିରଫ କରିଥିଲା। ଗତବର୍ଷ ସେପ୍ଟେମ୍ବରରେ କେଜରିୱାଲଙ୍କୁ ମିଳିଥିଲା ଜାମିନ ।

Latest Posts

Don't Miss