spot_img

Latest Posts

ବଢ଼ିଲା ପୂର୍ବତନ ଆଇଏଏସ ଟ୍ରେନି ଅଫିସର ପୂଜା ଖେଡକରଙ୍କ ଅଡୁଆ

ନୂଆଦିଲ୍ଲୀ : ବଢ଼ିଲା ପୂର୍ବତନ ଆଇଏଏସ  ଟ୍ରେନି  ଅଫିସର ପୂଜା ଖେଡକରଙ୍କ ଅଡୁଆ। ୟୁପିଏସସି ଠକେଇ ମାମଲାରେ ଆଗୁଆ ଜାମିନ ଆବେଦନ ଖାରଜ। ୟୁପିଏସସି ଠକେଇ ମାମଲାରେ ଆଗୁଆ ଜାମିନ ଆବେଦନକୁ ଖାରଜ କରିଛନ୍ତି ଦିଲ୍ଲୀ ହାଇକୋର୍ଟ। ଜାଲିଆତି ମାମଲାରେ ଗତ କିଛି ମାସ ତଳେ ସାରା ଦେଶରେ ଚର୍ଚ୍ଚାର କାରଣ ପାଲଟିଥିଲେ ପୂଜା। ସେ ନିଜକୁ ଶାରୀରିକ ଓ ମାନସିକ ଅକ୍ଷମତା ଦର୍ଶାଇ ବିଭିନ୍ନ ସୁବିଧା ହାସଲ କରିଥିଲେ।

ସେ ନିଜର ନାମ, ଓବିସି ପ୍ରମାଣପତ୍ର ଆଦିର ଜାଲିଆତି କରିଥିବା ଅଭିଯୋଗ ହୋଇଥିଲା। କୋର୍ଟ କହିଛନ୍ତି-ପୂଜାଙ୍କ ବିଭିନ୍ନ କାର୍ଯ୍ୟକଳାପ ଏକ ବିରାଟ ଷଡ଼ଯନ୍ତ୍ରର ଅଂଶବିଶେଷ ଥିଲା। ଏହା ସହ ସେ ନିଯୁକ୍ତି ଲାଗି ଅନୁପଯୁକ୍ତ ବୋଲି କହିଛନ୍ତି କୋର୍ଟ। ପୂଜାଙ୍କ ବିରୋଧରେ ରହିଥିବା ଅଭିଯୋଗ ଜାଲିଆତିର ଏକ ବିରଳ ଉଦାହରଣ ଏବଂ ଦେଶ ଲାଗି କ୍ଷତିକାରକ ବୋଲି କହିଛନ୍ତି କୋର୍ଟ। ଏହା ସହ ଆସନ୍ତା ମାସ ଯାଏଁ ଆଦେଶନାମାକୁ ସ୍ଥଗିତ ରଖିଛନ୍ତି କୋର୍ଟ । ଗତ ଅଗଷ୍ଟରେ ପୂଜାଙ୍କୁ ଅନ୍ତରୀଣ ସୁରକ୍ଷା ମିଳିଥିଲା। ମାତ୍ର ବିଶେଷ ସମୀକ୍ଷା ପରେ ପୂଜାଙ୍କ ଆବେଦନ ଗ୍ରହଣୀୟ ନୁହେଁ ବୋଲି ଅନୁଭବ କରିଥିଲେ କୋର୍ଟ। ଅଦାଲତ ଆହୁରି କହିଛନ୍ତି ଯେ, ସମାଜର ଅବହେଳିତ ବର୍ଗ ଲାଗି ରହିଥିବା ସୁବିଧାକୁ ଅନ୍ୟାୟ ଭାବେ ହାସଲ କରିବାକୁ ପୂଜା ଉଦ୍ୟମ କରିଥିଲେ।

Latest Posts

Don't Miss