ପ୍ରବଳ ବର୍ଷାରେ ବେହାଲ ଦିଲ୍ଲୀ

ନୂଆଦିଲ୍ଲୀ: ପ୍ରବଳ ବର୍ଷାରେ ଦିଲ୍ଲୀ ବେହାଲ । ପ୍ରଗତି ମଇଦାନ ସମେତ ବିଭିନ୍ନ ସ୍ଥାନରେ ଜୋରଦାର ବର୍ଷା । ଏପରିକି ଗ୍ରୁପ ୨୦ ସମ୍ମିଳନୀ ହେଉଥିବା ଭାରତ ମଣ୍ଡପମରେ ବି ପଶିଛି ପାଣି । ତେଣେ ମଧ୍ୟମରୁ ଅଧିକ ବର୍ଷା ହେବ ବୋଲି ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ । ପ୍ରବଳ ବର୍ଷା ଯୋଗୁ ଦିଲ୍ଲୀର ବହୁ ସ୍ଥାନ ଜଳବନ୍ଦୀ ହେବା ଯୋଗୁ ଯାନବାହନ ଚଳାଚଳ ବାଧାପ୍ରାପ୍ତ ହୋଇଛି । ସଫଦରଜଙ୍ଗ, ବିମାନବନ୍ଦର, ରାଜଘାଟ, ବସନ୍ତକୁଞ୍ଜ, ମୁନିର୍କ, ନରେଲା ଆଦି ସ୍ଥାନରେ ଲହଡ଼ିମାରୁଛି ପାଣି । ତେଣେ ଏନସିଆରର ବାହାଦୂରଗ଼, ଘାଜିଆବାଦ, ଇନ୍ଦିରାପୁରମ, ନୋଏଡା, ଗୁରୁଗ୍ରାମ, ଫରିଦାବାଦ, ମାନେସର ବି ପ୍ରବଳ ବର୍ଷା ହେବ ବୋଲି କହିଛି ପାଣିପାଗ ବିଭାଗ । ମଥୁରାରେ ବି ସ୍ଥିତି ହୋଇଛି ବେହାଲ । ଦୋକାନ ବଜାରରେ ପଶିଛି ପାଣି ।