ଦିଲ୍ଲୀରେ ସଡକ ଦୁର୍ଘଟଣା , ଜଣେ ମୃତ, ୬ ଗୁରୁତର

ନୂଆଦିଲ୍ଲୀ: ଦିଲ୍ଲୀ ଗାଜିପୁରରେ ସଡକ ଦୁର୍ଘଟଣା। ରାସ୍ତାରେ ଯାଉଥିବା ଲୋକଙ୍କୁ ଧକ୍କା ଦେଲା ଦ୍ରୁତ ଗତିରେ ଆସୁଥିବା କାର୍। ଦିଲ୍ଲୀରେ ହିଟ୍ ଆଣ୍ଡ ରନ୍ ମାମଲାରେ ଜଣେ ୨୨ ବର୍ଷୀୟା ଯୁବତୀଙ୍କ ମୃତ୍ୟୁ ହୋଇଥିବା ବେଳ ୬ ଜଣ ଗୁରୁତର ଆହତ ହୋଇଛନ୍ତି। ଦୁର୍ଘଟଣାରେ ଗୁରୁତରଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି ।

ଦୁର୍ଘଟଣାର ଭିଡିଓ ସିସିଟିଭିରେ କଏଦ ହୋଇଛି । ଏଥିରେ ଦେଖିବାକୁ ମିଳିଛି ଦ୍ରୁତ ଗତିରେ ଆସୁଥିବା ଏକ କାରଟି  ଜଣକ ପରେ ଜଣଙ୍କୁ ଧକ୍କା ମାରିଥିଲେ। ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ ତୁରନ୍ତ ଆହତ ଏବଂ ଗୁରୁତରଙ୍କୁ ମେଡିକାଲରେ ଭର୍ତ୍ତି କରିଛନ୍ତି। ଏହାପରେ ଉତ୍ତ୍ୟକ୍ତ ଲୋକେ କାରକୁ ଭଙ୍ଗାରୁଜା କରିବା ସହ ଡ୍ରାଇଭରଙ୍କୁ ଟାଣି ମାଡ ମାରିଛନ୍ତି । ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।