ଗୁଇନ୍ଦା ସୂଚନା ପରେ ହାଇ ଆଲର୍ଟରେ ଦିଲ୍ଲୀ, ପାର୍ବଣରେ ଆତଙ୍କବାଦୀ ଆକ୍ରମଣ ଆଶଙ୍କା

Delhi In High Alert After Intelligence Inputs On Terror Attack In Festival

ନୂଆଦିଲ୍ଲୀ: ସୁରକ୍ଷାକୁ ନେଇ ଦେଶର ରାଜଧାନୀରେ ହାଇ ଆଲର୍ଟ ଜାରି କରାଯାଇଛି । ପାର୍ବଣ ଋତୁରେ ଦିଲ୍ଲୀରେ ଆତଙ୍କବାଦୀ ଆକ୍ରମଣ ଆଶଙ୍କା ରହିଛି । ଗୁଇନ୍ଦା ସୂଚନା ପରେ ଦିଲ୍ଲୀରେ ସୁରକ୍ଷା ବ୍ୟବସ୍ଥାକୁ ବଢ଼ାଇ ଦିଆଯାଇଛି । ବଜାର ଗୁଡ଼ିକରେ ମଧ୍ୟ ସୁରକ୍ଷା ବୃଦ୍ଧି କରାଯାଇଛି । ହୋଟେଲ ଓ ଗେଷ୍ଟ ହାଉସ୍ ଉପରେ ନଜର ରଖିଛି ପୋଲିସ ।

ଏଥିସହ ପଢ଼ନ୍ତୁ: ଭାରତରେ ଆତଙ୍କୀ ଆକ୍ରମଣ ପାଇଁ ପାକିସ୍ତାନର ଷଡ଼ଯନ୍ତ୍ର, ୬ ଗିରଫ

ଗତ ସେପ୍ଟେମ୍ବର ମାସ ୧୪ ତାରିଖରେ ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ୍ ୬ ଜଣ ଆତଙ୍କବାଦୀଙ୍କୁ ଗିରଫ କରିଥିଲା । ଗିରଫ ଆତଙ୍କବାଦୀଙ୍କ ସମ୍ପର୍କ ଆଇଏସ୍ଆଇ ଓ ଅଣ୍ଡରୱର୍ଲ୍ଡ ସହ ଥିବା କୁହାଯାଇଥିଲା । ଗିରଫ ଆତଙ୍କବାଦୀଙ୍କ ମଧ୍ୟରୁ ୨ ଜଣ ପାକିସ୍ତାନରେ ପ୍ରଶିକ୍ଷଣ ନେଇଥିଲେ । ସେମାନଙ୍କ ଠାରୁ ବିପୁଳ ମାତ୍ରାରେ ଅସ୍ତ୍ରଶସ୍ତ୍ର ସହ ବିସ୍ଫୋଟକ ମଧ୍ୟ ଜବତ ହୋଇଥିଲା ।

ଆତଙ୍କବାଦୀ ମାନେ ଦେଶରେ ଅଲଗା ଅଲଗା ସହରରେ ବଡ଼ ଧରଣର ଆକ୍ରମଣ ପାଇଁ ଷଡ଼ଯନ୍ତ୍ର କରୁଥିଲେ । ଏହାଛଡ଼ା ଏମାନଙ୍କ ଟାର୍ଗେଟରେ ଥିଲେ ବହୁ ଜଣାଶୁଣା ବ୍ୟକ୍ତି ବିଶେଷ । ସୂତ୍ର ଅନୁସାରେ, କିଛି ରାଜନେତାଙ୍କ ସହ ସମାଜସେବୀ ଓ ଶିଳ୍ପପତିଙ୍କୁ ଏମାନେ ଟାର୍ଗେଟ୍ କରିଥିଲେ । ପାକିସ୍ତାନ ପ୍ରଶିକ୍ଷିତ ୨ ଆତଙ୍କବାଦୀଙ୍କ ସମ୍ପର୍କ ପାକିସ୍ତାନର ଗୁଇନ୍ଦା ସଂସ୍ଥା ଆଇଏସ୍ଆଇ ସହ ଥିବା ଜଣାପଡ଼ିଛି । ଆଇଏସ୍ଆଇ ସମ୍ପୂର୍ଣ୍ଣ ଯୋଜନା କରି ସେମାନଙ୍କୁ ଭାରତ ପଠାଇଥିଲା । ଏକାଧିକ ସହରରେ ବିସ୍ଫୋରଣ ପାଇଁ ଅସ୍ତ୍ରଶସ୍ତ୍ର ସହ ବିସ୍ଫୋଟକ ଯୋଗାଇଥିଲା ।

Leave a Reply