ବିସ୍ଫୋରଣ ସ୍ଥଳରୁ ମିଳିଲା ଇସ୍ରାଏଲ୍ ଦୂତାବାସ ନାଁରେ ଥିବା ଲଫାପା

1 min read
Delhi IED Blast Israel Embassy 29-29 Connection

ନୂଆଦିଲ୍ଲୀ: ଦିଲ୍ଲୀ ଇସ୍ରାଏଲ୍ ଦୂତାବାସ ନିକଟରେ ଶୁକ୍ରବାର ସନ୍ଧ୍ୟାରେ ହୋଇଥିବା ବିସ୍ଫୋରଣ ଯାଞ୍ଚ ଜାରି ରହିଛି । ସର୍ଚ୍ଚ ବେଳେ ବିସ୍ଫୋରଣ ସ୍ଥାନରୁ ତଦନ୍ତକାରୀ ସଂସ୍ଥାକୁ ମିଳିଛି ଏକ ଲଫାପା । ଯେଉଁ ଲଫାପାରେ ଇସ୍ରାଏଲ ରାଜଦୂତଙ୍କ ନାଁ ଥିବା କୁହାଯାଉଛି । ଏହି ଲଫାପାକୁ ଯାଞ୍ଚ କରୁଛି ଫରେନ୍ସିକ ଟିମ୍ ।

Delhi IED Blast Israel Embassy 29-29 Connection

ସୂତ୍ର ଅନୁସାରେ, ଇସ୍ରାଏଲ୍ ଦୂତାବାସ ନିକଟରେ ହୋଇଥିବା ବିସ୍ଫୋରଣର ୨୯-୨୯ ସହ ସମ୍ପର୍କ ରହିଛି । ଆକ୍ରମଣକାରୀ ବିସ୍ଫୋରଣ ଘଟାଇ ବଡ଼ ମେସେଜ୍ ଦେବାକୁ ଚାହୁଁଥିଲା । ଭାରତ-ଇସ୍ରାଏଲ୍ କୂଟନୀତିକ ଦୋସ୍ତିକୁ ଶୁକ୍ରବାର ୨୯ ବର୍ଷ ପୂରଣ ହୋଇଥିଲା । ଶୁକ୍ରବାର ୨୯ ତାରିଖ ହୋଇଥିବା ବେଳେ ବିଜୟଚୌକରେ ଧ୍ୱଜାବତରଣ ଉତ୍ସବ ଥିଲା । ଆଉ ବିସ୍ଫୋରଣ ସନ୍ଧ୍ୟା ୫ଟା ୫ରେ ହୋଇଥିଲା । ସେହି ସମୟରେ ଧ୍ୱଜାବତରଣ ଉତ୍ସବରେ ପହଞ୍ଚୁଥିଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ଅନ୍ୟ ବିଶିଷ୍ଟ ବ୍ୟକ୍ତି ।

ସୂତ୍ର ଅନୁସାରେ, ଆକ୍ରମଣକାରୀ ବଡ଼ ଆତଙ୍କ ଖେଳାଇବାକୁ ଯୋଜନା କରିଥିଲା । ଘଟଣାସ୍ଥଳରୁ କେତେକ ପ୍ରମାଣ ମିଳିଥିବା ବେଳେ ଯାଞ୍ଚ ଏଜେନ୍ସ ସେସବୁର ତଦାରଖ କରୁଛି । ଏତିକି ନୁହେଁ ଏହା ଛଡ଼ା ଏକ ଫୁଲକୁଣ୍ଡରେ ଆଇଇଡି ରଖି ବିସ୍ଫୋରଣ କରାଯାଇଥିବା ଜଣାପଡ଼ିଛି ।

Delhi IED Blast Israel Embassy 29-29 Connection

ସୂତ୍ର ଅନୁସାରେ, ଦୂତାବାସ ନିକଟରେ ହୋଇଥିବା ବିଗତ ୨୬ ଘଣ୍ଟାର ସମସ୍ତ କଲ୍ ରେକର୍ଡ ଯାଞ୍ଚ କରାଯାଉଛି । କେଉଁ ଏଜେନ୍ସି ବିସ୍ଫୋରଣ ତଦନ୍ତଭାର ନେବ ତାହା ଗୃହ ମନ୍ତ୍ରଣାଳୟ ସ୍ଥିର କରିବ । ବିସ୍ଫୋରଣ ପରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ତାଙ୍କର ପଶ୍ଚିମବଙ୍ଗ ଗସ୍ତକୁ ବାତିଲ୍ କରି ଦେଇଛନ୍ତି । ବିସ୍ଫୋରଣ ପରେ ପ୍ରତିକ୍ରିୟା ରଖିଛି ଇସ୍ରାଏଲ୍ । ଦୂତାବାସର ସମସ୍ତ କର୍ମଚାରୀ ସୁରକ୍ଷିତ ଥିବା ଇସ୍ରାଏଲ୍ କହିଛି ।

ଏଥିସହ ପଢ଼ନ୍ତୁ- ଦିଲ୍ଲୀ ବିସ୍ଫୋରଣ ପରେ ପଶ୍ଚିମବଙ୍ଗ ଗସ୍ତ ବାତିଲ୍ କଲେ ଅମିତ ଶାହ

Leave a Reply