spot_img

Latest Posts

ଦିଲ୍ଲୀରେ ଟୁର୍ ଆଣ୍ଡ ଟ୍ରାଭେଲ୍ ଆସୋସିଏସନ୍ ଚୀନ୍ ନାଗରିକଙ୍କ ପାଇଁ ଟ୍ୟାକ୍ସି ସେବାକୁ ବାରଣ କରିଛି

ନୂଆଦିଲ୍ଲୀ: ଚାଇନା ମାଲକୁ ବୟକଟ୍‌ ପରେ ଏବେ ଚାଇନାର ଜନସାଧାରଣଙ୍କୁ ବୟକଟ କଲେଣି ଭାରତୀୟ । ଦିଲ୍ଲୀ ହୋଟେଲ ଆସୋସିଏସନ ପରେ ବର୍ତ୍ତମାନ ଟୁର ଆଣ୍ଡ ଟ୍ରାଭେଲ ଆସୋସିଏସନ ମଧ୍ୟ ଚୀନ୍ ନାଗରିକଙ୍କୁ ବାରଣ କରିଛି । ବର୍ତ୍ତମାନ ଚୀନ୍ ନାଗରିକମାନେ ଟ୍ୟାକ୍ସି ସେବା ପାଇବେ ନାହିଁ । ଦିଲ୍ଲୀର ଟୁର ଏବଂ ଟ୍ୟାକ୍ସି ଟ୍ରାଭେଲ ଆସୋସିଏସନର ଉପାଧ୍ୟକ୍ଷ କମଲ ଖିବର ମଙ୍ଗଳବାର ଏହି ପ୍ରସଙ୍ଗରେ କହିଛନ୍ତି ଯେ ଆମେ ନିଷ୍ପତ୍ତି ନେଇଛୁ ଆମେ ଚୀନ୍ ନାଗରିକ ମାନଙ୍କୁ ଆମ ଟ୍ୟାକ୍ସିରେ ବସାଇବୁ ନାହିଁ ।

କମଲ କହିଛନ୍ତି ଯେ ୫୦୦ ରୁ ଅଧିକ ଟ୍ୟାକ୍ସି ଅପରେଟର ଏବଂ ଦିଲ୍ଲୀର ଟୁର ଏବଂ ଟ୍ରାଭେଲ ମାଲିକ ଏହି ଆସୋସିଏସନ ସହ ଜଡିତ । ଏଭଳି ପରିସ୍ଥିତିରେ ସମସ୍ତେ ସର୍ବସମ୍ମତି କ୍ରମେ ନିଷ୍ପତ୍ତି ନେଇଛନ୍ତି ଯେ ଚାଇନିଜ ଅତିଥିଙ୍କୁ ସେମାନଙ୍କ ସେବା ଦେବେ ନାହିଁ । କମଲ ତାଙ୍କ କାର୍ଯ୍ୟାଳୟ ଏବଂ ଗାଡି ଉପରେ ଚୀନ୍ ନାଗରିକଙ୍କ ଉପରେ ନିଷେଧାଦେଶ ଜାରି କରିଛନ୍ତି।

ସୁଶାନ୍ତ ଟୁର୍ସ ଏବଂ ଟ୍ରାଭେଲ୍ସ ନାମରେ ଏକ ଏଜେନ୍ସି ଚଳାଉଥିବା ବିଜୟ ତିୱାରୀ କହିଛନ୍ତି ଯେ ଆମେ ନିଷ୍ପତ୍ତି ନେଇଛୁ କି ଚୀନ୍ ନାଗରିକମାନଙ୍କୁ ଆମ ଏଜେନ୍ସି ମାଧ୍ୟମରେ କୌଣସି ପର୍ଯ୍ୟଟନ ପ୍ୟାକେଜରେ ପ୍ରବେଶ ଅନୁମତି ଦିଆଯିବ ନାହିଁ। ଏହା ସହିତ, ହୋଟେଲ ଆସୋସିଏସନର ନିଷ୍ପତ୍ତିକୁ ମଧ୍ୟ ଆମେ ସମର୍ଥନ କରୁ । ଗଲବାନ ବିବାଦରେ ୨୦ ଜଣ ଶୈନିକମାନଙ୍କ ଶହୀଦ ହେବା ପରେ ଦିଲ୍ଲୀର ସମସ୍ତ ହୋଟେଲ ଆସୋସିଏସନ ଚୀନ୍ ନାଗରିକମାନଙ୍କୁ ସମ୍ପୂର୍ଣ୍ଣ ଭାବେ ବୟକଟ କରିଛନ୍ତି । ବର୍ତ୍ତମାନ ଚୀନ୍ ନାଗରିକଙ୍କ ପାଇଁ ଟ୍ୟାକ୍ସି ସେବା ଉପଲବ୍ଧ ହେବ ନାହିଁ । ଅନ୍ୟପକ୍ଷରେ, ଏହି ପୁରା ବିବାଦ ମଧ୍ୟରେ କେନ୍ଦ୍ର ସରକାର ମଧ୍ୟ ଏକ ବଡ ପଦକ୍ଷେପ ନେଇଛନ୍ତି ଏବଂ ଟିକ୍‌ଟକ୍‌ ସମେତ ୫୯ ଟି ଚାଇନିଜ୍ ମୋବାଇଲ୍ ଆପ୍ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି ।

Latest Posts

Don't Miss