ଦିଲ୍ଲୀ ହିଂସା: ଗିରଫ ହେଲେ ୧୪, ଗୋଟିଏ ସମ୍ପ୍ରଦାୟକୁ ନେଇ ଉଠିଲା ପ୍ରଶ୍ନ
ନୂଆଦିଲ୍ଲୀ: ଦିଲ୍ଲୀ ଜହାଁଗୀରପୁରୀ ହିଂସା ଘଟଣାରେ ପୋଲିସର କାର୍ଯ୍ୟାନୁଷ୍ଠାନ । ୧୪ ଜଣ ବ୍ୟକ୍ତିଙ୍କ ବିରୋଧରେ ଏଫଆଇଆର ଋଜୁ କରିଛି ଦିଲ୍ଲୀ ପୋଲିସ । ଉକ୍ତ ଘଟଣାରେ ମୁଖ୍ୟ ଅଭିଯୁକ୍ତ ଭାବେ ପୋଲିସ ଅଂସାରକୁ ସୂଚିତ କରିଛି । ସେପଟେ ପୋଲିସ ଗୋଟିଏ ସଂପ୍ରଦାୟର ସମସ୍ତଙ୍କୁ ଗିରଫ କରିଛି । ଯାହାକୁ ନେଇ ଏବେ ପୋଲିସ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।
ରାଜଧାନୀ ଦିଲ୍ଲୀରେ ଦେଖାଦେଇଛି ସାଂପ୍ରଦାୟିକ ଉତ୍ତେଜନା ଓ ଅଶାନ୍ତିର ବାତାବରଣ । ଦିଲ୍ଲୀର ଜାହାଙ୍ଗୀରପୁରୀ ଅଞ୍ଚଳରେ ଏକ ଧାର୍ମିକ ଶୋଭାଯାତ୍ରା ବେଳେ ଦୁଇ ସଂପ୍ରଦାୟ ମଧ୍ୟରେ ଘଟିଛି ସଂଘର୍ଷ । ପୋଲିସ କହିବା ଅନୁସାରେ ସଂଘର୍ଷ ବେଳେ ଦୁଇ ଗୋଷ୍ଠୀ ମଧ୍ୟରେ ଟେକାପଥର ମାଡ ହୋଇଥିଲା । କିଛି ଗାଡିରେ ନିଆଁ ଲଗାଇ ଦେଇଥିଲେ ଦୁର୍ବୃତ୍ତ । ସଂଘର୍ଷ ପରେ ଜାହାଙ୍ଗୀରପୁରୀ ଓ ଅନ୍ୟ ସମ୍ବେଦନଶୀଳ ଅଞ୍ଚଳରେ କଡା ନଜର ରଖିଛି ପୋଲିସ । ଅଧିକ ଫୋର୍ସ ମୁତୟନ କରାଯାଇଛି । ଦଙ୍ଗାକାରୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ପାଇଁ ପୋଲିସ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ର ମନ୍ତ୍ରୀ ଗୃହ ଅମିତ ଶାହ । ହିଂସାରେ ସଂପୃକ୍ତ ଥିବା ଅଭିଯୋଗରେ ୧୪ ଜଣଙ୍କୁ ଗିରଫ କରାଯାଇଛି । ଘଟଣାର ଯାଞ୍ଚ ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ୍ କରିବ ।
ସେପଟେ ପୋଲିସ ଶାନ୍ତି କମିଟି ସହ ଆଲୋଚନା ଜାରି ରଖିଛି । ପ୍ରତ୍ୟେକ ସାହିର ଶାନ୍ତି କମିଟି ମଧ୍ୟ ପୋଲିସ କଥା ଅନୁସାରେ ଶାନ୍ତି ଫେରାଇବା ଉଦ୍ଦେଶ୍ୟରେ କାର୍ଯ୍ୟ କରୁଛନ୍ତି । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ନିର୍ଦ୍ଦେଶ ଅନୁସାରେ ପୋଲିସ କଠୋର କାର୍ଯ୍ୟାନୁଷ୍ଠାନ ଲଗ୍ରହଣ କରିଛି । ସମସ୍ତ ଅଭିଯୁକ୍ତଙ୍କୁ ଖୋଜି ଖୋଜି ଗିରଫ କରିଛି । ସାଂପ୍ରଦାୟିକ ହିଂସା, ହତ୍ୟା ଅଭିଯୋଗରେ ଗିରଫ କରାଯାଇଛି । ସେପଟେ ପୋଲିସର କାର୍ଯ୍ୟାନୁଷ୍ଠାନକୁ ନେଇ ପ୍ରଶ୍ନ ଉଠିଛି । କାହିଁକି କେବଳ ଗୋଟିଏ ସମୁଦାୟର ଲୋକଙ୍କୁ ଗିରଫ କରାଯାଉଛି ବୋଲି କୁହାଯାଉଛି ।
ସେପଟେ ଏହି ପ୍ରଶ୍ନକୁ ନେଇ ସିପି ଦୀପେନ୍ଦ୍ର ପାଠକ ପ୍ରତିକ୍ରିୟା ଦେଇଛନ୍ତି । କହିଛନ୍ତି ଦିଲ୍ଲୀ ହିଂସାରେ ପୋଲିସ ତଦନ୍ତ ଚଳାଇଛି ଏବଂ ସିସିଟିଭି ଫୁଟେଜ ଅନୁଯାୟୀ ଗିରଫ ପକ୍ରିୟା ଜାରି ରହିଛି । ଏହା କେବଲ ପ୍ରାରମ୍ଭିକ ତଦନ୍ତ । ତେଣୁ ଆଗାମୀ ଦିନରେ ଯେଉଁମାନେ ସଂଶ୍ଲିଷ୍ଟ ଥିବେ ସେମାନଙ୍କ ବିରୋଧରେ ମଧ୍ୟ ଦୃଢ କାର୍ଯ୍ୟାନୁଷ୍ଠା ଗ୍ରହଣ କରାଯିବ ବୋଲି କହିଛନ୍ତି ସିପି ଦିପେନ୍ଦ୍ର ପାଠକ ।