ଟ୍ୱିଟର ମାନିଲା- ପାଳନ କରିନି ନୂତନ ଆଇଟି ନିୟମ, କୋର୍ଟ କହିଲେ- ଆକ୍ସନ୍ ନିଅନ୍ତୁ ସରକାର

Delhi High Court Hearing On Twitter For Not In Compliance Of New IT Social Media Rules

ନୂଆଦିଲ୍ଲୀ: ଟ୍ୱିଟର ଓ ସରକାରଙ୍କ ମଧ୍ୟରେ ଚାଲିଥିବା ବିବାଦ ଭିତରେ ଦିଲ୍ଲୀ ହାଇକୋର୍ଟରେ ସତ ମାନିଛି ଟ୍ୱିଟର । କେନ୍ଦ୍ର ସରକାରଙ୍କ ନୂଆ ଆଇଟି ନିୟମକୁ ଟ୍ୱିଟର ପାଳନ କରିନଥିବା କହିଛି । ଏହାପରେ ହାଇକୋର୍ଟ ସଫା ସଫା କହିଛନ୍ତି, ଆମେ ଆମେ ଟ୍ୱିଟରକୁ କୌଣସି ସୁରକ୍ଷା ଦେଇ ପାରିବୁ ନାହିଁ । ସରକାର ଟ୍ୱିଟର ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନେବାକୁ ସ୍ୱତନ୍ତ୍ର ବୋଲି କୋର୍ଟ ଟିପ୍ପଣୀ କରିଛନ୍ତି ।

ନୂତନ ଆଇଟି ନିୟମ ଲାଗୁ ହେବା ପରେ ଏବେ ଯାଏଁ କୌଣସି ଅଭିଯୋଗ ଅଧିକାରୀ ନିଯୁକ୍ତ ନ କରିବା ନେଇ ଟ୍ୱିଟର ବିରୋଧରେ ଅମିତ ଆଚାର୍ଯ୍ୟ ଅଭିଯୋଗ କରିଥିଲେ । ଏହି ଆବେଦନର ଶୁଣାଣି ବେଳେ କୋର୍ଟ କେନ୍ଦ୍ର ସରକାରଙ୍କୁ ପ୍ରଶ୍ନ କରିଥିଲେ, କଣ ଟ୍ୱିଟର ନିୟମ ପାଳନରେ ଅବହେଳା କରୁଛି । ଏହାର ଉତ୍ତର ହଁ ବୋଲି ଦେଇଥିଲା କେନ୍ଦ୍ର । ଏହାପରେ ଟ୍ୱିଟରର ପକ୍ଷ ରଖୁଥିବା ଓକିଲ ମଧ୍ୟ ମାନିଥିଲେ ଆଇଟି ନିୟମ ପାଳନ କରିନାହାଁନ୍ତି ।

ହାଇକୋର୍ଟରୁ କଡ଼ା ସମାଲୋଚିତ ହେବା ପରେ ଟ୍ୱିଟର କାଗଜପତ୍ର ଦାଖଲ ପାଇଁ ଏକ ଦିନର ସମୟ ମାଗିଛି । କହିଛି ଦିଲ୍ଲୀ ଓ ଫ୍ରାନ୍ସିକର ସମୟ ଭିତରେ ଫରକ ରହିଛି । ଏବେ ଏହି ମାମଲାର ଶୁଣାଣି ଗୁରୁବାର ହେବ ।

Leave a Reply